ହେଡଲାଇନସ୍:

ଇଣ୍ଡିଆନ ଅଏଲ୍ ଏବଂ ଗ୍ରୀନସାଟ୍ ଉଦ୍ୟମରେ ବିଶ୍ୱ ହାଇଡ୍ରୋଜେନର ନେତୃତ୍ୱ ନେବ ଭାରତ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇଣ୍ଡିଆନ ଅଏଲ୍ ଏବଂ ଗ୍ରୀନସାଟ୍ ମଧ୍ୟରେ ଇଚ୍ଛାପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ/ଭୁବନେଶ୍ୱର, – ନୂଆଦିଲ୍ଲୀ ଠାରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭାରତରେ ସେଂଟର୍ ଅଫ୍ ଏକସିଲେନ୍ସ ଅନ୍ ହାଇଡ୍ରୋଜେନ୍ ପ୍ରତିଷ୍ଠା  କରିବା ପାଇଁ ‘ଇଣ୍ଡିଆନ ଅଏଲ ଏବଂ ଗ୍ରୀନସାଟ୍ ହାଇଡ୍ରୋଜେନ୍ ଇଣ୍ଡିଆ’ କମ୍ପାନୀ ମଧ୍ୟରେ ଇଚ୍ଛାପତ୍ର ସ୍ୱାକ୍ଷର(ଷ୍ଟେଟମେଂଟ୍ ଅଫ୍ ଇଂଟେଟ୍) ସମାରୋହ ଅନୁଷ୍ଠିତ  ହୋଇଯାଇଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସେଂଟର୍ ଅଫ୍ ଏକସିଲେନ୍ସ ଅନ୍ ହାଇଡ୍ରୋଜେନ୍ ସ୍ଥିର ମୂଲ୍ୟ ଓ ବୈଷୟିକ ସମାଧାନର ବିକାଶ, ହାଇଡ୍ରୋଜେନର ସଂରକ୍ଷଣ ଓ ଉତ୍ପାଦନର ବ୍ୟବସାୟ ମଡେ଼ଲ୍ ପ୍ରସ୍ତୁତ କରିବ । ଏହାସହ ଟେକ୍ନୋଲୋଜିକୁ ସେୟାରିଂ ଏବଂ ଟ୍ରାନ୍ସଫର ମାଧ୍ୟମରେ ଫ୍ୟୁଏଲ ସେଲ୍ ଏବଂ ସିସିୟୁଏସ ଟେକ୍ନୋଲୋଜିହହ ବିକାଶ କରାଯିବ । ହାଇଡ୍ରୋଜେନ୍ ଉର୍ଜା ଭାଲ୍ୟୁଚେନରେ ବୌଦ୍ଧିକ ଶକ୍ତି ଓ ଘରୋଇ ଦକ୍ଷତା ବିକାଶ ଦିଗରେ ‘ଇଣ୍ଡିଆନ ଅଏଲ ଏବଂ ଗ୍ରୀନସାଟ୍ ହାଇଡ୍ରୋଜେନ୍ ଇଣ୍ଡିଆ’ର ମିଳିତ ଉଦ୍ୟମ ମାଧ୍ୟମରେ ଭାରତ ବିଶ୍ୱ ହାଇଡ୍ରୋଜେନ୍ ମାନଚ୍ଚିତ୍ରରେ ଅଗ୍ରଣୀ ନେତୃତ୍ୱ ନେବ ବୋଲି ସେ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମର ନୂତନ ଉର୍ଜା ମାନଚିତ୍ରର ୭ଟି ବାହକ ସହ ଭାରତ ଉର୍ଜା ରୂପାନ୍ତରଣ ପାଇଁ ବିଶେଷ ଭାବରେ ହାଇଡ୍ରୋଜେନ ସମେତ ଭବିଷ୍ୟତର ଇନ୍ଧନ ପାଇଁ କାର୍ଯ୍ୟ କରୁଛି ।

ଭାରତର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପ ଦିଗରେ ବିଶିଷ୍ଟ ୟୁରୋପୀୟ କମ୍ପାନୀ ଗୁଡ଼ିକ ସଂଯୋଗ ସ୍ଥାପନ କରୁଛି ଏବଂ ଚଳିତ ସାଧାରଣ ବଜେଟରେ  ଘୋଷଣା କରାଯାଇଥିବା ଜାତୀୟ ହାଇଡ୍ରୋଜେନ୍ ଉର୍ଜା ଅଭିଯାନରେ ମଧ୍ୟ ସହାୟକ ହେବ । ଇଣ୍ଡିଆନ ଅଏଲ୍ ଏବଂ ଗ୍ରୀନସାଟ୍ର ମିଳିତ ଉଦ୍ୟମ ଭାରତକୁ ହାଇଡ୍ରୋଜେନ୍ ଉତ୍ପାଦନ ତଥା ଫ୍ୟୁଏଲ ସେଲ୍ ଟେକ୍ନୋଲୋଜିର ବିକାଶ କ୍ଷେତ୍ରରେ ମଜବୁତ ସ୍ଥିତିକୁ ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault