"ଗଜପତି ବିଭୂତି"ପ୍ରବନ୍ଧ ସଙ୍କଳନ ପୁସ୍ତକର ଉନ୍ମୋଚନ ଏବଂ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହରେ ଠାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ "ଗଜପତି ବିଭୁତି"ପ୍ରବନ୍ଧ ସଙ୍କଳନ ପୁସ୍ତକର ଉନ୍ମୋଚିତ ହୋଇଯାଇଛି। 

ସଦ୍ୟ ସମ୍ବର୍ଦ୍ଧିତ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧନା ପାଇଥିବା ଗୌରଚନ୍ଦ୍ର ପଣ୍ଡାଙ୍କୁ ଗଜପତିର ବିଭିନ୍ନ ଅନୁଷ୍ଠାନ ତରଫରୁ ପୁନଃ ସମ୍ବର୍ଦ୍ଧନା ପ୍ରଦାନ କରାଗଲା।ଏହି ଶୁଭ ଅବସରରେ ଶ୍ରୀ ପଣ୍ଡା ଏକାଡେମୀ ଆନୁକୂଲ୍ୟେ ପାଇଥିବା ଏକ ଲକ୍ଷ ଟଙ୍କାର ଚେକ୍ ମାନପତ୍ର,ମୋମେଣ୍ଟ ,ଉପଢୌକନ ପ୍ରଦର୍ଶନ କରିଥିଲେ। 

ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଅରୁଣା ସାମଲ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ଭାରତ ଭୂଷଣ ମହାନ୍ତି , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା  ଯୋଗଦେଇ ପାରଳାଖେମୁଣ୍ଡି ଐତିହ୍ୟ ସମ୍ପନ୍ନ ସାରସ୍ୱତ ସାଧନାର ଏନ୍ତୁଡ଼ିଶାଳ ବୋଲି ଅଭିହିତ କରିଥିଲେ। ଗୌରଚନ୍ଦ୍ର ପଣ୍ଡାଙ୍କ ସହ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କୁ ଉତ୍କଳ ହିତୈଷିଣୀ  ତରଫରୁ ପୂର୍ଣଚନ୍ଦ୍ର ମହାପାତ୍ର ଉପଢୌକନ ଦେଇ ଅଭିନନ୍ଦନ ଜଣାଇଥିଲେ। 

ସ୍ଵର୍ଣ୍ଣପ୍ରଭା ପାଠୀ, ଆଶାଲତା ପାଣିଗ୍ରାହୀ , ଡ. କଲ୍ୟାଣୀ ମିଶ୍ର , ପ୍ରାତୁଷ ପଣ୍ଡା , ମୁରଲୀଧର ପରିଛା , ନିତ୍ୟାନନ୍ଦ ଚୌଧୁରୀ ,ଗୋପାଳ ଚନ୍ଦ୍ର ଶତପଥି ପ୍ରଭୁତି ନିଜ ନିଜ ଅଭି ଭାଷଣରେ ଶ୍ରୀ ପଣ୍ଡା ଏବଂ ଶ୍ରୀ ମହାପାତ୍ରଙ୍କ ଶତାୟୁ କାମନା କରି ନୁଆପୀଢ଼ିଙ୍କୁ ସାରସ୍ୱତ ସାଧନା କ୍ଷେତ୍ରେ ଆଗକୁ ବଢାଇବା ପାଇଁ ଆର୍ଶୀବାଦ ଚାହିଁଥିଲେ। ପ୍ରାରମ୍ଭରେ ପଣ୍ଡିତ ନରସିଂହ ଗୌଡ଼ ଗୀତା ପାଠ କରିଥିବା ବେଳେ ଶେଷରେ ସ୍ଵର୍ଣ ପ୍ରଭା ପାଠୀ ଉପସ୍ଥିତ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault