ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ଶୁକ୍ରବାର ଭୋର ୫.୪୫ରେ ଶ୍ରୀମନ୍ଦିର ପାଖରେ ପହଞ୍ଚିଥିଲେ କଙ୍ଗନା । ସେବକ ମଧୁସୂଦନ ସଂଘାରୀ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ବୁଲାଇଥିଲେ । ସମସ୍ତ ଦେବାଦେବୀଙ୍କୁ ଦର୍ଶନ କରିବା ସହ ମଙ୍ଗଳ ଆଳତି ଦେଖିଥିଲେ । ବେସ କିଛି ସମୟ ମନ୍ଦିର ଭିତରେ ବିତାଇବା ପରେ, ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସେ ପୂର୍ବରୁ ମାନସିକ କରିଥିଲେ । ଅନେକ ଖରାପ ସମୟରେ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଥିଲି । ମହାପ୍ରଭୁ ମତେ ଅନେକ ସମସ୍ୟାରୁ ମୁକୁଳାଇଛନ୍ତି ସେଥିପାଇଁ ମାନସିକ କରିଥିଲି। ଏବେ ମହାପ୍ରଭୁଙ୍କ କରୁଣାରୁ ଦର୍ଶନ ମଧ୍ଯ କଲି ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଥିଲେ କଙ୍ଗନା ।
ରାଜ୍ୟ
ମହାପ୍ରଭୁଙ୍କୁ ଦର୍ଶନ କଲେ ଅଭିନେତ୍ରୀ କଙ୍ଗନା
- Hits: 827











