ହେଡଲାଇନସ୍:

ଜର୍ମାନୀରେ ଥାଇ ବଲାସିଂହାରେ ୬୦ ପିଲାଙ୍କୁ ପଢାଉଛନ୍ତି ଯୁବ ଗବେଷକ ଶେଷ କିସାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଲ ବ୍ଲକ ବଲାସିଂହାର ୬୦ ଶିଶୁଙ୍କ ପଢାର ଦାୟିତ୍ବ ନେଇଛନ୍ତି ଯୁବ ଗବେଷକ ଶେଷ କିସାନ। ବର୍ତ୍ତମାନ ପ୍ରଥମରୁ ପଞ୍ଚମ ପଢୁଥିବା ବିଦ୍ୟାର୍ଥୀଙ୍କୁ ସକାଳେ, ସନ୍ଧ୍ୟାରେ ୨ ଘଣ୍ଟା ଲେଖାଏଁ ପଢିବା ପାଇଁ ଗାଁ’ରେ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ୨ ଜଣ ଶିକ୍ଷକଙ୍କ ନିଯୁକ୍ତି ଦେଇଛନ୍ତି। ଆଗାମୀ ଦିନରେ ସେମାନଙ୍କ ପଢିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଶେଷ।

ଶେଷ କହନ୍ତି, ଆମ ବଲାସିଂହାରେ ୪ଟି କିସାନ ପଡ଼ା ରହିଛି। ମୁଁ ଯେତେବେଳେ ଛୋଟ ଥିଲି କିସାନ ପଡ଼ାରେ କେହି ମଧ୍ୟ ପଢିନଥିଲେ କି ସ୍କୁଲ ଯାଇନଥିଲେ। ଶିକ୍ଷାର ମୂଲ୍ୟହିଁ ନଥିଲା। ମଧ୍ୟାହ୍ନ ଭୋଜନ ପାଇବା ଆଶାରେ ସ୍କୁଲ ଯାଇଥିଲି। ଆଜି ଜର୍ମାନରେ ଆସି ପହଞ୍ଚିଛି। ଶିକ୍ଷାର ମୂଲ୍ୟ ମୋ ଠାରୁ କିଏ ଅଧିକ ବୁଝିବ। ଛୋଟ ବେଳେ ଗାଁର ଯାହା ସ୍ଥିତି ଥିଲା, ବର୍ତ୍ତମାନବି ଅବସ୍ଥାର ବିଶେଷ ପରିବର୍ତ୍ତନ ହୋଇ ନାହିଁ। ପିଲାମାନେ ମଧ୍ୟ ସେହିଭଳି ଅନଗ୍ରସର, ଅବହେଳିତ ଭାବରେ ଅଛନ୍ତି। ସରକାରଙ୍କୁ ଧନ୍ୟବାଦ ଯେ ଆଦିବାସୀ ବିଦ୍ୟାର୍ଥୀଙ୍କ ପାଇଁ ହଷ୍ଟେଲ ସ୍କୁଲ କରିଛନ୍ତି। କିନ୍ତୁ ସେଠାରେ ଶିକ୍ଷାଗତ ପରିବେଶ ନାହିଁ। କେବଳ ଦୁଇ ବେଳା ଖାଇବାକୁ ଦିଆଯାଉଛି ଯାହା। ପଢା ଜନୀତ ପରିବେଶ ହିଁ ନାହିଁ। ଆଜିବି ଗାଁରେ ତାଙ୍କ ପଡ଼ାରେ ଅନ୍ୟ ସାଧାରଣ ପରିବାର ଭଳି ପ୍ରତିଦିନ ନିଜେ ପଢିବାର ଅଭ୍ୟାସ କାହାରି ନାହିଁ। ବାପା, ମା ମଜୁରିଆ ଏତେ ସଚେତନ ମଧ୍ୟ ନୁହଁନ୍ତି ନିଜ ଛୁଆଙ୍କୁ ଦୁଇ ଘଣ୍ଟା ପଢିବା ପାଇଁ କହିବେ। ତେଣୁ ପ୍ରାଥମିକ ପର୍ଯ୍ୟାୟରେ କେବଳ ସକାଳେ-ସଂଧ୍ୟାରେ ଦୁଇ ଘଣ୍ଟା ବସାଇ ପଢାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଶେଷ ଜର୍ମାନରୁ ଥାଇ ପରିଚାଳନା କରିଛନ୍ତି। ୭ ଦିନ ହେଲା ପଢାଇବା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମରୁ ଆଶାହିଁ ନଥିଲା ଏତେ ପିଲା ଆସିବେ କିନ୍ତୁ ୬୦ ପିଲା ପଢିବା ପାଇଁ ଆସିବା ଉତ୍ସାହପ୍ରଦ। ଆଗାମୀ ଦିନରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପଢାଇବାର ବ୍ୟବସ୍ଥା ହେବ।

ଶେଷ କହନ୍ତି, ୨୦୧୮ ମସିହାରୁ ହିଁ ଗାଁ ପାଇଁ କିଛି କରିବା ପାଇଁ ଚାହୁଁଥିଲେ। ମାତ୍ର ଭଉଣୀଙ୍କ ଚିକିତ୍ସା, ତାଙ୍କ ପାଇଁ ଘରଟିଏ ତିଆରି କରୁଥିବାରୁ ଏହା ସମ୍ଭବ ହେଉନଥିଲା। କୌଣସି ଅଞ୍ଚଳ ପାଇଁ କିଛି କରିବା ପାଇଁ ଚାହିଁଲେ ପାଠ ଠାରୁ ଶ୍ରେଷ୍ଠ କୌଣସି ମାର୍ଗ ନାହିଁ। ଆର୍ଥିକ ସହାୟତା କେବଳ ସାମୟିକ ସହାୟତା କିନ୍ତୁ ଶିକ୍ଷିତ ହେଲେ ଚିରନ୍ତନ ବିକାଶ ହେବ। କିନ୍ତୁ ପିଲାଙ୍କ ପଢାଇବା ପାଇଁ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ବିଡିଓ, ରେଢାଖୋଲ ବିଧାୟକଙ୍କୁ ଅନୁରୋଧ କରି ଆସୁଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦିଆଯାଇ ନାହିଁ। ଆଗାମୀ ଦିନରେ ସେ ନିଜେହିଁ ଏହି କାର୍ଯ୍ୟ କରିବେ ଭଳି ଲାଗୁଛି।

0
0
0
s2sdefault