ହେଡଲାଇନସ୍:

ପୂର୍ଣ୍ଣଚନ୍ଦ୍ର ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ପୂର୍ବତନ ଜିଲ୍ଲାପାଳ ରାଜେଶ ପାଟିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ୱାର୍ଡ  ନମ୍ବର ୧୫ ଜନାର୍ଦ୍ଧନପୁରସ୍ଥିତ ପୂର୍ଣ୍ଣଚନ୍ଦ୍ର ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ପୂର୍ବତନ ମୟୂରଭଞ୍ଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ । ଆମ ମୟୂରଭଞ୍ଜ ଜିଲ୍ଲାପ୍ରତିନିଧିଙ୍କୁ ଫୋନ ମାଧ୍ୟମରେ ଏକ ସାକ୍ଷାତକାରରେ ଏବିଷୟରେ ପୂର୍ବତନ ଜିଲ୍ଲାପାଳ ଶ୍ରୀପାଟିଲ ସୂଚନା ଦେଇଛନ୍ତି । ସରକାରଙ୍କ ଏକ କାର୍ଯ୍ୟକ୍ରମ ଅନୁସାରେ ଭାରତୀୟ ପ୍ରଶାସନକିକ ସେବାରେ କାର୍ଯ୍ୟରତ ବରିଷ୍ଠ  ଅଧିକାରୀମାନେ ଗୋଟାଏ ଗୋଟାଏ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ବେଳେ ବାରିପଦା ପୌରପରିଷଦରେ ଥିବା ପୂର୍ଣ୍ଣଚନ୍ଦ୍ର ବିଦ୍ୟାଳୟ ଓ ବିଶୋଇ ବିଦ୍ୟାଳୟ ପ୍ରତି ଦୁର୍ବଳତା ରହିଛି । ବିଶେଷ କରି ପୂର୍ଣ୍ଣଚନ୍ଦ୍ରପୁର ବିଦ୍ୟାଳୟର ଶିକ୍ଷକ ସୋମନାଥ ସିଂ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗାଯୋଗରେ ଥାଇ ବିଦ୍ୟାଳୟର ସାର୍ବାଙ୍ଗୀନ ଉନ୍ନତି ସାଧନ, ବିଭିନ୍ନ ସମସ୍ୟା ଓ ପ୍ରସଙ୍କ ଆଦି ଉପରେ ଆଲୋଚନା କରିଥାନ୍ତି । ତେଣୁ, ପୂର୍ଣ୍ଣଚନ୍ଦ୍ରପୁର ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ସାଙ୍ଗକୁ ତାର ସର୍ବଙ୍ଗୀନ ଉନ୍ନିତି ଓ ବିକାଶ ସହିତ ବିଦ୍ୟାଳୟରେ ଅଧ୍ୟନରତ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବୌଦ୍ଧିକ ବିକାଶ ନିମନ୍ତେ ପ୍ରାଧାନ୍ୟ  ଦେବି । ଏଥି ନିମନ୍ତେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଓ ପରିଚାଳନା ପରିଷଦ ସହିତ ଖୁବ ଶୀଘ୍ର ବୈଠକରେ ବସି ଆଲୋଚନା କରିବେ ବୋଲି ପୂର୍ବତନ ଜିଲ୍ଲାପାଳ ଶ୍ରୀପାଟିଲ ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ, ଶ୍ରୀପାଟିଲ ମୟୂରଭଞ୍ଜରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ବେଳେ ବହୁ ଇନୁଭେଟିଭ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଏଥି ସହିତ ମୁଁ ବି ପଢ଼ିବି କାର୍ଯ୍ୟକ୍ରମ ତାଙ୍କର ନିଜସ୍ୱ କାର୍ଯ୍ୟକ୍ରମ ରହିଥିଲା । ମୟୂରଭଞ୍ଜକୁ ବିଦ୍ୟାଳୟ ବାହାରେ ଛାତ୍ରୀଛାତ୍ର ମୁକ୍ତ ଜିଲ୍ଲାରେ ପରିଣତ କରାବାକୁ ଘୋଷଣା କରିଥିଲେ । ଅଧାରୁ ପାଠପଢ଼ା ଛାଡ଼ିଥିବା ପିଲାମାନଙ୍କୁ ସେମାନଙ୍କ ବୟସ ଅନୁସାରେ ବ୍ରିଜ କୋର୍ସ ମାଧ୍ୟମରେ ବିଦ୍ୟାଳୟମୁଖୀ କରାଇ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରାଇବା ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଏଥି ନିମନ୍ତେ ବିଦ୍ୟାଳୟ ବାହାରେ ରହିଥିବା ପିଲାମାନଙ୍କୁ ଜିଲ୍ଲାର ଆବାସିକ ବିଦ୍ୟାଳୟ , ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ ତାଲିମ କେନ୍ଦ୍ରରେ ନାମ ଲେଖାଇବା, ଆବଶ୍ୟକ ପଡ଼ିଲେ ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳର ପିଲାମାନଙ୍କୁ ବିଦ୍ୟାଳୟକୁ ନିରାପଦରେ ଯାତାୟତ ନିମନ୍ତେ ଭତ୍ତାର ବ୍ୟବସ୍ଥା, ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କ ସହିତ ପରାମର୍ଶ କରାଯାଇ ସେମାନଙ୍କ ସୁବିଧା ଅନୁସାରେ ଉପଯୁକ୍ତ ବିଦ୍ୟାଳୟରେ ନାମକୁ ପୁନଃ ପଞ୍ଜିକରଣ କରାଇବା ଆଦି ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ପ୍ରଶାସନିକସ୍ତରରେ ଗ୍ରହଣ କରିଥିଲେ ।  ମୟୂରଭଞ୍ଜ ଜିଲ୍ଲାକୁ ୨୦୧୪ ସେପ୍ଟେମ୍ବର ୫ରେ ଫ୍ରି ଫ୍ରମ ଆଉଟ ଅଫ ସ୍କୁଲ ଚିଲଡ୍ରେନ ଜିଲ୍ଲା ଭାବେ ତକ୍ରାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଘୋଷଣା କରିଥିଲେ । ଏଥି ନିମନ୍ତେ ଜିଲ୍ଲାପାଳ ଶ୍ରୀପାଟିଲଙ୍କ ନିଜସ୍ୱ ଯୋଜନା “ମୁଁ ବି ପଢ଼ିବି” ଜିଲ୍ଲାରେ ଆରମ୍ଭ କରାଯାଇଥିଲା । ଏହି ଯୋଜନା ସଫଳ ହେବା ପରେ ରାଜ୍ୟ ସରକାର ଏହାକୁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ କରାଇବା ଆରମ୍ଭ କରାଇବା ସହିତ ଏହାକୁ ଦିଲ୍ଲୀକୁ ପଠାଇଥିଲେ । କେନ୍ଦ୍ର ସରକାର ମଧ୍ୟ ଏହାକୁ ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ଆରମ୍ଭ କରିଥିଲେ । ମାତ୍ର ଜିଲ୍ଲାପାଳ ଶ୍ରୀପାଟିଲଙ୍କ ୨୩.୦୪.୨୦୧୭ରେ ବଦଳି ପରେ ମୁଁ ବି ପଢ଼ିବି ଯୋଜନା ଲକ୍ଷ୍ୟ ଭ୍ରଷ୍ଟ ହେବାରେ ଲାଗିଥିଲା । 

0
0
0
s2sdefault