ହେଡଲାଇନସ୍:

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ସମାରୋହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା:(ସୁଭାଷ ସହାରେ): ଝାରସୁଗୁଡା ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ଓ ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ  ବୁଡପଡା ବୁରୋମାଲ ସ୍ଥିତ ଝଡେଶ୍ୱରୀ ସ୍ବତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ର ପେକ୍ଷାଳୟରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ସମାରୋହକୁ ହର୍ଷ ଉଲ୍ଲାସ ସହିତ ପାଳନ କାରାଯାଇଛି। ଭାରତରତ୍ନ ସାହିତ୍ୟ  ପରିଷଦ ପକ୍ଷର ଅଣ ଛାତ୍ର ମାନଙ୍କୁ ନେଇ ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ ""କାହାର କେତେ ଦମ"" କୁଇଜ କାର୍ଯ୍ୟକ୍ରମ କରା ଯାଇଥିବା ବେଳେ ଏଥିରେ ଛଅ ଯୋଡ଼ି ଅଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଷଦର ତଥା ବିଦ୍ୟାଳୟ ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର, ଆବହକ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ଓ ସଂଯୋଜିକା ମାନସୀ ପଣ୍ଡା ପରିଚାଳନା କରିଥିବା ବେଳେ ଏଥିରେ  ସ୍ବାମୀ ବିବେକାନନ୍ଦ ସମାଜ କଲ୍ୟାଣ ସଂଘର ସୁରେନ୍ଦ୍ର ମହନନ୍ଦ ଓ ଗୁରୁଦେବ ବାରିକ ପ୍ରଥମ, ସ୍ଵତତ୍ର ଶିକ୍ଷକ ଗ୍ରୁପର ଉପେନ୍ଦ୍ର ଭଇଁସା ଓ ନମିତା ନାଥ ଦ୍ବିତୀୟ ଓ ମଧୁମୟ ପରିବାରର  ମେହେର, ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପରେ ""ସ୍କୃତି ରେ ମହାପୁରୁଷ"" କାର୍ଯ୍ୟକ୍ରମରେ ପରିଷଦର ସଭାପତି ଡ଼ଃ ସରୋଜ କୁଆଁର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲେଚନା ଚକ୍ରକୁ ଅନୁଷ୍ଠାନିକ ଭାବେ ବରେଣ୍ୟ ଅତିଥି ମାନେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ସହ ପ୍ରଦ୍ବୀପ ପଜ୍ଜ୍ୱଳନ କରିବାବେଳେ ପରିଷଦର ସଂଯୋଜିକା ଲକ୍ଷ୍ମୀ ପ୍ରିୟା ପଣ୍ଡା ଙ୍କ ସୁମଧୁର କଣ୍ଠରେ ଦୀପ ପଜ୍ଜ୍ୱଳନ ମନ୍ତ୍ରରେ ପେକ୍ଷାଳୟ ଗୁଜ୍ଜରିତ ହୋଇଥିଲା ଏହାପରେ ସାମୁହିକ ଭାବେ

 ଜାତୀୟ ସଂଙ୍ଗୀତ ଗାନ କରା ଯାଇ ଯିବା ପରେ ଆଲୋଚନା ଚକ୍ରରେ ଆଲୋଚିକା ଭାବରେ ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟା ଡ଼ଃ ଶିଵ ପ୍ରିୟା ମିଶ୍ର  ଓ ବ୍ରଜରାଜ ନଗର ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ର ଅଧ୍ୟାପିକା ପଦ୍ମାବତୀ ମହାପାତ୍ର ଯୋଗଦାନ କରି ""ସ୍ବାଧୀନତା ସଂଗ୍ରାମରେ ସାହିତ୍ୟର ଭୂମିକା" ଶୀର୍ଷକ ଆଲୋଚନା ରେ ମର୍ମଗର୍ଭକ ବିଷୟକୁ ଉସ୍ଥାପନ କରିଥିବା ବେଳେ, ବରିଷ୍ଠ ଶିକ୍ଷାବିତ ତଥା ପ୍ରବଚକ ସୀତାରାମ ବିର୍ତ୍ତିଆ ଆଲୋଚନାର ଉପସଂହାର କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ଯୋଗଦାନ ଦେଇ ନିଜ ବକ୍ତବ୍ୟରେ ସାହିତ୍ୟ ସମାଜର ଦର୍ପଣ ସଦୃଶ ମାନବ କୁ ଦିଗଦର୍ଶନ ଦେଇଥାଏ ନିଜର କର୍ତ୍ତବ୍ୟ ପ୍ରତି ସତେଚନ କରାଇଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ଯୋଗଦାନ ଦେଇଥିବା ବେଳେ  ଏହି କାର୍ଯ୍ୟକ୍ରମକୁ ପରିଷଦର  ଆବହକ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ  ପ୍ରତିଷ୍ଟାତା ବିବେକାନନ୍ଦ ମିଶ୍ର ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦର ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିବା ବେଳେ କୋର କମିଟି ଅଧ୍ୟକ୍ଷ କବି ଅନନ୍ତରାମ ସାହୁ ପରିଚୟ ପ୍ରଦାନ କରିଥିବା ବେଳେ ଡି ଆଇ ପିଆ ରୋ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ କବିତା ଆସର ""ମୁଁ ଦ୍ଵିତୀୟ  ସ୍ରଷ୍ଠା"" କାର୍ଯ୍ୟକ୍ରମକୁ ପରିଷଦର ସାଧାରଣ ସମ୍ପାଦକ ନିକୁଞ୍ଜ ବିହାରୀ ମିଶ୍ର ଓ ଯୁଗ୍ମ ଆବାହକ ଡ଼ଃ ପ୍ରକାଶ ଚନ୍ଦ୍ର ରାଣା  ସାଂଯୋଜନା କରିଥିବା ବେଳେ ଏଥିରେ କବୟତ୍ରି ପ୍ରଣତି ପଟ୍ଟନାୟକ, ସୁଜାତା ପାଣିଗ୍ରାହୀ, ଅଞ୍ଜଳୀ ପଟ୍ଟନାୟକ, ଲକ୍ଷ୍ମୀ ପ୍ରିୟା ପଣ୍ଡା, ନିବେଦିତା ମିଶ୍ର, ରାଜଶ୍ରୀ ମେହେର, ପଙ୍କଜିନି ରାଉତ, ମାନସୀ ପଣ୍ଡା, ଅହଲ୍ୟା ନାଏକ ଡ଼ଃ ପ୍ରକାଶ ରାଣା, ଅନନ୍ତରାମ ସାହୁ,କମଳ ଲୋଚନ ପୂଜାରୀ,ନୀକୁଞ୍ଜ ବିହାରୀ ମିଶ୍ର ପ୍ରମୁଖ ସ୍ବଚିତ କବିତା ପାଠ କରିଥିଲେ। ଲୁକାୟତ ଦୁଇ ଜଣ କବି ପ୍ରତିଭା  ରାଷ୍ଟ୍ରୀୟ କବି ଅମିତ ଦୁବେ ଓ ଆମ ଅଞ୍ଚଳର କବି ପ୍ରଭାତ କୁମାର ଚୌହାନଙ୍କୁ ସ୍ମାରକ ସ୍ବରୂପ ଏକ ନିବଯୁକ୍ତ ଫଳକ ଦେଇ ପ୍ରସ୍ରାହିତ କରା ଯାଇଥିବା ବେଳେ କବି, କବ ୟତ୍ରୀ ମାନଙ୍କୁ  ବଉଳ ବୃକ୍ଷ ମାନ ଭେଟି ଦିଆଯାଇଥିଲା। କୁଇଜରେ  ପ୍ରତିଯୋଗିତା ବାଜିମାରିଥିବା ପ୍ରତିଭା ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଏଥିରେ ସହଯୋଗୀ ସଂସ୍ଥା ଭାବରେ  ସ୍ବାମୀ ବିବେକାନନ୍ଦ ସମାଜ କଲ୍ୟାଣ ସଂଘର ସଭାପତି ସୁରେନ୍ଦ୍ର ମହନନ୍ଦ, ଉପ ସଭାପତି ଖଗେଶ୍ୱର ବେଶନ, ସମ୍ପାଦକ ସୁନୀଲ  ଓ ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟର ସଚିବ ହରିଶଙ୍କର ପୁରୋହିତ, ଅଧ୍ୟକ୍ଷା ମମତା ଦାଶ, ନମିତା ନାଥ ଶିକ୍ଷକ ଉପେନ୍ଦ୍ର, ନମିତା  ଭଇଁସା, ଗୋକୁଲ କିଷାନ,କାନ୍ତା ନାଏକ, ଲିହିତା ମରେଇ, ରମିତା ସେଠ, ପୁରବ ସା ଓ ଅକ୍ଷୟ କୁମାର ତିବାରି ପ୍ରମୁଖ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault