ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ଦେଶରେ ପ୍ରତିଦିନ ହୁଁ ହୁଁ ହୋଇ ତୈଳଦର ବଡିଚାଲିଛି । ଏଣେ କେନ୍ଦ୍ର ସରକାର ତୈଳଦର ବୃଦ୍ଧି କୁ ରୋକିବାରେ ବିଫଳ ହେବା ଯୋଗୁଁ ସାଧାରଣ ଲୋକ ଏଥିପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି । ଏବେ ପରିସ୍ଥିତି ଏପରି ହୋଇଛି ଯେ ସାଧାରଣ ଲୋକ ଙ୍କ ପାଇଁ ଗାଡ଼ି ରେ ପେଟ୍ରୋଲ ଭରି ଗାଡ଼ି ଚଲାଇବା କଷ୍ଟସାଧ୍ୟ ହୋଇପଡିଛି । ଏପରି ସ୍ଥଲେ ଲୋକଙ୍କ ପାଇଁ ଆଗେଇ ଆସି ସମ୍ବଲପୁର ଯୁବ କଂଗ୍ରେସ ପୁଣିଥରେ ଅଭିନବ ପ୍ରତିବାଦ କରିଛି ।
ସାଧାରଣ ଲୋକେ ବର୍ତ୍ତମାନ ପରିସ୍ଥିତି ରେ ପେଟ୍ରୋଲ ଦରବୃଦ୍ଧି ପାଇଁ କିପରି କଷ୍ଟ ପାଉଛନ୍ତି ସେ ନେଇ ପ୍ରତିକ ଭାବରେ ପଦର୍ଶନ କରି ଯୁବକଂଗ୍ରେସ ଭେଏଁସ କେ ଆଗେ ବିନ ବଜାନା ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏକ ଟ୍ରଳି ରିକ୍ସା ରେ ବାଇକ ରଖି ବର୍ଦ୍ଧିତ ପଟ୍ରୋଲ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଙ୍କ ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପଦର୍ଶନ କରି ଗୋଲବଜାର ଛକ ପର୍ଯ୍ୟନ୍ତ ଯାଇ ଅଭିନବ ପ୍ରତିବାଦ କରିଥିଲେ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା । ଏଥିରେ ସମ୍ବଲପୁର ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ଲାବନ ବହିଦାର ଙ୍କ ସମେତ ରାଜ୍ୟ ଯୁବକଂଗ୍ରେସ ସାଧାରଣ ସଂପାଦକ ଆସୁତୋଷ ସ୍ୱ।ଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ଯଦି ସରକାର ହୁଁ ହୁଁ ହୋଇ ବଡି ଚାଳିଥିବା ପେଟ୍ରୋଲ ଦର କୁ ନିଅନ୍ତ୍ରଣ କୁ ନ ଆଣନ୍ତି ତେବେ ଆଗାମୀ ଦିନରେ ସମ୍ବଲପୁର ଜିଲ୍ଲା ଯୁବକଂଗ୍ରେସ ଲୋକଙ୍କ ସ୍ୱ।ର୍ଥ ପାଇଁ ଲଡେଇ କୁ ଆହୁରି ଯୋରଦାର କରିବ ବୋଳି ଚେତାବନୀ ଦେଉଛନ୍ତି ।