ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆକାଂକ୍ଷା ମହିଳା ସଂଗଠନ ଓ ଉତ୍କଳ ହିତୈଷିଣୀ ସମାଜର ମିଳିତ ଆନୁକୂଲ୍ୟରେ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଉତ୍କଳ ହିତୈଷିଣୀ ସଭାଗୃହରେଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କଲ୍ୟାଣି ଦାସ ମୁଖ୍ୟଅତିଥି ରୂପେ ଯୋଗ ଦେଇ ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ମାନଙ୍କୁ ବିଭିନ୍ନ ମାନସିକ ଶାରୀରିକ ହିଂସାର ଶିକାର ହେବାକୁ ପଡୁଛି। ଏପରି ପରିସ୍ଥିତିରେ ମହିଳା ମାନେ ନିଜର ଅଧିକାର ପାଇଁ ପ୍ରତିବାଦ କରିବାକୁ ପଡିବ।
ସମ୍ମାନୀତ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ବହୁ ପୂର୍ବରୁ ଅର୍ଥାତ ୧୮୩୦ ମସିହାରୁ ହଁ ଗଜପତି ଜିଲ୍ଲାର ମହିଳା ମାନେ ଇଂରେଜ ଶାସନ ବିରୋଧରେ ଲଢି ନାରୀ ସଶକ୍ତିକରଣର ଇତିହାସ ରଚି ଯାଇଛନ୍ତି। ସେ ନାରୀ ସମ୍ମାନ ଓ ଅଧିକାର ଉପରେ ଗୁରୁତ୍ବଆରୋପ କରିଥିଲେ।
ମୁଖ୍ୟବକ୍ତା ଭାବେ ଅତିରିକ୍ତ ତହସିଲଦାର ଶ୍ରୀମତୀ ସ୍ୱାଗତିକା ଦାସ ଯୋଗ ଦେଇ ମହିଳାଙ୍କ ବିଭିନ୍ନ ରୂପେ ସହ ମହିଳା ମାନଙ୍କୁ ନିଜର ସୁରକ୍ଷା ଓ ଅଧିକାର ସମ୍ପର୍କରେ ବୁଝାଇଥଲେ।
"ଆକାଂକ୍ଷା"ର କାର୍ଯ୍ୟକାରିଣୀ ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଯୋଗ ଦେଇ ସଶକ୍ତ ମହିଳାଙ୍କ ଉଦାହରଣ ଦେଇ କହିଥିଲେ ଯେ ସଂଗଠନ ହିଁ ଶକ୍ତି। ଆଉ ଆକାଂକ୍ଷା ସଂଗଠନ କୁ ସୁଦୃଢ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ ଆବଶ୍ୟକତା ରହିଛି।
ଡ଼ଃ. କଲ୍ୟାଣୀ ମିଶ୍ର ସ୍ୱାଗତ ଭାଷଣ ମାଧ୍ୟମରେ ସଶକ୍ତ ମହିଳାଙ୍କ ଶକ୍ତି ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇ କରୋନା ମହାମାରୀ ସମୟରେ ଆକାଂକ୍ଷା ସଂଗଠନର ସଦସ୍ୟ ତଥା ଅନ୍ୟାନ୍ୟ କରୋନା ଯୋଦ୍ଧାଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ।
"ଆକାଂକ୍ଷା"ର ସମ୍ପାଦିକା ଶ୍ରୀମତୀ ମୀନାକୁମାରୀ ଟହଲ୍ ସଂଗଠନର ବାର୍ଷିକ ବିବରଣୀ ପାଠ କରିଥିଲେ। ସ୍ୱର୍ଣ୍ଣପ୍ରଭା ପାଠୀ ଅତିଥି ଆବାହନ ପୂର୍ବକ ମଞ୍ଚ ପରିଚାଳନାରେ ସହଯୋଗ କରିଥିବା ବେଳେ ଶ୍ରୀମତୀ ସୁକାନ୍ତି ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ ତତ୍ୱ।ବଧାନ ଓ ସମ୍ପାଦନାରେ ଅନୁଷ୍ଠାନର ସ୍ମରଣୀକା " ଆକାଂକ୍ଷା" ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ସୁଶ୍ରୀ ମମତା ପାଢ଼ୀ ଓ ଶ୍ରୀମତୀ ରଶ୍ମିତା ପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଶ୍ରୀ ଜୟ କୁମାର ମିଶ୍ର , ଡ଼ଃ. କଲ୍ୟାଣୀ ମିଶ୍ର , ଶ୍ରୀଯୁକ୍ତ ଘନଶ୍ୟାମ ଜେନା , ଶ୍ରୀ ଭାଗବତ ପାଢୀ , ଶ୍ରୀ ଗୋପା ଚନ୍ଦ୍ର ଶତପଥି , ଶ୍ରୀଯୁକ୍ତ ବାବାଜୀ ବେହେରା , ସୁଶ୍ରୀ ଶ୍ରୀଦେବୀ ରଇତ , ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଓ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ସାମଲଙ୍କୁ ପ୍ରତିଭା ସମ୍ମାନ ଦିଆଯାଇଥିଲା।