ହେଡଲାଇନସ୍:

ସମାଜସେବୀ ଅମର ତାଣ୍ଡିଆ ନିଫା ଦ୍ୱାରା ସମ୍ବର୍ଦ୍ଧିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ); ସମ୍ବଲପୁର ସହର ର ଜଣାଶୁଣା ଯୁବ ସମାଜସେବୀ ଅମର ତାଣ୍ଡିଆ ଙ୍କୁ ନ୍ୟାସନାଲ ଇଣ୍ଟ୍ରିଗେଟେଡ଼ ଫୋରମ ଅଫ ଆଟିଷ୍ଟ ଆଣ୍ଡ ଆକ୍ଟିଭିଷ୍ଟ (ନିଫା) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I କରୋନା କଟକଣା ଲକ ଡାଉନ, ସଟ୍ ଡାଉନ  ସମୟରେ ରକ୍ତଦାନ ଶିବିର ଆୟୋଜନ କରିଥିବା ପରି ଅନେକ ଜନମଙ୍ଗଳ କାର୍ଯ୍ୟକ୍ରମ କରିଥିବାରୁ ଏହି ସଂମ୍ବର୍ଦ୍ଧନା ଦିଆଯାଇଥିବା (ନିଫା) ର ସମ୍ବଲପୁର ଜ଼ିଲ୍ଲା ସଭାପତି ଅସୀମ ପ୍ରଧାନ ପ୍ରକାଶ କରିଛନ୍ତି I ଯୁବ ସାମଜସେବୀ ଅମର ତାଣ୍ଡିଆ ସମ୍ବଲପୁର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ "ସେବା" ର ଅଧ୍ୟକ୍ଷ ରହିଛନ୍ତି I ଏହି ଅବସରରେ  "ସେବା" ର ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର ଏବଂ ସରୋଜ ସାହୁ ନ୍ୟାସନାଲ ଇଣ୍ଟ୍ରିଗେଟେଡ଼ ଫୋରମ ଅଫ ଆଟିଷ୍ଟ ଆଣ୍ଡ ଆକ୍ଟିଭିଷ୍ଟ (ନିଫା) ଅନୁଷ୍ଠାନ କୁ ଧନ୍ୟବାଦ ଜ୍ଞାପନ କରିବା ସହିତ  ଅମର ତାଣ୍ଡିଆ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି I

0
0
0
s2sdefault