ଭୁବନେଶ୍ୱର (ଶାସକ ପ୍ରଶାସକ) : ବରିଷ୍ଠ ଓଡ଼ିଆ ସେନା ଅଧିକାରୀ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ୪୨ତମ ଭାଇସ୍ ଚିଫ୍ ହେବେ। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ବା ଏ ବିରଳ ଗୌରବ ହାସଲ କରିବାରେ ସେ ହେବେ ପ୍ରଥମ ଓଡ଼ିଆ ଅଧିକାରୀ । ବର୍ତ୍ତମାନର ଲେଫ୍ଟନାଣ୍ଟ ଜେନେରାଲ ଏସ.କେ.ସାଇନିଙ୍କଠାରୁ ଆସନ୍ତା ୩୧ ତାରିଖରେ ଏହି ଦାୟିତ୍ୱ ଗ୍ରହଣ କରିବେ |
୧୯୮୨ ବ୍ୟାଚ ରାଜପୁତ ରେଜିମେଣ୍ଟର ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ଭାରତୀୟ ସେନାରେ ଦୀର୍ଘ ୩୮ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ତାଙ୍କର ଦକ୍ଷତା ଓ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ଆସାମରେ ‘ଅପରେସନ ଅଲ କ୍ଲିୟର’ ର ମୁଖ୍ୟ ରହିଥିବା ଶ୍ରୀ ମହାନ୍ତି ଆସାମକୁ ଉଲଫା କବଳରୁ ମୁକ୍ତ କରି ଶାନ୍ତି ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ | ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ | ଜେ.କେ. ମହାନ୍ତି ଓ ଡ. ଶାରଦା କୁମାରୀଙ୍କ ଜ୍ୟେଷ୍ଠପୁତ୍ର ଚଣ୍ଡୀପ୍ରସାଦଙ୍କ ଏ ବିରଳ ଉପଲବ୍ଧି ଓଡିଶା ପାଇଁ ଏକ ଗୌରବ ଆଣିଦେଇଛି |