ହେଡଲାଇନସ୍:

ଜାତୀୟ ସ୍ତରରେ ମିସ୍ ଇଣ୍ତିଆ ରନର୍ସ ଅପ୍ ସମ୍ମାନିତ ଗଜପତିର ପ୍ରିୟଙ୍କାଙ୍କୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିକଟରେ ଗ୍ଲିଟର୍ସ ପାଜିଏଣ୍ଟ ଦ୍ବାରା ଆୟୋଜିତ ପ୍ରତିଯୋଗୀତାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର  ପ୍ରିୟଙ୍କା ସାହୁ ମିସ୍ ଇଣ୍ତିଆ ରନର୍ସ ଅପ୍ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।

  ଏହି ଅବସରରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷଠାରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁନୀତା ପାଣିଗ୍ରାହୀ ପ୍ରିୟଙ୍କା ପାଇଥିବା ମୁକୁଟକୁ ପ୍ରିୟଙ୍କାଙ୍କୁ ପିନ୍ଧାଇ ଥିଲେ ।  ନିଜ ବିଦ୍ୟାଳୟର +୨ ଛାତ୍ରୀ ହିସାବରେ ଅନ୍ୟମାନଙ୍କ ପାଇଁ ସେ  ପ୍ରେରଣା ସହ ତାଙ୍କର ବିରଳ କୃତିତ୍ବ ଯୁବପିଢୀଙ୍କ ପାଇଁ ଆଦର୍ଶ ହୋଇ ରହିବେ ବୋଲି କହିଥିଲେ । ପ୍ରିୟଙ୍କାଙ୍କ ମାଆ ପ୍ରେମଲତାଙ୍କ ଉତ୍ସାହ ଓ ବାପା  ଅଶୋକଙ୍କ ଆଶୀର୍ବାଦ ଏ ଦିଗରେ ପ୍ରିୟଙ୍କାଙ୍କ ସଫଳତାର ଶ୍ରେୟ ଦେଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଭାଗବତ ପାଢୀ ସଂଯୋଜନା ଓ ପରିଚାଳନା କରିଥିଲେ ।

0
0
0
s2sdefault