ହେଡଲାଇନସ୍:

ସମ୍ବଲପୁରରେ ଚଳଚ୍ଚିତ୍ର ନିର୍ମାଣ ଓ ସମ୍ପାଦନା ଉପରେ କର୍ମଶାଳା I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସ୍ଥାନୀୟ ସାଂସ୍କୃତିକ ସମାଜର ସ୍ଵାଧୀନତା ସଂଗ୍ରାମୀ ହଲ ଠାରେ ତ୍ରିଦିବସୀୟ ଚଳଚ୍ଚିତ୍ର ପ୍ରସ୍ତୁତି ଓ ରୂପେଲୀ ପରଦାରେ ଅଭିନୟ ସମ୍ପର୍କୀତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଶ୍ରୀହର୍ଷ ପୁରୋହିତ ତରୁଣ ପୀଢ଼ିର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶ୍ରୀହର୍ଷ ପୁରୋହିତ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଓ ବ୍ୟବସାୟିକ ବିଜ୍ଞାପନ ବାବଦରେ ନିଦ୍ଦେର୍ଶକ ଓ ସିନେମାଟୋଗ୍ରାଫର ଦାୟିତ୍ବ ନିର୍ବାହ କରିଛନ୍ତି । ତର୍ପଣ କୁମାର ପ୍ରଧାନଙ୍କ ସଂଯୋଜନାରେ ହେଉଥିବା ଏହି କର୍ମଶାଳାରେ ସମ୍ବଲପୁର ଆଖପାଖର ବହୁ କଳାକାର ବିଶେଷକରି କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ ଚଳଚ୍ଚିତ୍ର ନିର୍ଦ୍ଦେଶନା, ସମ୍ପାଦନା ଓ ଚଳଚ୍ଚିତ୍ରରେ ଅଭିନୟ କଳା ସମ୍ପର୍କରେ ତାଲିମ ଦିଆଯାଇଥିଲା I ଉଦ୍‌ଯାପନୀ ସମାରୋହରେ ନିର୍ଦ୍ଦେଶକ ଲିଟୁ ମହାନ୍ତି ଏବଂ ବ୍ରଜେନ୍ଦ୍ର ନାୟକ, ଯୁବନେତା କିଶୋର ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ବାବୁ, କଳାକାର ପୂର୍ଣ୍ଣଚନ୍ଦ୍ର ବଢ଼େଇ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ ସହ ଚଳଚ୍ଚିତ୍ରରେ ସମ୍ବଲପୁରର ଭବିଷ୍ୟତ ପାଇଁ ଉଦ୍‌ବୋଧନ ଦେଇଥିଲେ ।

0
0
0
s2sdefault