ହେଡଲାଇନସ୍:

ପାଶର ହାର କଳାରେ ୭୧.୭୫, ବାଣିଜ୍ୟରେ ୭୪.୯୨ ଓ ଧନ୍ଦମୂଳକ ବିଭାଗରେ ୬୨.୬୭ ପ୍ରତିଶତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଉତ୍ତର ଓଡ଼ିଶା ଜୋନରେ+୨କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ।

ବାରିପଦା(Dillip Mohanty) - ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷା ବର୍ଷ -୨୦୧୮ର +୨ କଳା ଓ ବାଣିଜ୍ୟ ପରୀକ୍ଷା-୨୦୧୮ର ଫଳ ଜୁନ ୯ ପୂର୍ବାହ୍ନରେ ପ୍ରକାଶ ପାଇଛି । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଆନୁଷ୍ଠାନିକ  ଭାବେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିବା ପରେ ଏହା ନେଟରେ ଛଡ଼ାଯାଇଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ତଥା ବାଲେଶ୍ୱର, ଭଦ୍ରଖ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ନେଇ ଗଠିତ ଉତ୍ତର ଓଡ଼ିଶା ଜୋନରେ କଳାରେ ପାଶ୍ର  ୭୧.୭୫, ବାଣିଜ୍ୟରେ ୭୪.୯୨ ଓ ଧନ୍ଦମୂଳକ ବିଭାଗରେ ୬୨.୬୭ ପ୍ରତିଶତ ରହିଥିବାର ସୂଚନା ମିଳିଅଛି ।

                  ଚଳିତ ଶିକ୍ଷା ବର୍ଷରେ ଉତ୍ତର ଓଡ଼ିଶା ଜୋନରେ  +୨ କଳା ବିଭାଗରେ ମୋଟ ୪୩ହଜାର ୩ଶହ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୩୧ହଜାର ୩୫୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀରେ ୪ ହଜାର ୬୩୫ , ଦ୍ୱିତୀୟ ଶ୍ରେଣୀରେ ୫ ହଜାର ୪୪୮ ଜଣ , ତୃତୀୟ ଶ୍ରେଣୀରେ ୨୧ ହଜାର ୨୪୮ ଜଣ ପାଶ କରିଛନ୍ତି । ବାଲେଶ୍ୱର ଜିଲ୍ଲାରୁ ମୋଟ ୧୨,୫୯୮ ଜଣ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୭୯.୬୦ ପ୍ରତିଶତ ହାରରେ ୧୦,୦୨୯ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧,୯୬୦ ଜଣ, ଦ୍ୱିତୀୟ ଶ୍ରେଣୀରେ ୧,୯୯୨ ଜଣ, ତୃତୀୟ ଶ୍ରେଣୀରେ ୬,୦୭୨ ଜଣ ଓ ୫ ଜଣ କମ୍ପାର୍ଟମେଣ୍ଟାଲରେ ସଫଳତା ଲାଭ କରିଛନ୍ତି । ସେହିପରି ଭଦ୍ରଖ ଜିଲ୍ଲାରେ ୮,୧୪୯ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ପ୍ରତିଶତ ୭୫.୫୪ ହାରରେ ୬,୧୫୬ ଜଣ ପାଶ୍ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣ ୧,୧୨୮ ପ୍ରଥମ, ୧,୧୬୩ ଦ୍ୱିତୀୟ, ୩,୮୫୮ ଜଣ ତୃତୀୟ ଶ୍ରେଣୀରେ ଓ ୭ ଜଣ କମ୍ପାର୍ଟମେଣ୍ଟାଲରେ ପାଶ କରିଛନ୍ତି । କେନ୍ଦୁଝର ଜିଲ୍ଲାରୁ ମୋଟ ୮,୬୫୨ ଜଣ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୬୦.୫୨ ପ୍ରତିଶତ ହାରରେ ୫,୧୫୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୨୨ ଜଣ, ଦ୍ୱିତୀୟ ଶ୍ରେଣୀରେ ୭୧୭ ଜଣ, ତୃତୀୟ ଶ୍ରେଣୀରେ ୪୦୦୯ ଜଣ ଓ କମ୍ପାର୍ଟମେଣ୍ଟାଲରେ ୦୩ ଜଣ ସଫଳତା ଲାଭ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ୧୪,୦୪୩ ଜଣ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୭୧.୩୩ ପ୍ରତିଶତ ହାରରେ ୧୦,୦୧୫ ଜଣ ପାଶ୍ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧,୧୨୫ ପ୍ରଥମ, ୧୫୭୬ ଦ୍ୱିତୀୟ, ୭,୩୦୯ ଜଣ ତୃତୀୟ ଓ ୫ ଜଣ କମ୍ପାର୍ଟମେଣ୍ଟାଲରେ ପାଶ କରିଛନ୍ତି । 

              ସେହିପରି +୨ ବାଣିଜ୍ୟ ବିଭାଗରେ ସଫଳତାର ହାର ୭୪.୯୨ ପ୍ରତିଶତ ରହିଛି । ଚଳିତ ବର୍ଷ ମୋଟ ୫, ୦୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୨୩ ଜଣ, ଦ୍ୱିତୀୟ ଶ୍ରେଣୀରେ  ୬୨୧ ଜଣ, ତୃତୀୟ ଶ୍ରେଣୀରେ ୨,୫୪୦ ଜଣ ଓ କମ୍ପାଟମେଣ୍ଟାଲରେ ୩ ଜଣ ଏହିପରି ମୋଟ ୩, ୭୮୭ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ବାଲେଶ୍ୱର ଜିଲାରେ ପାଶର ହାର ୭୯.୩୧ ପ୍ରତିଶତ ରହିଛି ।   ପରୀକ୍ଷାରେ ବସିଥିବା ୧,୪୮୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୫୩ ଜଣ ପ୍ରଥମ ଶ୍ରେଣୀ, ୨୧୨ ଜଣ ଦ୍ୱିତୀୟ ଶ୍ରେଣୀ  ଓ ୭୧୬ ଜଣ ତୃତୀୟ ଶ୍ରେଣୀରେ ଏହିପରି ମୋଟ ୧,୧୮୧ ଜଣ ପରୀକ୍ଷାରେ ପାଶ କରିଛନ୍ତି । ଭଦ୍ରଖ ଜିଲାରେ ପାଶର ହାର ୭୫.୦୭ ପ୍ରତିଶତ ରହିଛି । ଜିଲ୍ଲାରେ ମୋଟ ୧,୭୨୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୫ ଜଣ ପ୍ରଥମ ଶ୍ରେଣୀ, ୨୨୭ ଜଣ ଦ୍ୱିତୀୟ ଶ୍ରେଣୀ, ୮୬୭ ଜଣ ତୃତୀୟ ଶ୍ରେଣୀ ଓ କମ୍ପାଟମେଣ୍ଟାଲରେ ୩ ଜଣ ଏହିପରି ମୋଟ ୧,୨୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଛନ୍ତି । କେନ୍ଦୁଝର ଜିଲାରେ ପାଶର ହାର ୭୨.୪୭ ପ୍ରତିଶତ ରହିଛି । ଜିଲାରେ ମୋଟ ୭୯୨ ଜଣ ପରୀକ୍ଷା ଦେଇଥିବା ବେଳେ ୫୭୪ ଜଣ ପାଶ କରିଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀରେ ୭୧ ଜଣ, ଦ୍ୱିତୀୟ ଶ୍ରେଣୀରେ ୯୨ ଜଣ ଓ ତୃତୀୟ ଶ୍ରେଣୀରେ ୪୧୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।  ମୟୂରଭଞ୍ଜ ଜିଲାରେ ପାଶର ହାର ୭୨.୮୫ ପ୍ରତିଶତ ରହିଛି । ଜିଲାରୁ ମୋଟ ୧,୦୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଓ ୭୪୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀରେ ୧୦୪, ଦ୍ୱିତୀୟ ଶେଣୀରେ ୯୦ ଓ ତୃତୀୟ ଶ୍ରେଣୀରେ ୫୪୬ ଜଣ ପାଶ କରିଛନ୍ତି । 

        ଧନ୍ଦମୂଳକ ପାଠ୍ୟକ୍ରମରେ ଉତ୍ତର ଓଡ଼ିଶା ଜୋନରେ ପାଶର ହାର ୬୨.୬୭ ପ୍ରତିଶତ ରହିଛି । ଜୋନରେ ୨୦୫୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୧୨୬୮ ଜଣ ପାଶ କରିଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀରେ ୯୪, ଦ୍ୱିତୀୟ ଶ୍ରେଣୀରେ ୬୩୧, ତୃତୀୟ ଶ୍ରେଣୀରେ ୪୯୪ ଜଣ ଓ କମ୍ପାଟମେଣ୍ଟାଲରେ ୫୦ ଜଣ ପାଶ କରିଛନ୍ତି । ଏଥିରେ ବାଲେଶ୍ୱର ଜିଲାରେ ପାଶ୍ର ହାର ୬୮.୬୧ ପ୍ରତିଶତ ରହିଛି । ଜିଲାରେ ୪୬୨ ଜଣ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୩୧୭ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୨୭ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୫୯, ତୃତୀୟ ଶ୍ରେଣୀରେ ୧୨୫ ଓ କମ୍ପାର୍ଟମେଣ୍ଟାଲରେ  ୬ ଜଣ ପାଶ କରିଛନ୍ତି । ସେହିପରି ଭଦ୍ରଖ ଜିଲାରେ ପାଶର ହାର ୫୩.୮୪ ପ୍ରତିଶତ ରହିଛି । ୪୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୩୧ ଜଣ ପାଶ କରିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୯୧, ତୃତୀୟ ଶ୍ରେଣୀରେ ୧୨୫ ଓ କମ୍ପାର୍ଟମେଣ୍ଟାଲରେ ୧୦ ଜଣ ପାଶ୍ କରିଛନ୍ତି । କେନ୍ଦୁଝର ଜିଲାରେ ପାଶର ହାର ୭୩.୧୮ ପ୍ରତିଶତ ରହିଛି । ପରୀକ୍ଷା ଦେଇଥିବା ମୋଟ ୪୧୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦୩ ଜଣ ପାଶ କରିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୦ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୫୬ ଜଣ, ତୃତୀୟ ଶ୍ରେଣୀରେ ୧୧୭ ଜଣ ଓ କମ୍ପାର୍ଟମେଣ୍ଟାଲରେ ୧୦ ଜଣ ପାଶ କରିଛନ୍ତି । ମୟୂରଭଞ୍ଜ ଜିଲାରେ ପାଶର ହାର ୫୫.୦୨ ପ୍ରତିଶତ ରହିଛି । ୭୫୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୧୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀରେ ୪୧ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୨୫ ଜଣ, ତୃତୀୟ ଶ୍ରେଣୀରେ ୧୨୭ ଜଣ ଓ କମ୍ପାର୍ଟମେଣ୍ଟାଲରେ ୨୪ ଜଣ ରହିଛନ୍ତି । ଏହା ବ୍ୟତୀତ ଜୋନରେ ମାଲ ପ୍ରାକ୍ଟିସ ଓ ଅନ୍ୟାନ୍ୟ କାରଣ ନିମନ୍ତେ କଳାରେ ମୋଟ ୩୫୪ , ବାଣିଜ୍ୟରେ ୧୬ ଓ ଧନ୍ଦମୂଳକ ବିଭାଗରେ ୧୨ ଜଣ ପରୀକ୍ଷାର୍ଥୀମାନଙ୍କ ଫଳକୁ ଉଇଥେଲଡ଼ ରଖାଯାଇଛି ବୋଲି ଉପ-ସମ୍ପାଦକ ଡ଼ଃ ହେମନ୍ତ କୁମାର ଘରେଇଙ୍କ ସୂତ୍ରରୁ ଜଣାପଡ଼ିଛି ।

 

0
0
0
s2sdefault