ରେଢ଼ାଖୋଲ ବ୍ଳକର ବିଭିନ୍ନ ପଞ୍ଚାୟତ ମାନଙ୍କରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ର କୁକୁଡ଼ାବାହାଳି , ବଡ଼ମାଳ , ବଂଶାଜାଲ ଓ ମୋଚିବାହାଲ ଗ୍ରାମରେ ଏମ ବି କେ ମାନଙ୍କ ନେତୃତ୍ବରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ପ୍ଲାକାର୍ଡ ଧରି   - ମହିଳା ଦିବସ ପାଳନ କର ,ଆସ ଆମେ ଶପଥ ନେବା - କନ୍ୟା ସୁରକ୍ଷା ଆମେ କରିବା  -ଆଦି ବିଭିନ୍ନ ସ୍ଲୋଗାନମାନ ଦେବା ସହ ରଘୁପତି ରାଘବ ରାଜା ରାମ ସୋବକୋ  ସନମତି ଦେ ଭଗବାନ ସମୁହ ଗାଇ ଗାଇ ଗାଁ ପରିକ୍ରମା କରାଯାଇଥିଲା ।  ଆଜି ଆନ୍ତର୍ଜାତୀୟ ମହିଳା ଦିବସ ର ତାପର୍ଯ୍ୟ ,ଲକ୍ଷ , ଉଦେଶ୍ୟ ଓ ନାରୀସଶକ୍ତି କରଣ , ଶିକ୍ଷା ,କନ୍ୟା ସୁରକ୍ଷା ଆଦି ବିଷୟରେ ସଚେତନ କରାଯାଇଥିଲା । କୁକୁଡ଼ା ବାହାଲୀର ଏମବିକେ ସଂଧ୍ୟାରାଣୀ ପ୍ରଧାନ , ସିଆରପି ଡଲି ସାହୁ , ଲିତିକା ପ୍ରଧାନ , ଉମାବତୀ ପ୍ରଧାନ , ଲିନୁକା ରାଉଳ , ଦିପ୍ତୀମୟୀ ବେହେରା , ରୁନି ପ୍ରଧାନ, ମୋଚିବାହାଲର ଏମବିକେ ରଞିତା ମହାକୁଡ଼ , ସିଆରପି ଅଞଲୀ ମହାକୁଡ଼ , ଯୁଗେଶ୍ବରି ପ୍ରଧାନ , ପ୍ରମିଲା ପ୍ରଧାନ , ମିନା ବାଙ୍କ , ମିଥିଳା ବାଘ , ପ୍ରତିଭା ପ୍ରଧାନ , ନିତେନ୍ଦ୍ରି ସ୍ବାଇଁ , ବଡ଼ମାଳର ଏମବିକେ ସ୍ନେହଲତା ମିଶ୍ର ଏବଂ ବଂଶାଜାଲର ଏମବିକେ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା , ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ ସମସ୍ତ ଗ୍ରାମର ସିଆରପି ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault