ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ ଘଟୁଥିବା ବନଅଗ୍ନି ଅଘଟଣକୁ ଦୃଷ୍ଟି ରଖି ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ ଜିତେନ୍ଦ୍ର କୁମାରଙ୍କ ଅଧ୍ୟଷତାରେ ଗଠିତ ଏହି ଟାସ୍କଫୋର୍ସରେ କାର୍ଯ୍ୟକାରୀ ପିସିସିଏଫ ୱାଇଲଡ଼ ଲାଇଫ ଶଶୀ ପଲ, ଏଫଏସଆଇ ଡେରାଡୁନର ଡିଜି ପଙ୍କଜ ଅଗ୍ରୱାଲ, ଆଇସିଏଫଆରଇ ଡେରାଡୁନର ଡିଜିଙ୍କ ପ୍ରତିନିଧି, ଏନଆରେସସି ହାଇଦ୍ରାବାଦ ଫରେଷ୍ଟ-ଇକୋଲୋଜି ବିଭାଗ ମୁଖ୍ୟ, ଓରସାକ ସିଇଓ ପିକେ ମଲ୍ଲିକ, ଓଡିଶା ପରିବେଶ ସମିତିର ସମ୍ପାଦକ ଯେ କେ ପାଣିଗ୍ରାହୀ ଓ ବାରିପଦାର ବିଜୟ ଅଗ୍ରୱାଲ ସଦସ୍ୟ ଅଛନ୍ତି ।
ଏହି ଟାସ୍କଫୋର୍ସ ବନ ଅଗ୍ନିର କାରଣ ଓ ଏହାକୁ କିପରି ତୁରନ୍ତ ପ୍ରତିହତ କରିହେବ, ଅଗ୍ନି ପରିଚାଳନା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିହେବ, ଅଗ୍ନି ପରିଚାଳନା ଓ ସତର୍କତା ମୂଳକ ପଦକ୍ଷେପ ପାଇଁ ସ୍ଥାନୀୟ ଜନସାଧାରଙ୍କୁ ନେଇ ଗୋଷ୍ଠୀ ସ୍ମପୃକ୍ତିକୁ କେମିତି ଅଧିକ ମଜଭୁତ କରାଯିବ, ଓ ଭବିଷ୍ୟତରେ ଏପରି ଅଘଟଣକୁ ପ୍ରତିହତ କରିବା ପାଇଁ ଏସଓପି ସୁପାରିଶ କରିବ ।
ବନ ଅଗ୍ନି ଘଟଣାରେ ପ୍ରଭାବିତ ଅଂଚଳରେ କ୍ଷୟକ୍ଷତି ଆକଳନ କରି ଏହାର ପୁନଃଉଦ୍ଧାର ପାଇଁ ପ୍ରସ୍ତାବ ସୁପାରିଶ କରିବେ ଏହି ଟାସ୍କ ଫୋର୍ସ |