ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ନୂଆପଡା ଜିଲ୍ଲା ପଟରୁ ପାଇକମାଲ ବ୍ଲକ ର ବିଭିନ୍ନ ସୀମାବର୍ତ୍ତି ଅଂଚଳ ମାନଙ୍କୁ ପ୍ରତ୍ୟେକ ଦିନ ବେଆଇନ ଭାବରେ ବାଲି ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ପାଇକମାଲ ବ୍ଲକ ମୁଖ୍ୟାଳୟ ରୁ ଅଧିକ ଦୂର ଥିବା କାରଣରୁ ଚୋରା ଚାଲାଣ କାରୀ ମାନଙ୍କୁ ଧରିବା ଏକ ପ୍ରକାର ଅସମ୍ଭବ ହୋଇ ପଡୁଛି । ହେଲେ ଆଜି ଏକ ବାଲି ବୋଝେଇ ହାଇବା ଗାଡି ଯାଉଥିବା ସମୟରେ ମାଣ୍ଡୋସିଲ ରାଜସ୍ବ ନିରୀକ୍ଷକ ଗାଡି ଅଟକାଇ ଆବଶ୍ୟକୀୟ କାଗଜ ପତ୍ର ମାଗିଥିଲେ । ହେଲେ ଡ୍ରାଇଭର କୋଣସି କାଗଜ ପତ୍ର କିମ୍ବା ରସିଦ ଦେଖାଇ ପାରି ନଥିଲା । ଗାଡି ଅଟକାଇ ରାଜସ୍ୱ ନିରୀକ୍ଷକ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଙ୍କୁ ସୂଚନା ପ୍ରଦାନ କରିଥିଲେ । ଶ୍ରୀ ମେହେର ଘଟଣା ସ୍ଥଳକୁ ପହଂଛି ପୁନର୍ବାର ଡ୍ରାଇଭର କୁ କାଗଜପତ୍ର ଦେଖାଇବା ପାଇଁ କହିଥିଲେ । ଡ୍ରାଇଭର କାଗଜପତ୍ର ଦେଖାଇ ପାରିନଥିବାରୁ ତହସିଲଦାର ଶ୍ରୀ ମେହେର ବେଆଇନ ଭାବରେ ବାଲି ଚାଲାଣ କରୁଥିବା ଅଭିଯୋଗ ରେ ଡ୍ରାଇଭର ଗୋଲୁ ଗାନ୍ଧୀ କୁ ଚାଳିଶ ହଜାର ପଚିଶ ଟଙ୍କାର ଫାଇନ କରିଥିଲେ ।
ରାଜ୍ୟ
ବେଆଇନ ବାଲି ଚୋରାଚାଲାଣ : ଚାଳିଶ ହଜାର ଫାଇନ କଲେ ତହସିଲଦାର
- Hits: 1430