ହେଡଲାଇନସ୍:

କେଉଁଝର ଜିଲ୍ଲା ଗସ୍ତରେ ମନ୍ତ୍ରୀ ତୁଷାରକାନ୍ତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କ୍ରୀଡ଼ା ଭିତ୍ତିଭୂମି ଉନ୍ନତିକରଣରେ ଜିଲ୍ଲା ଖଣିଜ ପାଣ୍ଠିର ସୁବିନିଯୋଗ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

  • ସ୍ପୋଟର୍ସ କମ୍ପ୍ଲେକ୍ସ ସହ ଫୁଟବଲ ଓ କ୍ରିକେଟ ଷ୍ଟାଡିୟମ୍ ନିର୍ମାଣ ଅଗ୍ରଗତି ନେଇ ସମୀକ୍ଷା

  • ଧରଣୀଧର କଲେଜ ଖେଳ ପଡ଼ିଆର କରାଯିବ ଉନ୍ନତିକରଣ

ଭୁବନେଶ୍ୱର,(ଶାସକ ପ୍ରଶାସକ) :  ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କେଉଁଝର ଜିଲ୍ଲା ଗସ୍ତ କରି କ୍ରୀଡ଼ା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତିା ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା କେଉଁଝର ଜିଲ୍ଲା ଗସ୍ତରେ ଯାଇ ରାମଚନ୍ଦ୍ରପୁର ବଜାରରେ ଥିବା କାର୍ଯ୍ୟକ୍ରମରେ ଯୋଗଦେଇଥିଲୋ ପରେ ଜିଲ୍ଲା ସର୍କିଟ ହାଉସଠାରେ ଆୟୋଜିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାର ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସହ ସବୁ ବ୍ଲକ୍ ଏବଂ ପୌରାଞ୍ଚଳରେ ମିନି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହ ଆଲୋଚନା କରିଥିଲୋ ଏଥି ସହ ଜିଲ୍ଲା ଖଣିଜ ପାଣ୍ଠି  ଜରିଆରେ ନିର୍ମାଣାଧୀନ ଫୁଟବଲ ଷ୍ଟାଡିୟମ୍, କ୍ରିକେଟ୍ ଷ୍ଟାଡିୟମ୍ ଏବଂ ଶଙ୍କରପୁରଠାରେ ଧରଣୀଧର ସ୍ପୋଟର୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ଶ୍ରୀ ବେହେରା ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲୋ ଏଥିସହ ଧରଣୀଧର ମହାବିଦ୍ୟାଳୟ ପଡ଼ିଆର ଉନ୍ନତିକରଣ ସହ ଜିଲ୍ଲାରେ କ୍ରୀଡ଼ା ପ୍ରତିଭା ଚୟନ ଏବଂ ଜିଲ୍ଲା କ୍ରୀଡ଼ାର ଉନ୍ନତିକରଣ ପାଇଁ କ'ଣ ସବୁ ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଲୋଚନା କରିଥିଲୋ ଏହି ବୈଠକରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ତେଲକୋଇର ବିଧାୟକ ଶ୍ରୀ ପ୍ରେମାନନ୍ଦ ନାୟକ, ଚମ୍ପୁଆ ବିଧାୟକ ଶ୍ରୀମତୀ ମୀନାକ୍ଷୀ ମହାନ୍ତ, ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ, ଉପଜିଲ୍ଲାପାଳ ରାମଚନ୍ଦ୍ର କିସକୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲୋ

ପରେ ଅପରାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାର ଖଣି ଅଞ୍ଚଳ ଯୋଡ଼ାରେ ପହଂଚି ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଯୋଡ଼ା ମୁନିସିପାଲିଟି ଅଞ୍ଚଳର କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ଏବଂ ଷ୍ଟାଡିୟମ୍ ନିର୍ମାଣ ସଂପର୍କରେ ଆଲୋଚନା କରିଥିଲେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ କ୍ରୀଡା କ୍ଷେତ୍ରରେ ସର୍ବୋଚ୍ଚ ସ୍ତର ରେ ପହ ଞ୍ଚାଇବା ଲାଗି ଯେଉଁ ଲ କ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହାକୁ ପୂର ଣ ଦିଗରେ ଆମ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କୁ କହିଥିଲୋ ବଣଜଙ୍ଗଲ ଓ ଖଣିଖାଦାନ ଭରା କେଉଁଝର ଜିଲ୍ଲାକୁ କ୍ରୀଡ଼ାମନ୍ତ୍ରୀଙ୍କ ଗସ୍ତ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ସାହ ଦେଖାଦେଇଛିା ନିୟମିତ ବିଭିନ୍ନ ଜିଲ୍ଲା ଗସ୍ତ କରି ମନ୍ତ୍ରୀ ଶ୍ରୀ ବେହେରାଙ୍କ ସମୀକ୍ଷା କାର୍ଯ୍ୟକ୍ରମ ଫଳରେ ବିଭିନ୍ନ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିରେ କାର୍ଯ୍ୟରେ ଯଥେଷ୍ଟ ଉନ୍ନତି  ପରିଲକ୍ଷିତ ହେଉଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛିା ରାଜ୍ୟ ସରକାର କ୍ରୀଡ଼ାକୁ ଯଥେଷ୍ଟ ପ୍ରାଧାନ୍ୟ ଦେଉଥିବାରୁ କ୍ରୀଡ଼ାବିତଙ୍କ  ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛିା ଆସନ୍ତାକାଲି ମନ୍ତ୍ରୀ ଶ୍ରୀ ବେହେରା କ୍ଷେତ୍ର ପରିଦର୍ଶନରେ ଯିବା ସହ ଘଟଗାଁଠାରେ ମିନି ଷ୍ଟାଡିୟମ୍ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛିା 

 

0
0
0
s2sdefault