ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ସ୍ଥାନୀୟ ବୁଢାରଜା ହାଇସ୍କୁଲ ୧୯୯୦ ବ୍ୟାଚ ର ପୁରାତନ ଛାତ୍ର ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇ ଯାଇଛି । ଦୀର୍ଘ ୩୦ ବର୍ଷ ପରେ ପ୍ରଥମ କରି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇ ଥିବାରୁ ସମସ୍ତେ ଖୁବ୍ ଉତ୍ସାହିତ ଥିଲେ । ପ୍ରଥମେ ବିଗତ ବର୍ଷ ମଧ୍ୟରେ ତାଙ୍କ ଚାରି ଜଣ ବନ୍ଧୁ ଙ୍କ ଦେହାନ୍ତ ହୋଇ ଯାଇଥିବାରୁ , ତାଙ୍କ ପାଇଁ ଶାନ୍ତି ପାଠ କରାଯାଇଥିଲା । ଆଗକୁ ସମାଜ ର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଶେଷରେ ଏହି କାର୍ଯ୍ୟକ୍ରମ କୁ ସୂଚାରୁରୂପେ ପରିଚାଳନା କରିଥିବା ରଞ୍ଜନ ପାତ୍ର, ପ୍ରିୟ ରଞ୍ଜନ ବଡପଣ୍ଡା, ଚିତ୍ତ ରଞ୍ଜନ ବିଶ୍ବାଳ ଓ ଅମୃତ ଦାସ୍ ଙ୍କୁ ସମସ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ।