ଭୁବନେଶ୍ୱର (ଶାସକ ପ୍ରଶାସକ) ପ୍ରତିବର୍ଷ ଭଳି ଏବର୍ଷ ମାର୍ଚ୍ଚ ୫ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୧୦୫ତମ ଜୟନ୍ତୀ ବିଜୁ ଜନତା ଦଳ ପକ୍ଷରୁ ପାଳନ ଅବ୍ୟବହିତ ପୂର୍ବରୁ ବିକୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ସଂସଦ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଅଧ୍ୟକ୍ଷା ତଥା ଛାମୁଆ ସଂଗଠନର ସମସ୍ତ ସଭାପତିଙ୍କୁ ଲେଖିଛନ୍ତି ଖୋଲା ଚିଠି |
ସେହି ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ "ପ୍ରତିବର୍ଷ ଭଳି ଏବର୍ଷ ମାର୍ଚ୍ଚ ୫ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୧୦୫ତମ ଜୟନ୍ତୀ ବିଜୁ ଜନତା ଦଳ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ଓଡ଼ିଶାର ଜନସାଧାରଣଙ୍କ ସହିତ ମହାସମାରୋହରେ ପାଳନ କରିବ । ବିଜୁ ଜନତା ଦଳର ସକି୍ରୟ ସଭ୍ୟମାନଙ୍କର ବୈଠକ ଆୟୋଜନ କରାଯାଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜୁ ଜନତା ଦଳର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ । ଏଥିରେ ଦଳର ସମସ୍ତ କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା, ଯୁବ, ଛାତ୍ର ମହିଳା ଓ ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ସାମିଲ ହେବେ ।"
ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ ଲେଖିଛନ୍ତି ଯେ " ବିଜୁ ବାବୁ ଓଡ଼ିଶା ବିକାଶର ମହାନାୟକ । ତାଙ୍କରି ଦର୍ଶିତ ମାର୍ଗରେ ଆଜି ସବୁ ବାଧକକୁ ଅତିକ୍ରମ କରି ଓଡ଼ିଶାର ଅବିରତ ବିକାଶ ଯାତ୍ରା ଆଗେଇ ଚାଲିଛି । ଦାରିଦ୍ର୍ୟ ଦୂରୀକରଣ ସହିତ ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ମହିଳା, ଯୁବକ, କୃଷକଙ୍କ ସଶକ୍ତିକରଣ, ଭିତ୍ତିଭୂମିର ଉନ୍ନତି ତଥା ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନକୁ ଆହୁରି ଉତ୍ତରଦାୟୀ, ସ୍ୱଚ୍ଛ ଓ ପ୍ରଗତିଶୀଳ ଏବଂ ଲୋକାଭିମୁଖୀ କରିବା ପାଇଁ ୫-ଟି ମନ୍ତ୍ର ସହିତ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରଶାସନିକ ତଥା ବିକାଶ ଧାରାରେ ପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇ ନୂଆ ଓଡ଼ିଶା ଗଢିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏଥିସହିତ ଆସନ୍ତା ମାର୍ଚ୍ଚ ୮ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ମହିଳା ଶାଖା ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମାବେଶ ଆୟୋଜନ କରାଯାଇ ମହିଳା ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଏବଂ ବିଜୁ ଜନତା ଦଳ ମହିଳା ଶାଖା ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମାବେଶ ଆୟୋଜନ କରାଯାଇ ମହିଳା ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଏବଂ ବିଜୁ ଜନତା ଦଳ ଦ୍ୱାରା ପରିଚାଳିତ ସରକାରଙ୍କ ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ ।"
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ "କୋଭିଡ ମହାମାରୀ ପରିସ୍ଥିତିରେ ଆପଣମାନେ ଯେଉଁଭଳି ଧୈର୍ଯ୍ୟ, ତ୍ୟାଗ, ନିଷ୍ଠା ଏବଂ ଉତ୍ସର୍ଗୀକୃତ ସେବା ମନୋଭାବ ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ମୁଁ ଗର୍ବିତ । କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାରେ ଆପଣମାନଙ୍କର ତ୍ୟାଗ, ନିଷ୍ଠା ଓ ସହଯୋଗ ଆଜି ପୁଣି ଥରେ ଆମ ରାଜ୍ୟକୁ ବିଶ୍ୱ ପରିଚିତ ଦେଇଛି । କୋଭିଡ ସଂକ୍ରମଣ ଟେଷ୍ଟିଂ ଠାରୁ ଚିକିତ୍ସା ଖର୍ଚ୍ଚ ସବୁ ଖର୍ଚ୍ଚ ଆମ ସରକାର ବହନ କରିବା ସହିତ ସଂକ୍ରମଣରୁ ସର୍ବାଧିକ ଲୋକଙ୍କୁ ସୁସ୍ଥ କରିବା ଏବଂ ମୃତୁ୍ୟହାରୁ ସର୍ବନିମ୍ନ ସ୍ତରରେ ସୀମିତ ରଖିବାରେ ଆମେ ଦେଶରେ ଏକ ଅଗ୍ରଣୀ ରାଜ୍ୟ । ଆଜି ମଧ୍ୟ ସମୂହ ଟୀକାକରଣରେ ଆମେ ଆଗ ଧାଡ଼ିରେ । ପ୍ରଥମ ପର୍ଯ୍ୟାୟରେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିବା ଆଗ ଧାଡିରେ ଯୋଦ୍ଧାମାନଙ୍କର ଟିକାକରଣ ଚାଲିଛ. ପରବର୍ତ୍ତୀ ପର୍ଯ୍ୟାୟରେ ୬୦ବର୍ଷରୁ ଅଧିକ ବୟସ୍କ ଏବଂ ପରେପରେ ରାଜ୍ୟର ଅବଶିଷ୍ଟ ସବୁ ବର୍ଗର ଲୋକଙ୍କର ଟୀକକରଣ କ ରାଯିବ । ଟୀକାକରଣକୁ ସଫଳ କରିବାରେ ଆପଣମାନଙ୍କର ପୂର୍ଣ୍ଣ ସହଯୋଗ ମୋର କାମ୍ୟ । ଯଦିଓ ଆମେ କୋଭିଡ ସଂକ୍ରମଣକୁ ସଫଳତାର ସହିତ ପ୍ରତିହତ କରିବା ନିମନ୍ତେ ସମର୍ଥ ହୋଇଛେ, କୋଭିଡ ମହମାରୀ କବଳରୁ ପୂର୍ଣ୍ଣ ରୂପେ ଆମେ ଏବେ ମଧ୍ୟ ସୁରକ୍ଷିିତ ନୁହନ୍ତି । ଏଣୁ ଟୀକାକରଣ ସହିତ କୋଭିଡ ନିୟମ ପୂର୍ବ ଭଳି ପାଳନ କରିବା ଏକାନ୍ତ ଆବଶ୍ୟକ । ଆପଣମାନେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରି ବିଜୁ ବାବୁଙ୍କ ଜୟନ୍ତୀ ଏବଂ ଆନ୍ତର୍ଜାତିକ ମହିଳା ସମାବେଶ ପାଳନ କରାଯିବ ।"