ହେଡଲାଇନସ୍:

ନିର୍ଯ୍ୟାତିତ ଅମୃତର ସନ୍ତାନମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସବୁ ନାଗରିକ ପ୍ରତିଶ୍ରୁତବଦ୍ଧ ହେବା ଆବଶ୍ୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶିଶୁମାନଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ରୋକିବା ନିମନ୍ତେ ଜନସଚେତନତା ଗଣଦୌଡ଼ 

07-06-18-bari.jpg - 124.35 kBବାରିପଦା(ଦିଲ୍ଲୀପ ମହାନ୍ତି )-ସମାଜରେ କ୍ରମାଗତ ଭାବେ ଶିଶୁ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧିପାଇବା ଆରମ୍ଭ କରିଥିବାରୁ ଏହାକୁ ପ୍ରତିହତ କରି ନିର୍ଯ୍ୟାତିତ ଅମୃତର ସନ୍ତାନମାନଙ୍କୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ସମାଜର ସମସ୍ତ ନାଗରିକ ପ୍ରତିଶ୍ରୁତବଦ୍ଧ ହେବାର ଆବଶ୍ୟକତା ରହିଛି । ସମସ୍ତ ନାଗରିକମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିଲେ ସମାଜରେ କନ୍ୟାରତ୍ନମାନଙ୍କ ଉପରେ ବୃଦ୍ଧିପାଉଥିବା ନିର୍ଯ୍ୟାତନକୁ ରୋକିଯିବା ସମ୍ଭବ ହୋଇପାରିବ । ଏଥି ନିମନ୍ତେ ପ୍ରଥମେ ପରିବାରରେ ପିତା-ମାତାଙ୍କ ସହିତ ସମସ୍ତ ସଦସ୍ୟ ସଚେତନ ହେବା ଦରକାର । ତେଣୁ ଶିଶୁମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ଦୁଷ୍କର୍ମ ଆଦିକୁ ରୋକିବା ଦିଗରେ ଜନସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପୁଲିସ ଓ ୟୁନିସେଫ ପକ୍ଷରୁ ମେ ୨୮ରୁ ଜୁନ ୧୨ ପର୍ଯ୍ୟନ୍ତ ପରୀ ରଥ ଜିଲ୍ଲା ପରିକ୍ରମା କରୁଛି । ଜୁନ୭ ଗୁରୁବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ଓ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ବାରିପଦା ସହିଦ ସ୍ମୃତି ଭବନ ପରିସରରୁ ପରୀଟିଏ ପାଇଁ କଥାଟିଏ  ଉଦ୍ଦେଶ୍ୟ ଆୟୋଜିତ ସଚେତନତା ଗଣଦୌଡର ଶୁଭ ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତପୋଷଣ କରିଥିଲେ ।                 

                 କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ, ବାରିପଦା ଉପଜିଲ୍ଲାପାଳ ମହମ୍ମଦ ଅବଦୁଲ  ଆଖତାର, ବାରିପଦା ସଦର ଏସଡ଼ିପିଓ ଅଭିମନ୍ୟୁ ନାୟକ, ଜିଲ୍ଲା ଶିଶୁ ଅଧିକାରୀ ମମତାମୟୀ ବଶ୍ୱାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ , ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗର ଉପକ୍ଷେତ୍ର ନିର୍ଦ୍ଦେଶକ  ଯଜ୍ଞଦତ୍ତ ପତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଣଦୌଡ଼ ଆୟୋଜନ  ହୋଇଥିବା ବେଳେ ଡ଼ିଭାଇନ ଶିକ୍ଷାଅନୁଷ୍ଠାନ  ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ହଜାରରେ ଅଧିକ ଏଥିରେ ସାମିଲ ହୋଇଥିଲେ । 

 

0
0
0
s2sdefault