ହେଡଲାଇନସ୍:

ପାଠପଢା ପାଇଁ ଛାତ୍ରୀଙ୍କୁ  ସହାୟତାର ହାତ ବଢ଼ାଇଲେ ଡ.ରାସେଶ୍ୱରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରୁକ୍ମିଣୀ ଲାଠ ବାଳ ନିକେତନର ଅନ୍ତେବାସିନୀଙ୍କୁ ନିଜ ବିଧାୟିକା ପେନସନ ଫଣ୍ଡରୁ କଲେ ଆର୍ଥିକ ସହାୟତା I

ସମ୍ବଲପୁର(ରମାକାନ୍ତ ବିଶ୍ବାଳ):  ପୂର୍ବତନ ବିଧାୟିକା ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଓ ବିଜେଡି ପ୍ରବକ୍ତା ଡ. ରାସେଶ୍ୱରୀ ପାଣିଗ୍ରାହୀ  ସୋମବାର ରୁକ୍ମିଣୀ ଲାଠ ବାଳ ନିକେତନ ଛଚlନପାଲିର ଅନ୍ତେବାସୀଙ୍କୁ ନିଜ ବିଧାୟିକା ପେନସନ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି I ଏହା ସହିତ  ଧବଳେଶ୍ୱର  ପୋଲିଟେକନିକ ଅନୁଷ୍ଠାନର ଛାତ୍ରୀ କୁମାରୀ ରତ୍ନାବତୀ କୁମାରଙ୍କୁ ଆର୍ଥିକ ସହାୟତା ରୂପେ  ସମସ୍ତ ଶିକ୍ଷl ଖର୍ଚ୍ଚ ବହନ ପାଇଁ ପ୍ରତିଶୃତି ଦେଇଥିଲେ I  ଚଳିତ ମାସର ରତ୍ନାବତୀଙ୍କ ଖର୍ଚ୍ଚ ଓ ମୋବାଇଲ ଫୋନଟିଏ ମଧ୍ୟ  ପ୍ରଦାନ  କରିଥିଲେ I ଏହି ଅବସରରେ  ହେମନ୍ତ ପ୍ରଧାନ ଆଶ୍ରମ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ  I ପ୍ରକାଶ ଥାଉ କି ଡା ରାସେଶ୍ୱରୀ ପାଣିଗ୍ରାହୀ ତାଙ୍କର ବିଧାୟିକା ପେନସନ ପାଣ୍ଠି ପାଇଁ ଏକ ଟ୍ରଷ୍ଟ "DR RASESWARI PANIGRAHI WELFARE TRUST " ଗଠନ କରିଛନ୍ତି  I ଏହି ଟ୍ରଷ୍ଟ ର ଅଧ୍ୟକ୍ଷ ପ୍ର. ଶଙ୍କର ପ୍ରସାଦ ପତି ଅଛନ୍ତି I  ଟ୍ରଷ୍ଟର ଲକ୍ଷ୍ୟ ଗରିବ ମେଧାବି ଛାତ୍ରଛାତ୍ରି ଙ୍କ ଶିକ୍ଷI ଓ ସ୍ୱାସ୍ଥ୍ୟ ରେ ସହାୟତା କରିବା I

0
0
0
s2sdefault