ଝାରସୁଗୁଡ଼ା :(ସୁଭାଷ ସହାରେ) -ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଆଜି ରେଳବାଇ ଓଡ଼ିଆ ସାଂସ୍କୃତିକ ସଂଘ ହଲଠାରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିଲା। ଏହି ଅବସରରେ ଚାଳକ ସଚେତନତା ଶିବିର ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଚକ୍ଷୁ ପରୀକ୍ଷା କ୍ୟାମ୍ପ ମଧ୍ୟ ଆୟୋଜିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଅଞ୍ଚଳର ହାଲୁକା ଯାନ ଚାଳକ ଅଂଶଗ୍ରହଣ କରିଥିଲେ। ସମସ୍ତ ଚାଳକଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ସେମାନଙ୍କୁ ସଡ଼କ ସୁରକ୍ଷାର ନିୟମାବଳୀ ବିଷୟରେ ଅବଗତ କରାଯାଇଥିଲା। ଏହାଦ୍ୱାରା ଆଗାମୀ ସମୟରେ ଚାଳକମାନେ ନିଜ ଦାୟୀତ୍ୱ ପ୍ରତି ସଚେତନ ହେବେ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦୀନବନ୍ଧୁ ଶୁଣ୍ଢି । ସେହିପରି ସମ୍ମାନିତ ଅତିଥି ଭାବରେ ଏମଭିଆଇ ଶ୍ରୀ ପ୍ରଦୀପ କୁମାର ନାୟକ ଓ ଜିଲ୍ଲା ଓକିଲ ସଂଘର ସଭାପତି ଶ୍ରୀ ତ୍ରିନାଥ ଗୁଆଲ ମଧ୍ୟ ଯୋଗଦାନ କରିଥିଲେ। ଚାଳକ ମାନଙ୍କ ଜୀବନ ସୁରକ୍ଷା ତଥା ସୁରକ୍ଷିତ ଭାବରେ ଗାଡ଼ି ଚଳାଚଳ ଉପରେ ଆଲୋଚନା କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ମୋଟର ଚାଳକ ସଂଘର ଝାରସୁଗୁଡ଼ା ସଭାପତି ଶ୍ରୀ ଚୈତନ୍ୟ ସାହାଣୀ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏତଦବ୍ୟତୀତ ପଞ୍ଚଗାଁ ସଭାପତି ହୃଷିକେଶ ପ୍ରଧାନ, ବ୍ରଜରାଜ ନଗର ସଭାପତି ଲକ୍ଷ୍ମଣ ସିଂ, ଝାରସୁଗୁଡ଼ା ଉପସଭାପତି ପ୍ରଦୀପ ନାୟକ, ଅନୀଲ କୁମାର ଦାସ, ଲକାଇ ସେକ ,ଦିଲ୍ଲୀପ ଦେ,ସେକ ଜାବିର ଖାଁ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।