ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୁରୁଣା ପେଟ୍ରୋଲ ପମ୍ପ ନିକଟ ଏକ ଗଛରେ ପିଟି ହୋଇ ରେଢ଼ାଖୋଲ କୋର୍ଟର ମୁଖ୍ୟ କିରାଣୀ ଓ ଦୁଇ ସରକାରୀ ଓକିଲ ଗୁରୁତର ଆହତ ହୋଇଛନ୍ତି , ସୂଚନା ଯୋଗ୍ୟ ଯେ ଆଜି ସକାଳ 10 ଟାରେ ରେଢ଼ାଖୋଲ କୋର୍ଟର ମୁଖ୍ୟ କିରାଣୀ ସୂର୍ଯ୍ୟ ନାରାୟଣ ସତପଥୀ , ସରକାରୀ ଓକିଲ ଅଶୋକ ସେନାପତି ଓ ପ୍ରଦୀପ ଦୋରା ଏକ ନଂ OD 15 B 6786 ବିଶିଷ୍ଟ କରରେ ସମ୍ବଲପୁରରୁ ରେଢ଼ାଖୋଲ କୋର୍ଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା , ସ୍ଥାନୀୟ ଲୋକେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ସୂର୍ଯ୍ୟ ନାରାୟଣ ସତପଥୀ ଓ ପ୍ରଦୀପ ଦୋରା ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଖବର ପାଇ ରେଢ଼ାଖୋଲ ଏସ ଡି ଜେ ଏମ ଅଞଲୀ ମାଛଖଣ୍ଡ ଡାକ୍ତରଖାନାକୁ ଆସି ଆହତ ହୋଇଥିବା କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।
ରାଜ୍ୟ
ଗଛରେ ପିଟି ହେଲା କାର , ରେଢ଼ାଖୋଲ କୋର୍ଟର ମୁଖ୍ୟ କିରାଣୀ ଓ ଦୁଇ ସରକାରୀ ଓକିଲ ଗୁରୁତର ଆହତ ।
- Hits: 316