ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା:(ସୁଭାଷ ସହାରେ):ଆଜି ଝାରସୁଗୁଡା ପୌରପରିଷଦ ୱାର୍ଡ ନମ୍ବର :14, ବଢେଇମୁଣ୍ଡା ସ୍ଥିତ ଦୁର୍ଗା ମଣ୍ଡପ ଠାରେ, କିସ୍ସ  ଓ କୀଟ ମହାବିଦ୍ୟାଳୟ ତଥା ଅନେକ ସାମାଜିକ ଓ ଆଦିବାସୀ ସଂଗଠନ ତରଫରୁ "ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ" ପାଳିତ ହୋଇଅଛି l ଏହି ଦିବସ ରେ ସମ୍ମାନୀୟ ଅତିଥି ଭାବରେ ରବୀନ୍ଦ୍ର କୁମାର ଦେବତା, ଅଧ୍ୟକ୍ଷ ଲଷ୍ମୀନାରାୟଣ କଲେଜ, କଳ୍ପନା ପଣ୍ଡା,  ଜିଲ୍ଲା ଶିକ୍ଷା ଅଧିକାରୀଣୀ ମେହେବୁବ ମହତାବ, ଜିଲ୍ଲା ଜର୍ଣ୍ଣାଲିଷ୍ଟ ସଂଘ, ଅନାଦିନୀ ପାଢ଼ୀ, ଅଧ୍ୟକ୍ଷା, ଶିଶୁ ଓ  ମହିଳା କଲ୍ୟାଣ ସମିତି, ରାଜକୁମାରୀ ପଟ୍ଟନାୟକ ପୂର୍ବତନ କାଉନସିଲର ଓ ରତ୍ନାକର ପ୍ରଧାନ, ସମାଜ ସେବୀ ଯୋଗ  ଦେଇଥିଲେ l ସର୍ବ ପ୍ରଥମେ ଅଥିତିଙ୍କୁ  ଫୁଲଗୁଛ ଦେଇ  ସ୍ୱାଗତ କରା ଯାଇଥିଲା l ଏହାପରେ ଅତିଥିମାନେ ଦ୍ଵୀପପ୍ରଜ୍ୱଳନ କରିଥିଲେ l ତା ପରେ  ସନ୍ତୋଷ ସାହୁ ସ୍ୱାଗତ ଭାଷଣ ଦେଇଥିଲା ବେଳେ ପ୍ରଭାକର ଓରାମ ମଞ୍ଚ ସଂଚାଳନ କରି ଥିଲେ  l ଏହା ପରେ କନ୍ୟା କିରଣ ର ବାର୍ତା LCD ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା l ସମସ୍ତ ଅତିଥି ମାନେ କିସ୍ସ ଓ କୀଟ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କନ୍ୟା କିରଣ ବାର୍ତାକୁ ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ ତାଙ୍କର ପ୍ରୟାସ ଓ ପ୍ରତିଷ୍ଠାକୁ ଅନୁକରଣ କରିବା ପାଇଁ ଉପସ୍ଥିତ ଛାତ୍ରୀ ଓ ମା ମାନଙ୍କୁ ଆହ୍ୱାନ ଦେଇଥିଲେ l ଏହି ଅବସରରେ ଝାରସୁଗୁଡା ଜିଲ୍ଲାର ସୁଶ୍ରୀ ସୁକନ୍ୟା ପାଣିଗ୍ରାହୀକୁ ମେଟ୍ରିକ ପରୀକ୍ଷାରେ ସର୍ବ ମୋଟ ନମ୍ବର ଆଣି ଥିବାରୁ ପ୍ରଶଂସା ପତ୍ର ଓ ନଗତ ପୁରସ୍କାର ଦିଆଗଲା ଏବଂ ଖେଳ କୁଦ   ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବାରୁ ସୁଶ୍ରୀ ବୈଷ୍ଣବ ହାଥୀକୁ ପ୍ରଶଂସା ପତ୍ର ଓ ନଗତ ପୁରସ୍କାର ଅଥିତି ମାନଙ୍କ ଦ୍ଵାରା  ଦିଆଯାଇଥିଲା ଏହି ଅବସରରେ ଦୀପକ କିସାନ, ଅଜୟ କିସାନ, ଭଗବାନ ମିର୍ଦ୍ଧା, ନିରଞ୍ଜନ ଡନସନା, ଉପସ୍ଥିତଥିଲେ ଶେଷରେ ସୁଶ୍ରୀ ପଦ୍ମିନୀ କିସାନ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault