ମାଲକାନଗିରି (ବି.ଶ୍ରୀନିବାସ ପାତ୍ର) ପାଣ୍ଡ୍ରିପାଣି ପଂଚାୟତ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମରେ ବନ ବିଭାଗ ପକ୍ଷରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଏବଂ ଅବାଧ ପ୍ରାଣୀ ଧନ ଶିକାର କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ସର୍ବ ପ୍ରଥମେ ଗ୍ରାମବାସୀ ମାନେ ବନଖଣ୍ଡ ଅଧିକାରୀ ଓ ବନବିଭାଗ ଅଧିକାରୀ ଙ୍କୁ ପାରମ୍ପରିକ ରୀତିନୀତି ରେ ଫୁଲମାଳ,ଦୀପ,ବାଦ୍ୟ ଏବଂ ନୃତ୍ୟ ମାଧ୍ୟମରେ ସ୍ୱାଗତ କରିଥିଲେ । ଏକ ଵିଶାଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ସହ ଗ୍ରାମଦେବୀ ଙ୍କ ପିଠରେ ଏକ ଆଁଳା ଗଛ ଲଗାଇ ଥିଲେ । ଏହି ଅବସରରେ ବନାଞ୍ଚଳ ଅଧିକାରୀ ଶ୍ରୀ ଜଗନ୍ନାଥ ବିଷୋୟୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ଦେବିଦାସ ମିରାସେ ଯୋଗଦେଇ ପ୍ରଥମେ ବୃକ୍ଷ ଦେବତାଙ୍କ ନିକଟରେ ପ୍ରଦୀପ ପ୍ରଯ୍ୟୁଳନ କରିଥିଲେ । ପ୍ରାରମ୍ଭ ରେ ବନାଞ୍ଚଳ ଅଧିକାରୀ ଶ୍ରୀ ବିଷୋୟୀ ସ୍ୱାଗତ ଭାଷଣ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଶ୍ରୀମତୀ ଦହନା ତାଙ୍ଗୁଲ, ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁ, ମାର୍କ।ପାଲି ସରପଞ୍ଚ ହାତିରାମ ଗାଡାଲା, ନିଜ ନିଜ ଅଭିଭାଷଣ ରେ ଜଙ୍ଗଲ ସୁରକ୍ଷା ରେ ଗ୍ରାମବାସୀ ଙ୍କ ଯୋଗଦାନ କିଭଳି ଗୁରୁତ୍ୱ ପୂର୍ଣ୍ଣ ତାହା ବୁଝାଇବା ସହ ମହୁଲ ସଂଗ୍ରହ, ପୋଡ଼ୁଚାଷ,ବେଣ୍ଟ ଶିକାର ଦ୍ଵାରା ବ୍ୟାପକ ଜଙ୍ଗଲ ନଷ୍ଟ ଏବଂ ଜୀଵ ଜନ୍ତୁ ଲୋପ ହେଉଥିବା ବେଳେ ପ୍ରକୃତି ଉପରେ ହେଉଥିବା କୁ ପ୍ରଭାବ, ମୃତ୍ତିକା କ୍ଷୟ, ଅମ୍ଳଜାନ ଅଭାଵ, ଭଳି ଅସୁବିଧା ଉପରେ ଆଲୋକପାତ କରିବା ସହ ନିଜନିଜ ବାଡ଼ରେ ଅତି ବେଶୀରେ ଦୁଇଟି ବୃକ୍ଷ ରୋପଣ କରିବା ସହ ପରିବେଶ ସୁରକ୍ଷା ରେ ନିଜର ଅବଦାନ ଦେବାକୁ କହିଥିଲେ । ଏହି ଅବରରେ ଦୁଇଟି ବନ ସୁରକ୍ଷା ସମିତି କୁ ପୁରସ୍କୃତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ବନାଧିକାରୀ ଶ୍ରୀ ଶ୍ରୀକାନ୍ତ ନାୟକ, ଶ୍ରୀ ବିଭୁତି ଭୂଷଣ ବେହେରା, ଶ୍ରୀମତୀ ଲିଲି ଅମାନତିୟାଙ୍କ ସହ ମାଲକାନଗିରି ବନା ଅଞ୍ଚଳର ବହୁ କର୍ମଚାରୀ, ଏନଜିଓ କର୍ମଚାରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଉପସ୍ଥିତ ରହିଥିଲେ । ପରିଶେଷରେ ଖଣ୍ଡୀୟ ବନାଧିକାରୀ ଶ୍ରୀ ପ୍ରଦୀପ ଦେବିଦାସ ମିରାସେ ଗ୍ରାମବାସୀ ଙ୍କୁ ଶପଥ ପାଠ କରାଇ ଥିଲେ ।