ହୀରାକୁଦ ଜଳଭଣ୍ଡାରର ଉପରେ କରାଯାଇଥିବା ଦ୍ବିତିୟ ଇବ ସେତୁରେ ଆଲୋକୀକରଣ ପାଇଁ ଶିଳାନ୍ୟାସ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ୧୦ ନମ୍ବର ରାଜ୍ୟ ରାଜପଥର(ବିଜୁ ଏକ୍ସପ୍ରେସ ୱେ) ରେଙ୍ଗାଲି ମହାବୀର ଛକରୁ ସପ୍ନେ-ରଂପେଲା ଫେରିଘାଟ ଅର୍ଥାତ ଇବ ନଦୀ (ହୀରାକୁଦଜଳଭଣ୍ଡାର) ଉପରେ ସମ୍ବଲପୁର ଜିଲ୍ଲାରୁ ସିଧାସଳଖ ଝାରସୁଗୁଡ଼ା,ବେଲପାହାଡ,ବ୍ରଜରାଜନଗର, ଛତିଶଗଡ ଅଞ୍ଚଳକୁ ସଂଯୋଗ କରୁଥିବା ଇବ ସେତୁ ଉପରେ ଆଲେକିକରଣ ପାଇଁ ସୋମବାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରଗଡ ସାଂସଦ, ବରିଷ୍ଠ ରାଜନୈତିଜ୍ଞ ସୁରେଶ ପୁଜାରିଙ୍କ ସ୍ବତନ୍ତ୍ର ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ କୁ ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ, ସାଂସଦ ସୁରେଶ ପୁଜାରି,ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ସହ ଝାରସୁଗୁଡ଼ାର ଜିଲ୍ଲାପାଳ ସରୋଜ କୁମାର ଶାମଲଙ୍କ ଉପସ୍ଥିତରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବରିଷ୍ଠ ବ୍ଯକ୍ତି ବିଶେଷଙ୍କ ସହ ନିର୍ବାଚିତ ସମସ୍ତ ସମିତି ସଭ୍ଯ,ସଭ୍ଯା

ଓ ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ। ଏହି ସେତୁ ଉପରେ ଆଲୋକିକରଣ ପାଇଁ ଅଞ୍ଚଳର ଦାବି ପୂରଣ ହୋଇଥିବାରୁ ଅଞ୍ଚଳରେ ଖୁସିର ବାତାବରଣ ଦେଖା ଦେଇଛି। ଏହି ସେତୁ ପ୍ରାୟ ୩ କଲୋମିଟ ଅନ୍ଧାର ଥିବାରୁ ଅନେକ ସମୟରେ ଲୋକୋ ଲୁଟପାଟର ଶିକାର ହୋଉଥିଲେ।ଆଲେକିକରଣ ପରେ ଉଭୟ ଅଞ୍ଚଳର ଲୋକୋ ସୁବିଧା ପାଇପାରିବେ ବୋଲି ଉପସ୍ଥିତ ରାଜ ନେତାମାନେ ମତ ପ୍ରକାଶ କରିଥିଲେ।

       

0
0
0
s2sdefault