ହେଡଲାଇନସ୍:

ମନ୍ତ୍ରୀ ନଥିଲେ କି ନଥିଲେ କୋଉ ଗଡର ମହାରାଜା , ଥିଲେ ସେ  ଲୋକଙ୍କ ହୃଦୟର ରାଜା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଧାୟକ ନଥିଲେ କି ଏମପି ମନ୍ତ୍ରୀ ନଥିଲେ ମୁଖ୍ୟମନ୍ତ୍ରୀ ଅବା କେଉଁ ଗଡର ରାଜା ବି ନଥିଲେ |  ଲୋକଙ୍କ ହୃଦୟର ରାଜା ଥିଲେ ସମସ୍ତଙ୍କ ପ୍ରିୟ, ସୁଖ ଦୁଃଖର ସାଥି ଆଉ ଅସହାୟ ମଣିଷର ସାହା " ଲଳିତ ଦାଦା" | ତାଙ୍କୁ ଲୋକ କେତେ ଭଲ ପାଉଥିଲେ ବା ପାଉଛନ୍ତି ତାହା ପ୍ରମାଣିତ ହୋଇଯାଇଥିଲା ତାଙ୍କ ଶବାଧାରରେ ଲୋକଙ୍କ ଭିଡ ଓ ତାଙ୍କ ବିୟୋଗରେ ଭିଜେଇଥିବା ଆଙ୍କି ପତାରୁ | 

ଗରିବର ମସିହା,ଲୋକଙ୍କ ସୁଖ ଦୁଃଖର ସାଥି  ଲଳିତ ନାୟକଙ୍କୁ ହଜାର ହଜାର ସହରବାସୀ ଜଣାଇଲେ ଅଶ୍ରୁଳ ବିଦାୟ।

ବଲାଙ୍ଗୀର (ନିରୋଜ ମିଶ୍ର): ବଲାଙ୍ଗୀର ଖଟିଖିଆଙ୍କ ସାଥୀ ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ଭୋର୍‌ ପ୍ରାୟ ସାଢେ଼ ୫ଟା ସମୟରେ ଦେହାନ୍ତ ହୋଇଥିବାବେଳେ ତାଙ୍କ ମରଶରୀର କୁ ଏମସ ହସ୍ପିଟାଲ ରୁ ସକାଳ ୧୦:୩୦ରେ ବାହାରି ସନ୍ଧ୍ୟା ୫ ଟା ସମୟରେ ବଲାଙ୍ଗୀର ରୁଗୁଡିପଡ଼ା ସ୍ବର୍ଗୀୟ ଲଳିତ ନାୟକଙ୍କ ବାସ ଭବନ କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ତେବେ ସନ୍ଧ୍ୟା ୫ ଟାରେ ସହର ସୀମାଞ୍ଚ ରେ ପହଞ୍ଚିବା ପରେ ସହର ର ସମସ୍ତ ଜନସାଧାରଣ ବାଇକ ରେଲି ମାଧ୍ୟରେ ଆସୁଥିବା ୧୦୮ ଆମ୍ବୁଲାନ୍ସ କୁ ପାଛୋଟି ଆଣିଥିଲେ ସ୍ଲୋଗାନ ଦେଇ। ଯେଉଁଥିରେ ଦୀର୍ଘ ସମୟରୁ ସହରର ହଜାର ହଜାର ଲୋକେ ସ୍ବର୍ଗୀୟ ନାୟକ ଓ ରୁଗୁଡିପଡ଼ା ପୂଜା ମଣ୍ଡପ ରେ ସ୍ବର୍ଗୀୟ ଲଳିତ ନାୟକ ଙ୍କ ମରଶରୀର କୁ ଶେଷ ଦର୍ଶନ କରିବା ପାଇଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା। ତେବେ ପ୍ରଥମେ ଘରେ ସ୍ବର୍ଗୀୟ ନାୟକ ଙ୍କ ମରଶରୀର ପହଞ୍ଚିବା ପରେ ହଜାର ହଜାର ଜନତା ଜନାର୍ଦ୍ଧନ ଙ୍କ ଲୋକ ପ୍ରିୟ ସ୍ବର୍ଗୀୟ ଲଳିତ ନାୟକ ଙ୍କ ଘରେ  କାନ୍ଦ ବୋବାଲିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଏବଂ ପରେ ବଜା, ଆତସବାଜି, ଓ ପ୍ରବଳ ଲୋକଙ୍କ ସମାଗମରେ ନିକଟସ୍ଥ ରୁଗୁଡିପଡ଼ା ପୂଜା ମଣ୍ଡପ ରେ ତାଙ୍କ ମର ଶରୀର ରଖାଯାଇଥିଲା ଓ ଦୀର୍ଘ ସମୟ କାଳ ଅପେକ୍ଷାରେ ଥିବା ହଜାର ହଜାର ଜନସାଧାରଣଙ୍କୁ ଶେଷ ଦର୍ଶନ ଦିଆଯାଇଥିଲା।ଯେଉଁଥିରେ ପୂଜା ମଣ୍ଡପ ଠାରେ ସ୍ବର୍ଗୀୟ ନାୟକ ଙ୍କ ଅମର ଆତ୍ମା ପାଇଁ ପଣ୍ଡିତଙ୍କ ଦ୍ଵାରା ସ୍ଲୋକ, ମନ୍ତ୍ର, ଉଚ୍ଚାରଣ କରାଯାଇଥିଲା।ଯାହା ପରେ ସ୍ବର୍ଗୀୟ ନାୟକ ଙ୍କୁ ଫୁଲରେସଜ୍ଜା ଥିବା ଗାଡିରେ ସହର ମଧ୍ୟରେ ପରିକ୍ରମା କରାଯାଇ ସ୍ବର୍ଗୀୟ ଲଳିତ ନାୟକ ଙ୍କ ଶେଷ ଶୋଭାଯାତ୍ରା କରାଯାଇଥିଲା। ଓ ପରିଶେଷରେ ହାଟପଦା ପଡ଼ା ଠାରେ ଥିବା ଶବ ଦାହ ଠାରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ତେବେ ସ୍ବର୍ଗୀୟ ଲଳିତ ନାୟକ ଲୋକଙ୍କୁ ଭଲ ପାଇବା,ଛୋଟବଡ଼,ସମସ୍ତ ଙ୍କୁ ଅତି ଆଦର ସହ ଆପଣେଇନେଉଥିବା ଭଳି ଗୁଣି ଥିବା ବେଳେ ସେ ଜଣେ ସମାଜସେବୀ,କର୍ତ୍ତବ୍ୟନିଷ୍ଠା, ମେଳାପୀ,ପରୋପକାରୀ,ହିତାକାଂକ୍ଷୀ,ସୁଭେଚ୍ଛୁ ର ଧନୀ ଥିଲେ।ଯାହା ତାଙ୍କ ବିୟୋଗରେ ସହର ସହ ଜିଲ୍ଲାରେ ଶୋକ ର ଲହରୀ ଖେଳିଯାଇଛି।ସ୍ବର୍ଗୀୟ ନାୟକ  ତାଙ୍କ ଜୀବନୀ କାଳରେ ମାନବସେବା ହିଁ ମାଧବସେବା ଭଳି ମନୋବଳ ରଖିଥିଲେ। ଅସହାୟ,ଦୁଃଖୀ, ପିଡ଼ିତା ଙ୍କୁ ରାହା ଦେଖାଇ ସବୁ ବେଳେ ତାଙ୍କ ପ୍ରତି ସହାନୁଭୂତି ରଖିଥିଲେ।ଓ ସମାଜ ର ହିତରେ କାର୍ଯ୍ୟ କରି ଆସୁଥିଲେ।ଯାହା ତାଙ୍କ ବିୟୋଗରେ ସମସ୍ତ ସହର ସହ ଜିଲ୍ଲା ବାସୀ ମର୍ମାହତ ହୋଇଛନ୍ତି।

ବଲାଙ୍ଗୀର ମାଟିର ପ୍ରଚଣ୍ଡ ସ୍ୱର, ରକ୍ତଦାନର ପ୍ରଗଳ୍ଭ ପ୍ରେରଣା, ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଶ୍ରୀ ନାୟକ ଛାତ୍ର ସମୟରୁ ରାଜେନ୍ଦ୍ର କଲେଜର ଛାତ୍ର ସଂସଦ ସଭାପତି ଭାବେ ୮୦ ଦଶକରେ ବେଶ୍‌ ଚର୍ଚ୍ଚିତ ଥିଲେ । ଛାତ୍ର ଜୀବନରୁ ଜଣେ ରକ୍ତଦାତା ପ୍ରବର୍ତ୍ତକ ଭାବେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ବଲାଙ୍ଗିରରେ ରକ୍ତଦାନର କଥା ଉଠିଲେ ଆପେ ଆପେ ସମାଜସେବୀ ଲଳିତ ନାୟକ ହିଁ ମନେ ପଡ଼ନ୍ତି । ୮୦ରୁ ଅଧିକ ଥର ରକ୍ତଦାନ କରି ତତ୍‌କାଳୀନ ଓଡ଼ିଶା ରାଜ୍ୟପାଳଙ୍କଠାରୁ ସେ ପୁରସ୍କୃତ ହୋଇଥିବା ବେଳେ ଆଜି ପର୍ୟ୍ୟନ୍ତ ସେ ପ୍ରାୟ ୧୫୦ ୟୁନିଟ୍‌ ରକ୍ତଦାନ କରି ସାରିଥିଲେ । ସମାଜର ଦଳିତ, ନିଷ୍ପେସିତ, ଗରିବ ଖଟିଖିଆମାନଙ୍କ ବିଭିନ୍ନ ସମସ୍ୟା ନେଇ ଲଢେ଼ଇ କରିବାରେ ଶ୍ରୀ ନାୟକ ଜଣେ ଆଗୁଆ ସୈନିକ ଭାବରେ ଠିଆ ହେଉଥିଲେ ସବୁବେଳେ । ୪୦ରୁ ଅଧିକ ଶ୍ରମିକ ସଂଗଠନର ସଭାପତି ରହି ସେମାନଙ୍କ ଦୁଃଖସୁଖ ସହ ସାମିଲ୍‌ ହେବା ସହ ସେମାନଙ୍କ ହକ୍‌ ପାଇଁ ସେ ଲଢେ଼ଇ ଜାରି ରଖିଥିଲେ ।

ତା‌ଙ୍କ ପରଲୋକ ଦଳିତ, ନିଷ୍ପେସିତ, ଗରିବ ଖଟିଖିଆମାନଙ୍କୁ ନିଃ‌ସ୍ୱ କରି ଦେଇଥିବା ବେଳେ ସେଭଳି ଜଣେ ଟାଣୁଆ, ଦରଦୀ ମଣିଷକୁ ହରାଇ ବଲାଙ୍ଗୀର ସହ ସାରା ଓଡ଼ିଶା ମାଟି ଆଜି କା‌ନ୍ଦୁଛି । ଲଳିତ ନାୟକ ଏଇ ମାଟିରେ ସବୁଦିନ ଏକ ଗଭୀର ଆଦର୍ଶର ସ୍ୱର ହୋଇ ବଞ୍ଚିରହିବେ ଏହା ନିଃସଂଦେହ ।ଅନ୍ୟପଟେ ତାଙ୍କ ଶେଷ ଦର୍ଶନ ରେ ବଲାଙ୍ଗୀର ଜିଲ୍ଲାପାଳ,ଚଞ୍ଚଲା ରାଣା,ଆରକ୍ଷୀ ଅଧିକ୍ଷ ଶ୍ରୀ ତାଗଡୁ ଙ୍କ ସହ ସହର ର ଉଚ୍ଚତମ ପ୍ରଶାସନ ଅଧିକାରୀ ଏବଂ  ବହୁ ସଂଖ୍ୟାରେ ନେତା ରାଜନେତା ମଧ୍ୟ ଶେଷ ଦର୍ଶନ କରିଥିଲେ।

0
0
0
s2sdefault