ହେଡଲାଇନସ୍:

NLC କଂପାନୀ ବିରୋଧରେ ଜିଲ୍ଲା ପ୍ରସାସନ ନିକଟରେ ଫେରାଦ ହେଲେ ଛଟେଇ ଶ୍ରମିକ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):- ସମ୍ବଲପୁର ରେଙ୍ଗାଲୀ ଲପଙ୍ଗା ସ୍ଥିତ  NLC କଂପାନୀ ରେ ଶ୍ରମିକ ଓ କଂପାନୀ ମଧ୍ୟରେ ନିଯୁକ୍ତି ପ୍ରସଙ୍ଗରୁ ନେଇ ଲାଗିଥିବା ବିବାଦ ଥମିବାର ନା ଧରୁନାହିଁ । ଦୁଇଦିନ ତଲେ NLC ର କୋଲାବିରା ମାଇନ୍ସ ରେ ଶ୍ରମିକ ମାନଙ୍କ ଛଟେଇ ନେଇ ଉତ୍ତେଜନା ପରିସ୍ଥିତି ସୄଷ୍ଟି ହୋଇଥିଲା । ଏପରିକି କଂପାନୀ ର କାୟାଳୟ ର ଆସବାବପତ୍ର କୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଥିଲା । ଅପରପକ୍ଷରେ କଂପାନୀ ର ଅଭିଯୋଗ ପରେ ଠେଲକୋଲୋଇ ପୋଲିସ ୧୫ ଜଣ ଶ୍ରମିକ ଙ୍କୁ ଗିରଫ ମଧ୍ୟ କରିଥିଲା । ତେବେ ଏ ପ୍ରସଙ୍ଗରେ ଆଜି ସତାଧିକ ଶ୍ରମିକ ସମ୍ବଲପୁର ଜିଲ୍ଲାପାଳ କାଯ୍ୟାଳୟ କୁ ଆସି କଂପାନୀ ଶ୍ରମିକ ମାନଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ କହିଥିଲେ । ଏପରିକି ଏକାସାଥିରେ କଂପାନି ଅଧିକ ରେ କାଯ୍ୟକରୁଥିବା ୮୫ ଶ୍ରମିକ ଙ୍କୁ ଛଟେଇ କରିବାକୁ ନିଦ୍ଦେର୍ଶ ଦେଇଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ତେବେ ଛଟେଇ  କୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିବା ଶ୍ରମିକ ମାନଙ୍କ ଉପରେ ମିଛ ମୋକଦ୍ଦମା ଦାୟର କରି ୧୫ ଜଣକୁ ଗିରଫ କରିଥିବା ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଛନ୍ତି । ଏନେଇ ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

0
0
0
s2sdefault