ହେଡଲାଇନସ୍:

ଜଳେଶପଟା ଆଶ୍ରମ ଅଭିମୁଖେ  ଗସ୍ତ କଲେ ବିଜେପି ପ୍ରତିନିଧି ମଣ୍ଡଳୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମ ମଧ୍ୟରେ ରହୁଥିବା ଜୀବନମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏକ ଅଜଣା ଫୋନ କଲରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ଆସିବା ପରେ ପୋଲିସ ଏ ନେଇ ଅନୁସନ୍ଧାନ ଚଳାଇଥିବେ ବେଳେ ରାଜ୍ୟ ବିଜେପିର ଏକ ଉଚ୍ଚ ତଥ୍ୟ ଅନୁସନ୍ଧାନକାରୀ ପ୍ରତିନିଧି ମଣ୍ଡଳୀ ଆଜି ତୁମୁଡିବନ୍ଧ ସ୍ଥିତ ଜଳେଶପଟା ଆଶ୍ରମ ଅଭିମୁଖେ  ଗସ୍ତ କରିଛନ୍ତି | ବରିଷ୍ଠ ବିଜେପିନେତ୍ରୀ ସୁରମା ପାଢ଼ୀଙ୍କ ନେତୃତ୍ୱରେ ଏହି ପ୍ରତିନିଧିମଣ୍ଡଳୀରେ  ଡକ୍ଟର ମୁକେଶ ମହାଲିଙ୍ଗ (ବିଧାୟକ), କୁସୁମ ଟେଟେ (ବିଧାୟିକା), ବିରଞ୍ଚି ତ୍ରିପାଠୀ, ଶିଶିର ମିଶ୍ର ଓ କରେନ୍ଦ୍ର ମାଝୀ ସାମିଲ ଥିବା ବିଜେପି ପକ୍ଷରୁ କୁହାଯାଇଛି | 

0
0
0
s2sdefault