ହେଡଲାଇନସ୍:

ଜିଲ୍ଲା ପ୍ରଶାସନ ଦ୍ଵାରା ରାୟଗଡା ଜିଲ୍ଲାର ୫୫୯ ଗ୍ରାମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା (ସରୋଜ କୁମାର ସାହୁ): ଜିଲ୍ଲା ପ୍ରଶାସନ ୨୦୨୦ ମସିହା ପାଇଁ ରାୟଗଡା ଜିଲ୍ଲାର ୫୫୯ଟି ଗ୍ରାମକୁବାଲ୍ୟ ବିବାହ ମୁକ୍ତ ଗ୍ରାମ  ବୋଲି ଘୋଷଣା କରିଛନ୍ତି I ୨୦୨୦ ମସିହାଘର ନିଜ ଗ୍ରାମଘର ଗୋଟିଏ ବି ବାଲ୍ୟ ବିବାହ ନ ହୋଇଥିବା ଯୋଗୁଁ ଗ୍ରାମବାସୀମାନଙ୍କ  ଅନୁରୋଧ କ୍ରମେ ଏବଂ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ସଭାପତି ତଥା ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ମାନଙ୍କ ସୁପାରିଶ କ୍ରମେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ସେହି ୫୫୯ ଟି ଗ୍ରାମ ଗୁଡିକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଅନୁମୋଦନ କରିଛନ୍ତି I

୨୦୨୦ ମସିହାଘର ଗୋଟିଏ ବି ବାଲ୍ୟ ବିବାହ ନ ହୋଇଥିବା ଯୋଗୁଁ ଏହିଗ୍ରାମ ଗୁଡକିର ଗ୍ରାମବାସୀ ନଜି ସରପଞ୍ଚ ମାନଙ୍କୁ ନିଜ ଗ୍ରାମ ଗୁଡିକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣା କରିବା ନିମନ୍ତେ ଆବଶୟକୀୟ ପଦଘକ୍ଷପ ଘନବା ପାଇଁ ଅନୁରୋଧ କରିଥିଲେ I ଏହି  ଅନୁରୋଧ ପତ୍ର ଗୁଡିକୁ ଆଧାର କରି ସରପଞ୍ଚ ସେହି ଗ୍ରାମର ଅଙ୍ଗନୱାଡି କର୍ମୀଙ୍କୁ ତାଲିକା ଦେଖିବା ପାଇଁ କହଥିିଲେ ଏବଂ ସେହି ତଥ୍ୟକୁ ଆଧାର କରି ସରପଞ୍ଚ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବାଲ୍ୟ ବବିାହ ନିଷେଧ ଅଧିକାରୀଙ୍କୁ ଏହି ଗ୍ରାମ ଗୁଡକିୁବାଲ୍ୟ ବବିାହ ମୁକ୍ତ ଗ୍ରାମ ଘୋଷଣା ପାଇଁ ଆବଶ୍ୟକ ପଦଘକ୍ଷପ ନେବା ନିମନ୍ତେ ଅନୁରୋଧ କରିଥିଲେ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ଏହି ତାଲିକା ଗୁଡିକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୱାହିଦା ବେଗମ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏବଂ କାର୍ଯ୍ୟକ୍ରମ ଅଧିକାରୀ ତଥା ସୁରକ୍ଷା ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀଙ୍କ ନଜରକୁ ଆଣିଥଲେ୍ I ଏହି ତାଲିକା ମଧ୍ୟରେ ରାୟଗଡ ବ୍ଲକର ୯୧ ଟି ଗ୍ରାମ ଥିବା ବେଳେ କୋଲନରା ବ୍ଲକର ୮୨ଟି ଗ୍ରାମ, ରାମନାଗୁଡା ବ୍ଲକର ୭୫ଟି, ଗୁଣୁପୁର ବ୍ଲକର ୨ଟି, ଗୁଡାରି ବ୍ଲକର ୧୦ଟି, ପଦ୍ମପୁର ବ୍ଲକର ୧୮ଟି, ବିଷମକଟକ ବ୍ଲକର ୧୫୫ଟି, ମୁନିଗୁଡା ବ୍ଲକର ୧୫ଟି, ଚନ୍ଦ୍ରପୁର ବ୍ଲକର ୨୪ଟି, କଲ୍ୟଣସିଂପୁର ବ୍ଲକର ୨୯ଟି ଓ କାଶୀପୁର ବ୍ଲକର ୫୮ଟି ଗ୍ରାମ ରହିଛି I ଏହି ତାଲିକା ଗୁଡିକୁ ଜିଲ୍ଲାପାଳଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପଠାଇ ଥିଲେ ଏବଂ ଜିଲ୍ଲାପାଳ ସେହି ୫୫୯ଟି ଗ୍ରାମକୁ ୨୦୨୦ ମସିହା ନିମନ୍ତେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣା କରିଛନ୍ତି I

ପ୍ରକାଶ ଥାଉ କି, ୨୦୧୯ ମସିହା ଅଗଷ୍ଟ ମାସରୁ ରାୟଗଡା ଜିଲ୍ଲାକୁ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ନିମନ୍ତେ ଜିଲ୍ଲା ପ୍ରଶାସନ, ୟୁନିସେଫ ଓ ଆକ୍ସନ ଏଡର ମିଳିତ ଉଦ୍ୟମରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସୂତ ହୋଇଥିଲା I ସମସ୍ତ ପିଲା ବିଦ୍ୟାଳୟକୁ ଯିବେ, ଶିଶୁ ମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା ଉଧେଶ୍ୟରେ ପ୍ରସ୍ତୁତ ଏହି କାର୍ଯ୍ୟ ଖସଡା ଅନୁସାରେ ବିଭିନ୍ନ ବିଭାଗ ବାଲ୍ୟ ବିବାହ ନିଷେଧ ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ଥିଲେ I ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଗ୍ରାମବାସୀ, ବିଦୟାଳୟ ପରିଚାଳନା କମିଟିର ସଦସ୍ୟ, ବିଦୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପଢୁ ଥିବା ପିଲା, ପଞ୍ଚାୟତରାଜ ପ୍ରତିନିଧି, କିଶୋର ବାଳକ, କିଶୋରୀ ବାଳକିା ଓ ଜାତିସମାଜର ମୁଖ୍ୟ ମାନଙ୍କୁ ନେଇ ବଭିିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ତଥା ଶପଥ ପାଠର ଆୟୋଜନ ଫଳ ସ୍ୱରୂପ ଜିଲ୍ଲାରେ ୨୦୨୦ ମସିହାରେ ୫୫୯ ଟି ଗ୍ରାମରେ ଗୋଟିଏ ବି ବାଲ୍ୟ ବିବାହ ହୋଇନଥିଲା ।

0
0
0
s2sdefault