ବରଗଡ :- ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଆଜି ବରଗଡ଼ ଜିଲ୍ଲା ଭଟଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ ତରଫରୁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଙ୍କ ଆହ୍ବାନ କ୍ରମେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ନେତୃତ୍ଵରେ ବିଜେଡି କାର୍ଯ୍ୟାଳୟ ରୁ ଶ୍ରୀଦଧିବାମନଙ୍କ ମନ୍ଦିର ପର୍ଯ୍ୟନ୍ତ ସହଶ୍ରୟାଧିକ କର୍ମକର୍ତ୍ତାଙ୍କ ସମାଗମରେ ଶୋଭଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶ୍ରୀ ଶ୍ରୀ ଦଧିବାମନ ସ୍ବାମୀ ପ୍ରଭୁଙ୍କ ଠାରେ ଦୀର୍ଘାୟୁ କାମନା କରାଯାଇଥିଲା।
ଏଥିରେ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଓ କରନ ସିକନ୍ଦରଙ୍କ ନେତୃତ୍ଵରେ ମୁଖ୍ୟ ଅତିଥି ଭାବେ ଯୁବନେତା ଶ୍ରୀ ସୁବ୍ରତ ସିଂହ ଯୋଗ ଦେଇ ଶୋଭା ଯାତ୍ରାର ମାନ ବଢାଇଥିଲେ | ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କ ସହିତ ଦଳର ବରିଷ୍ଠ ଓ ବହୁ ମହିଳା ମାନେ ଯୋଗ ଦେଇଥିଲେ।