ହେଡଲାଇନସ୍:

କୋଭିଡ କଟକଣା ମାନି ଶିକ୍ଷାନୁଷ୍ଠାନ ଗୁଡିକରେ ସରସ୍ୱତୀଙ୍କ ପୂଜାର୍ଚ୍ଚନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା (ସରୋଜ କୁମାର ସାହୁ) – କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ସରସ୍ୱତୀ ପୂଜା ମଧ୍ୟ ଫିକା ପଡିଛି । ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପାଇଁ ବିଶେଷ କରି ଶିକ୍ଷାନୁଷ୍ଠାନ ଉତ୍ସବ ମୁଖର ହୋଇପଡୁଥିଲା । ପୂଜା ନିମନ୍ତେ ବହୁ ପୂର୍ବରୁ ଶିକ୍ଷାନୁଷ୍ଠାନ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ପ୍ରସ୍ତୁତ ଆରମ୍ଭ କରୁଥିଲେ । ଏକ ପ୍ରକାର ଉତ୍ସବର ମହଲ ସୃଷ୍ଟି ହେଉଥିଲା ଶିକ୍ଷାନୁଷ୍ଠାନ ପରିସରରେ ।  କିନ୍ତୁ ଚଳିତ ବର୍ଷ କୋରନା କଟକଣା ଯୋଗୁଁ ସବୁ କିଛି ଓଲଟାପାଲଟା ହୋଇଯାଇଛି । ବିନା ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ଶିକ୍ଷାନୁଷ୍ଠାନ ଗୁଡିକରେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ  ହୋଇଛି । ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆସିବାକୁ ମନା କରାଯାଇଛି । ନିଜ ନିଜ ଘରେ ରହି ଛାତ୍ର ଛାତ୍ରୀ ମାନେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କୁ ଆହ୍ୱାନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ରାୟଗଡା ସହରରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ କଟକଣା ମାନି ପୂଜାର୍ଚ୍ଚନା ହୋଇଥିଲା ।

0
0
0
s2sdefault