"ଦୟାକରି ଆମକୁ ଆଉ ମାନସିକ ଯନ୍ତ୍ରଣା ଦିଅନ୍ତୁ ନାହିଁ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚାଷୀ ମୃତ୍ୟୁକୁ ନେଇ ଚାଲିଛି ଅପପ୍ରଚାର ଓ ରାଜନୈତିକ ରୁଟି ସେକା!

  • ପତ୍ରଲେଖି ଅନୁରୋଧ କଲେ ମୃତ ଚାଷୀଙ୍କ ଭାଇ  

  • ଶାସକ ପ୍ରଶାସକ ପ୍ରତିନିଧି କେବଳ ଆମସହ କଥା ହୋଇଛନ୍ତି 

  • ବିଭିନ୍ନ ଗଣମାଧ୍ୟମରେ ବାହାରୁଛି ବିଭ୍ରାନ୍ତିକର ରିପୋର୍ଟ 

 ବରଗଡ(ଗୌରାଙ୍ଗ ଚରଣ ଦାସ) :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଦିବ୍ୟ ସାହୁ ଙ୍କର ଗତ କୋଡିଏ ତାରିଖ ରାତି ଏଗାରଟା ସମୟରେ ଦେହାନ୍ତ ହୋଇ ଯାଇଥିଲା । ପରଦିନ ସକାଳେ ପରିବାର ଓ ଗ୍ରାମବାସୀ ତଥା ବନ୍ଧୁବାନ୍ଧବ ମିଶି ସମ୍ପୂର୍ଣ୍ଣ ନୀତିନିୟମ ରେ ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରି ଦେଇଥିଲେ । ଦିବ୍ୟ ଙ୍କର ମୃତ୍ୟୁ ପରେ କିମ୍ବା ଅନ୍ତିମ ସଂସ୍କାର ପରେ କିମ୍ବା ଆଜି ସକାଳ ସୁଦ୍ଧା କୋଣସି ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କର ଘରକୁ ଯାଇ ନାହାନ୍ତି କିମ୍ବା ତାଙ୍କର ପରିବାର ସହିତ ଦିବ୍ୟ ଙ୍କର ମୃତ୍ୟୁ ବାବଦରେ କୋଣସି ଆଲୋଚନା ପରିବାରର କୋଣସି ସଦସ୍ୟ ଙ୍କର ସହିତ କରି ନାହାନ୍ତି । କିନ୍ତୁ ଦିବ୍ୟ ଙ୍କର ଅନ୍ତିମ ସଂସ୍କାର ସରିବା ପରେ ଅର୍ଥାତ ଏକୋଇଶ ବ ବାଇଶି ତାରିଖ କିଛି  ଦିନ ଧରି ଦିବ୍ୟଙ୍କର ମୃତ୍ୟୁ କୁ ନେଇ ରାଜନୀତି ଓ ଗଣମାଧ୍ୟମ ଖାଲି ଉଠିଲା ଓ ପଡିଲା । କେତେ ଲୋକ ଆଉ କେତେ କଥା କହିଗଲେ ତାହାର କୋଣସି ସୀମା ସରହଦ ନଥିଲା । ତଥ୍ୟହୀନ ଓ ଶୁଣା କଥାରେ ଚାଲିଲା ଘଣ୍ଟା ଘଣ୍ଟା ତର୍କ ଓ ବିତର୍କ । କେହି ଭି ଲେଖିବା କି ଦେଖେଇବା ପୂର୍ବରୁ ମୃତକ ଙ୍କର ପରିବାର ସହିତ ଆଲୋଚନା କରିବାର ଆବଶ୍ୟକତା ମନେ କରି ନଥିଲେ । ବାଇଶି ତାରିଖ ଦିନ ପ୍ରଥମ ଗଣମାଧ୍ୟମ ଭାବରେ ଆମେ ପହଂଛିଥିଲୁ ଦିବ୍ୟ ଙ୍କର ବାସଭବନରେ । ପରିବେଶ ଅତ୍ୟନ୍ତ ଶୋକକୁଳ ଥିଲା ।  ପରିସ୍ଥିତି ଦେଖି ଆମକୁ ବି ବହୁତ ଖରାପ ଲାଗୁଥିଲା । ଏହିଭଳି ପରିସ୍ଥିତି ରେ ପରିବାର ର କୋଣସି ସଦସ୍ୟ ଙ୍କର ସହିତ କଥା ହେବା କୁ ବିବେକ ବାଧା ଦେଉଥିଲା କିନ୍ତୁ  ମୃତ୍ୟୁ କୁ ନେଇ ହେଉଥିବା ଅପପ୍ରଚାର ର ସତ୍ୟତା ଜାଣିବା ନିଶ୍ଚିତ ଭାବରେ ଆବଶ୍ୟକ ଥିଲା ।  ଏଣୁ ଆମେ ଗତ ବାଇଶି ତାରିଖ ଦିନ ମୃତକ ଦିବ୍ୟ ସାହୁ ଙ୍କର ସାନ ଭାଇ ଶ୍ରୀ ପଂଚୁରାମ ସାହୁ ଙ୍କୁ ଭେଟିଥିଲୁ | ଦିବ୍ୟଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମରେ ଚାଲିଥିବା  ଅପପ୍ରଚାର ଓ ରାଜନୈତିକ ରୁଟି ସେକାକୁ ନେଇ ଗଭୀର ମାରାହଟ ଥିବା କହିଥିଲେ ପଂଚୁରାମ  । 

    ଶ୍ରୀ ପଂଚୁରାମ ସାହୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ  ପ୍ରେରଣ କରିଥିବା ଏକ ଚିଠି ଅନୁସାରେ ଭିତ୍ତିହୀନ , ତଥ୍ୟ ହୀନ କପୋଲକଳ୍ପିତ ଗଳ୍ପକୁ ନେଇ ଦୁଇଦିନ ପର୍ଯନ୍ତ ଉଦେଶ୍ୟ ମୂଳକ ଭାବରେ ଦିବ୍ୟ ସାହୁଙ୍କର ମୃତ୍ୟୁ ନେଇ ଅପପ୍ରଚାର ,ଗଣମାଧ୍ୟମ ଦ୍ୱାରା ଚଲେଇବା ଦ୍ୱାର ମୃତକ ଶ୍ରୀ ଦିବ୍ୟସାହୁ ଙ୍କର ପାରିବାର ତଥା ବନ୍ଧୁ ମାନଙ୍କ ସମ୍ମାନ ହାନି ହେବା ସହି ଏହିଭଳି ଭ୍ରମାତ୍ମକ ଖବର ସେମାନଙ୍କୁ ମାନସିକ ପୀଡ଼ା ଦେଇଛି । ପରିବାରର ଲୋକଙ୍କ ସହିତ ଆଲୋଚନା ନକରି ଓ ତଥ୍ୟ ବିହୀନ ଅପପ୍ରଚାରକୁ ବିରୋଧ କରିବା ସହିତ ଏହାର ତୀବ୍ର ନିନ୍ଦା କରିଛନ୍ତି ଶ୍ରୀ ପଞ୍ଚୁରାମ ସାହୁ ତାଙ୍କର ପରିବାର । ଏଣୁ ଅପପ୍ରଚାର କରି ତାଙ୍କର ପରିବାର ବିରୋଧ କୋଣସି ପ୍ରକାର ଷଡ଼ଯନ୍ତ୍ର କରା ନଯାଉ ବୋଲି ପଞ୍ଚୁରାମ ସାହୁ କହିଛନ୍ତି ।

0
0
0
s2sdefault