ରାୟଗଡ (ସରୋଜ କୁମାର ସାହୁ)-ରାୟଗଡ ଠାରେ 72ତମ ସାଧରଣତନ୍ତ୍ର ଦିବସ ପାଳନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନରେ ଜିଲ୍ଲା ପ୍ରଶାସନ ତରଫରୁ ଫଳ ବଣ୍ଟନ କରାଯାଇଥିଲା l ଜିଲ୍ଲା ପ୍ରଶାସନ ତରଫରୁ ଆତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଯୋଗଦାନ କରି ଜିଲ୍ଲା ମୁଖ୍ୟ ସିକିତ୍ସାଳୟ ଠାରେ ଚିକିତ୍ସିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ l ହସ୍ପିଟାଲ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଆର୍ତ୍ତବନ୍ଧୁ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ଲସେହିପରି ସ୍ଥାନୀୟ ସେବାସମାଜ ଅନାଥାଶ୍ରମ ରହୁଥିବା ଅନ୍ତେବାସୀ ମାନଙ୍କୁ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଯୋଗଦାନ ପୌର ପରିଷଦ ତରଫରୁ ପ୍ରଦତ୍ତ ଫଳ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ମଧ୍ୟ ଉପସ୍ଥିତ ଲେ l ସେହିପରି ସ୍ଥାନୀୟ ଉପ କାରାଗାରରେ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ l ସେହିପରି ସ୍ଥାନୀୟ ସ୍ୱାଦ୍ଧାର ଗୃହରେ ଓ. ଟି. ଏଲ. ପି. ପ୍ରକଳ୍ପ ପରିଚାଳକ ଶ୍ରୀ ସୁଦର୍ଶନ ପାଢ଼ୀଙ୍କ ପ୍ରଦତ୍ତ ଫଳ ଓ ବିସ୍କୁଟ ପ୍ରଦାନ କରାଯାଇଥିଲା l ସେହିପରି ସ୍ଥାନୀୟ ବରିଷ୍ଠ ନାଗରିକ ଗୃହ ଠାରେ ମଧ୍ୟ ସେନଚୁରିଆନ ୟୁନିଭେର୍ସିଟିର ନିର୍ଦ୍ଧେଶକ ଶ୍ରୀ ରାଜେଶ ପାଢ଼ୀଙ୍କ ତରଫରୁ ପ୍ରଦତ୍ତ ଫଳ ଓ ମିଷ୍ଟlନ୍ନକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଡିପତି କହଁର, ସେଂଚୁରିଆନ ୟୁନିଭେର୍ସିଟିର ନିର୍ଦ୍ଧେଶକ ଶ୍ରୀ ପଢି ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଗ୍ରନ୍ଥଆଗରିକ ଶ୍ରୀ ଡମ୍ଭରୁଧର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l
ରାଜ୍ୟ
ସାଧାରଣତନ୍ତ୍ର ଦିବସ ପାଳନ ଅବସରସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଫଳ ବଣ୍ଟନ
- Hits: 214