ହେଡଲାଇନସ୍:

ସ୍ୱାସ୍ଥ୍ୟ ବିଭାଗର କରୋନା ଯୋଦ୍ଧା ମାନଙ୍କୁ କୋଭିଡ୍-୧୯ ଟିକାକରଣ: ଦ୍ଵିତୀୟ ଡୋଜ୍ ଟିକାକରଣର ପ୍ରଥମ ଦିନରେ ୬୯୬ ଜଣଙ୍କୁ ଟୀକାକରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି  ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ  ଜିଲ୍ଲାର ୭ ଟି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ବୁଧବାର ଦିନ କୋଭିଡ୍ ଟିକାକରଣର ଦ୍ଵିତୀୟ ଡୋଜ୍ ଟିକାକରଣର ପ୍ରଥମ ଦିନରେ ମୋଟ ୬୯୬ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ  କୋଭିଡ୍ ଟୀକାକରଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଏହି ଦ୍ଵିତୀୟ ଡୋଜ୍ ର ପ୍ରଥମ ଦିନରେ କେବଳ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର , ଆଶା , ଏଏନଏମ ଓ କର୍ମଚାରୀ ମାନେ ଟୀକା ନେଇଥିଲେ  । ଟୀକା ନେବା ପରେ ସେମାନେ ନିରୀକ୍ଷଣ କକ୍ଷରେ ୩୦ ମିନିଟ୍ ପର୍ଯ୍ୟନ୍ତ ବସିଥିଲେ । କାହାକୁ ହେଲେ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଇ ନ ଥିଲା । ଏହି କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଡିପିଏମ ସୌମ୍ୟରାଣୀ ଗୌଡ଼ ଏବଂ କୋଭିଡ୍ ଟିକାକରଣ ଇନଚାର୍ଜ ଡାକ୍ତର ରେଗା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ କରୋନା ଯୋଦ୍ଧା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କୁ ଏଏନଏମ: ସୁଚିତ୍ରା ପରିଡା , ସୌଭାଗ୍ୟ ମହାନ୍ତି ଏବଂ ସ୍ୱାସ୍ଥ୍ୟକର୍ମୀ  ଶ୍ରୀ ଶୁଶିଲ କୁମାର ପଣ୍ଡା ପ୍ରମୁଖ କୋଭିଡ୍ ଟିକା ଦେଇଥିଲେ ।

0
0
0
s2sdefault