ହେଡଲାଇନସ୍:

ଆସୁଛି ଗ୍ରୀଷ୍ମ ଋତୁ :ଝାରବନ୍ଧ ବ୍ଲକ ଅଞ୍ଚଳରେ ବହୁ ନଳକୂପ ଅଚଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ-ମନୋହର ଦାଶ : ଆଗକୁ ଆସୁଛି ଖରା ଦିନ । ଯେଉଁଭଳି ଭାବେ ପାଣି ପାଗ ରେ ଅସ୍ବାଭାବିକ ପରିଵର୍ତନ ଦେଖା ଦେଉଛି ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଅସହ୍ୟ ହେବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି।ଏହି ଋତୁ ରେ ଜଳସ୍ତର କମି ଯାଉଥିବାରୁ ଉତକଟ ଜଳ କଷ୍ଟ ଦେଖାଦେବ ବୋଲି ଆଶଙ୍କା କରା ଯାଉଛି।ନଦୀ ନାଳ ର ପାଣି ସୁଖି ଗଲାଣି।ଠିକ ଏହି ସମୟ ରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳରେ ବ୍ଲକ କର୍ତୁପକ୍ଷ ରୁ ପୂର୍ବରୁ ସ୍ଥାପନ କରାଯାଇଥିବା ବହୁ ନଳକୂପ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ରୁ ଅଚଳ ଅବସ୍ଥା ରେ ରହିଛି ତେଣୁ ଖରାଦିନ ପୂର୍ବରୁ ଝାରବନ୍ଧ ବ୍ଲକ ଅଞ୍ଚଳରେ ସମସ୍ତ ଅଚଳ ନଲ କୂପ କୁ ମରାମତି କରିବାକୁ ଜନସାଧାରଣ ଦାବି କରିଛନ୍ତି।

ବ୍ଲକର ବିଭିନ୍ନ ଗ୍ରାମ ମାନଙ୍କ ରେ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ଯୋଗେ ପାନୀୟ ଜଳ ର ବ୍ୟବସ୍ଥା ରହିଥିଲେ ମଧ୍ୟ ପ୍ରତ୍ୟହ ବିଜୁଳି କାଟ ରହୁଥିବାରୁ ପାଣି ଉପଲବ୍ଧ ହୋଇ ପାରୁନାହିଁ। ଇତି ମଧ୍ୟରେ ଅମୃତ ଯୋଜନା ରେ ପାଣି ର ବ୍ୟବସ୍ଥା ନିଲଜିପତ୍ରା ଗ୍ରାମ ରେ ହୋଇଥିଲେ ମଧ୍ୟ ଏହି ପ୍ରକଳ୍ପ ର ମନ୍ତର ଗତି ଯୋଗୁଁ ପାନୀୟ ଜଳ ଯୋଗାଣ ହୋଇପାରୁ ନାହିଁ।ଏହି ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ ତାହାର କୌଣସି ନିଶ୍ଚିନ୍ତତା ନାହିଁ।ନଳକୂପ ଅଚଳ ହେଲେ ଆଗେ ଗ୍ରାମ ପଞ୍ଚାୟତ କୁ ମରାମତି କରିବାକୁ ଅଗ୍ରାଧିକାର ଦେଇ ଆସୁଥିଲେ କିନ୍ତୁ ଆଉ ପୂର୍ବ ଭଳି ଅଗ୍ରାଧିକାର ଦେଉ ନ ଥିବାରୁ ଅଚଳ ନଳକୂପକୁ ସଜାଡ଼ିବା ଦିଗରେ ଗ୍ରାମ ପଞ୍ଚାୟତର ଜନପ୍ରତିନିଧି ଦୃଷ୍ଟି ଦେଉନଥିବା ଜଣାଯାଏ।ତେଣୁ ଖରା ଦିନ ପୂର୍ବରୁ ଅଞ୍ଚଳବାସୀ ଙ୍କ ଜଳ କଷ୍ଟ ଦୁର କରିବାକୁ ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ ଅଚଳ ନଳକୂପ ସଜାଡ଼ିବାକୁ ଦାବି ହୁଏ।

0
0
0
s2sdefault