ହେଡଲାଇନସ୍:

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର  (ରମାକାନ୍ତ ବିଶ୍ବାଳ):କଶାଇବାହାଳ ସ୍ଥିତ ମହାବୀର ପଡ଼ାରେ ଅବସର ପ୍ରାପ୍ତ ରାଜ୍ୟ ପୁରସ୍କୃତ ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ମଞ୍ଚରୀ ବହିଦାର ସଭାପତିତ୍ବରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ସମାଜସେବୀ ଓ ସାହିତ୍ୟିକ ଶ୍ରୀ ସୁବାସ ନାୟକ ମୁଖ୍ୟ ଅତିଥି ଓ ଶିଶୁ ସାହିତ୍ୟିକ ପଣ୍ଡିତ ଅଲେଖ କୁମାର ପତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମ ରେ କବି ଶ୍ରୀମତୀ ଅନୁଛାୟା ପଟେଲ ଙ୍କ ଲିଖିତ ପ୍ରଥମ କବିତା ସଂକଳନ ବଉଳ ଝୁପା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସାହିତ୍ୟିକ ପ୍ରମୋଦ କୁମାର କର୍ସେଲ ଙ୍କୁ ବନଦୁର୍ଗା ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ଶ୍ରୀ ମତୀ ସୁଜ୍ଞାନି ନାଏକ ସ୍ବାଗତ ଭାଷଣ ଓ ଶ୍ରୀମତୀ ବିଣାପାଣି ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିରୁପମା ସାହୁ ଉପେନ୍ଦ୍ର ନାୟକ, ଗୋଳକ ବିହାରୀ ନାୟକ, ଲିଲିମା ମହାପାତ୍ର ପ୍ରମୁଖ ସରସ୍ଵତୀ ବନ୍ଦନା ଓ ଭଞ୍ଜ କବିତା ଗାନ  କରିଥିଲେ। ଶେଷରେ ରବିନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault