ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଠାରେ ରାଷ୍ଟ୍ରୀୟ ଆଲୋଚନାଚକ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ :- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଆଜି ଆୟୁର୍ବେଦ ଶିକ୍ଷା ଓ ଚିକିତ୍ସା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ସୁଖ୍ୟାତି ଲାଭ କରି ପାରିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରେ ଭରି ରହିଛି ଅନେକ ଔଷଧୀୟ ଗଛ , ଲତା , ଓ ଗୁଳ୍ମ । ଏହି ପର୍ବତରେ ରହିଛି ଅନେକ ପ୍ରକାର ଦୁର୍ଲଭ ପ୍ରଜାତିର ଔଷଧୀୟ ବୃକ୍ଷ । ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ରହିଛନ୍ତି ଦୁଇ ସହରୁ ଅଧିକ ବୈଦ୍ୟ । ଯେଉଁ ମାନେକି ଆଜି ବି ଏହି ପର୍ବତରୁ ଜଡ଼ିବୁଟି ସଂଗ୍ରହ କରି ବିଭିନ୍ନ ରୋଗର ଉପଚାର ଆୟୁର୍ବେଦ ପଦ୍ଧତିରେ କରିଥାନ୍ତି ।  ହେଲେ ଆଜିକାର ଯୁଗରେ ଆବଶ୍ୟକତା ରହିଛି ଏହି ଔଷଧିଅ ବୃକ୍ଷ, ଲତା ଓ ଗୁଲ୍ମ ଉପରେ ଅଧିକ ଗବେଷଣା କରାଯିବାର । ଏହି କ୍ରମରେ ଆଜି ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଠାରେ National research development corporation, ଭାରତ ସରକାର ଏବଂ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ର ମିଳିତ ଉଦ୍ୟମରେ ଏକ ଜାତୀୟ ଆଲୋଚନା ଚକ୍ର (National Symposium) "Role of IP in Ayurvedic Science- Opportunity and Challenges" ଶୀର୍ଷକ ଉପରେ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନ ଉତ୍ସବରେ ପ୍ରଥମେ  ଅନୁଷ୍ଠାନ ର ଅଧ୍ୟକ୍ଷା ପ୍ରଫେସର ,(ଡ଼ା.) କ୍ଷୀରାଦ୍ଧି ତନୟା ରାଉତରାୟ ସମ୍ମାନିତ ଅତିଥି ତଥା resource person ମାନଙ୍କ ପରିଚୟ ପ୍ରଦାନ କରିଥିଲେ । NRDC ଭାରତ ସରକାର ଙ୍କର ତରଫରୁ ଡ଼ା. ବିଜୟ କୁମାର ସାହୁ ଏହି କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ ବିଷୟରେ ସୂଚନା ଦେଇଥିଲେ । ଅନ୍ୟାନ୍ୟ ଅତିଥି ପ୍ରଫେସର ପ୍ରଦୀପ କୁମାର ନାୟକ, ପ୍ରଫେସର ଅମିତ ଦୁବେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ପରିଚାଳନା କମିଟି ର ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ ସମସ୍ତ ଅତିଥି ମାନଙ୍କୁ ଔପଢୌକନ ତଥା ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପୂର୍ବକ ସମ୍ମାନିତ କରିଥିଲେ। ଏହି ଆଲୋଚନା ଚକ୍ର ରେ ଓଡିଶା ତଥା ଓଡିଶା ବାହାରର ବିଭିନ୍ନ ଆୟୁର୍ବେଦ ଶିକ୍ଷା ଅନୁଷ୍ଠାନରୁ ଶତାଧିକ ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ଛାତ୍ର ଛାତ୍ରୀ, ଚିକିତ୍ସକ ଏବଂ ଅଧ୍ୟାପକ /ଅଧ୍ୟାପିକା ଅଂଶଗ୍ରହଣ କଟିଥିଲେ । ଉଦ୍ଘାଟନ ପରେ ଡ଼ା. ବିଜୟ କୁମାର ସାହୁ, ପ୍ରଫେସର ପ୍ରଦୀପ କୁମାର ନାୟକ ଏବଂପ୍ରଫେସର ଅମିତ ଦୁବେ ନିଜ ନିଜର ବିଷୟବସ୍ତୁ ଉପରେ ଶିକ୍ଷା ଦେଇଥିଲେ । ଏହି ଆଲୋଚନା ଚକ୍ର ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ପରିଚାଳନା କମିଟି ର ସହଯୋଗରେ ସଫଳ ହୋଇଥିଲା । ଏବଂ ପରିଶେଷରେ ପରିଚାଳନା କମିଟିର ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିବେଦୀ ଧନ୍ୟବାଦ ଅର୍ପଣ କରଥିଲେ ।

0
0
0
s2sdefault