"ତୁରନ୍ତ ଚାଉଳ ସଂଗ୍ରହ ନୀତିରେ ପରିବର୍ତ୍ତନ ସହିତ ୬୦୪୦ କୋଟିର ସବ୍‍ସିଡ୍‍ ଅର୍ଥ ଦେଉ କେନ୍ଦ୍ର"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚାଷ ଓ ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେପି: ବିଜେଡି

ଭୁବନେଶ୍ୱର : କେନ୍ଦ୍ର ସରକାର ତାଙ୍କର ଚାଉଳ ସଂଗ୍ରହ ନୀତିରେ ପରିବର୍ତ୍ତନ କରିବା ସହିତ ଧାନ ସଂଗ୍ରହ ବାବଦରେ ଓଡିଶାକୁ ଦେବାକୁ ଥିବା ୬୦୪୦ କୋଟି ଟଙ୍କାର ସବ୍‍ସିଡ୍‍ ଅର୍ଥ ତୁରନ୍ତ ପ୍ରଦାନ ପାଇଁ ରାଜ୍ୟ ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ବିଜେଡି ଦାବି କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟିକା ସ୍ନେହାଙ୍ଗିନି ଛୁରିଆ, ବିଧାୟକ ରୋହିତ ପୂଜାରୀ ଓ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏହି ଦାବି କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି ଯେ, କୋଭିଡ୍ ମହାମାରୀ ସମୟରେ ଓଡିଶାର ଚାଷୀମାନେ ୨୦୨୦-୨୧ ବର୍ଷରେ ସେମାନଙ୍କ ଧୈର୍ଯ୍ୟର ପରିଚୟ ଦେଇ ରେକର୍ଡ ପରିମାଣର ଶସ୍ୟ ଉତ୍ପାଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ସହଯୋଗ ଯୋଗୁଁ କୋଭିଡ୍ ଭଳି ମହାମାରୀ ସମୟରେ ଓଡିଶାର ଚାଷୀମାନେ ଯେଭଳି ଶସ୍ୟ ଉତ୍ପାଦନ କରିଛନ୍ତି ସେଥିପାଇଁ ସେମାନେ ସବୁ ସ୍ତରରୁ ପ୍ରଶଂସାର ପାତ୍ର । ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲୁଥିବା ବିଜେଡି ସରକାର ସବୁବେଳେ ଚାଷ ଓ ଚାଷୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟରତ । ବିଗତ କିଛି ବର୍ଷ ଧରି ଓଡିଶାର ଚାଷୀମାନଙ୍କ ଆୟ ଦୁଇଗୁଣ ହେବା ସହିତ ଧାନ ଉତ୍ପାଦନ  ବୃଦ୍ଧି ପାଇ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଉଥିବା ଦେଶର ଶରଥ  ୪ଟି ରାଜ୍ୟ ମଧ୍ୟରେ ଓଡିଶା ରହିଛି । 

ତେବେ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ନୀତି ଏବଂ କାର୍ଯ୍ୟ ଏବେ ଓଡିଶା ଚାଷୀମାନଙ୍କ ପାଇଁ କାଳ ହୋଇଛି । ନିକଟରେ କେନ୍ଦ୍ର ସରକାର ଏକ ପତ୍ର ଲେଖି ୨୦୨୦-୨୧ ରବି ଋତୁରେ ମୂଳ ଆକଳନର ୫୦ ପ୍ରତିଶତ ଉଷୁନା ଚାଉଳ (ପାରବଏଲ୍‍ଡ) ଉଠାଇବା ପାଇଁ କହିବା ସହିତ ବଳକା ଚାଉଳ ନେବେନାହିଁ ବୋଲି ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କର ଏହି ଚାଷୀବିରୋଧି ନୀତି ରାଜ୍ୟର ଚାଷୀଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଛି । ୨୦୧୯-୨୦ ଖରିଫ୍ ଋତୁରେ ୫୩.୩୧ ଲକ୍ଷ ମେଟ୍ରିକ  ଟନ୍‍ ଧାନ ଉପôାଦିତ ହୋଇଥିବାବେଳେ ରବିରେ ଉତ୍ପାଦିତ ଧାନ ପରିମାଣ ୧୭.୨୫ ଲକ୍ଷ ଟନ୍‍, ଏହିଭଳି ମୋଟ୍‍ ୭୧ଲକ୍ଷ ଟନ୍‍ ଧାନ ଉପôାଦନ ହୋଇଥିଲା । ଏଥିରୁ ୪୮ଲକ୍ଷ ମେଟ୍ରିକ  ଟନ୍‍ ଚାଉଳ ମିଳିଥିଲା । ଏହି ୪୮ ମେଟ୍ରିକ  ଟନ୍‍ ଚାଉଳରୁ ୨୪ଲକ୍ଷ ମେଟି୍ରକ୍ ଟନ୍‍ ଓଡିଶାରେ ବ୍ୟବହାର ହୋଇଥିବାବେଳେ ୧୭ଲକ୍ଷ ମେଟ୍ରିକ  ଟନ୍‍ ଭାରତୀୟ ଖାଦ୍ୟ ନିଗମ (ଏଫ୍‍ସିଆଇ) କିଣିଥିଲା ଓ ୭ଲକ୍ଷ ମେଟ୍ରିକ  ଟନ୍‍ ପିଏମ୍‍ଜିକେଏୱାଇ କାର୍ଯ୍ୟକ୍ରମରେ ବ୍ୟବହୃତ ହୋଇଥିଲା । 

୨୦୨୦-୨୧ ବର୍ଷରେ ଖରିଫ୍ ଋତୁରେ ୩୫.୪୯ ଲକ୍ଷ ମେଟ୍ରିକ  ଟନ୍‍ ଧାନ ସଂଗ୍ରହ ହୋଇଥିବାବେଳେ ଆହୁରି ୩୦ଲକ୍ଷ ମେଟ୍ରିକ ଟନ୍‍ ଧାନ ସଂଗ୍ରହ ହେବ । ତେଣୁ ଏହିଭଳି ମୋଟ୍‍ ୬୫ଲକ୍ଷ ମେଟ୍ରିକ  ଟନ୍‍ ଓ ରବି ଋତୁରେ ୧୭ଲକ୍ଷ ମେଟ୍ରିକ  ଟନ୍‍କୁ ମିଶାଇ ମୋଟ୍‍ ୮୨ଲକ୍ଷ ମେଟ୍ରିକ  ଟନ୍‍ ଧାନ ସଂଗ୍ରହ ହେବ । ୮୨ଲକ୍ଷ ମେଟ୍ରିକ ଟନ୍‍ ଧାନରୁ ପ୍ରାୟ ୫୫ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ମିଳିବ ଓ ଏହି ସମସ୍ତ ଚାଉଳ ହେଉଛି ଉଷୁନା ଚାଉଳ । ଏହି ୫୫ଲକ୍ଷ ମେଟ୍ରିକ  ଟନ୍‍ ଚାଉଳରୁ ୨୪ଲକ୍ଷ ମେଟି୍ରକ ଟନ୍‍ ଓଡିଶାରେ ବ୍ୟବହୃତ ହେବ, ନିକଟରେ କେନ୍ଦ୍ର ସରକାର ଦେଇଥିବା ଚିଠି ଅନୁଯାୟୀ ପ୍ରାୟ ୧୦ଲକ୍ଷ ମେଟ୍ରିକ  ଟନ୍‍ ଚାଉଳ ଏଫ୍‍ସିଆଇ ସଂଗ୍ରହ କରିବ ଓ ଅବଶିଷ୍ଟ ୨୧ଲକ୍ଷ ମେଟ୍ରିକ  ଟନ୍‍ ଚାଉଳ, ଯାହାର ମୂଲ୍ୟ ପାଖାପାଖି ୭୩୫୦କୋଟି ଟଙ୍କା ହେବ ତାହାକୁ ଆଉ କେନ୍ଦ୍ର ସରକାର ଉଠାଇବେ ନାହିଁ । ଏହା ଓଡିଶା ଓ ବିଶେଷକରି ଓଡିଶାର ଚାଷୀମାନଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବ । ତେଣୁ ଓଡିଶାରୁ ଚାଉଳ ନନେବା ପାଇଁ କେନ୍ଦ୍ର ସରକାର ଯେଉଁ ଚାଷୀ ବିରୋଧି ନୀତି ଲାଗୁ କରିଛନ୍ତି ତାହାକୁ ପ୍ରତ୍ୟାହାର ସହିତ ଓଡିଶାର ସମସ୍ତ ୩୧ଲକ୍ଷ ମେଟି୍ରକ ଟନ୍‍ ବଳକା ଚାଉଳ ଉଠାଇବାପାଇଁ ଦାବି କରାଯାଇଛି ।

ଓଡିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ (ଓଏସ୍‍ସିଏସ୍‍ସି) ଋଣ ଉଠାଣ କରି ରାଜ୍ୟରୁ ଧାନ ସଂଗ୍ରହ କରୁଥିବାବେଳେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ପ୍ରଦାନ କରୁଛି । ବର୍ତ୍ତମାନ ସୁଦ୍ଧା ଧାନ ସଂଗ୍ରହ ବାବଦରେ ଚାଷୀମାନଙ୍କୁ ୬୫୫୦ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଲାଣି । କେନ୍ଦ୍ର ସରକାର ପ୍ରତି ତୈ୍ରମାସିକର ପ୍ରଥମ ମାସେରେ ସବ୍ସିଡ୍‍ ବାବଦରେ ଅର୍ଥ ଅଗ୍ରୀମ ଆକାରରେ ଦେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ସବ୍‍ସିଡ୍‍ ବାବଦରେ ଓଡିଶାକୁ ୬୦୪୦ କୋଟି ଟଙ୍କା ଦେବାର ବାକି ଅଛି । ଏହି ବିପୁଳ ପରିମାଣର ଅର୍ଥ ଏବେ ଓଡିଶା ଉପରେ ଆର୍ଥିକ ବୋଝ ହୋଇଥିବାବେଳେ କେନ୍ଦ୍ର ସରକାର କିନ୍ତୁ କର୍ଣ୍ଣପାତ କରୁନାହାନ୍ତି । ତେଣୁ ଓଡିଶାର ବିଜେପି ନେତାମାନେ ଏଠାରେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ଅପେକ୍ଷା ଓଡିଶାକୁ କିଭଳି ବାକିଥିବା ୬୦୪୦ କୋଟି ଟଙ୍କା ମିଳିବ ସେ ସଂକ୍ରାନ୍ତରେ କେନ୍ଦ୍ରରେ ଥିବା ତାଙ୍କରି ଦଳ ଶାସିତ ସରକାରଙ୍କ ନିକଟରେ ସ୍ୱର ଉଠାଇବା ଦରକାର । ଯଦି ସେମାନେ ଏହା କରିବେ ତେବେ ଆମେ ସେମାନଙ୍କୁ ପ୍ରଶଂସା କରିବୁ । ଯଦି ଏହା ନକରନ୍ତି ତେବେ ଚାଷୀଙ୍କ ପାଇଁ ସେମାନେ ଯେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ତାହା ଚାଷୀ ଓ ଓଡିଶାବାସୀଙ୍କ ଆଗରେ ଖୋଲି ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । 

ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ବିଜୁ ଜନତା ଦଳ ସବୁବେଳେ ଚାଷୀଙ୍କ ଅଧିକାର ଓ ବିକାଶ ପାଇଁ କାର୍ଯ୍ୟ କରୁଛି । ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ସହିତ ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗଣ କରିବା ପାଇଁ ବିଜେଡି ଦାବିକରି ଆସୁଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବା ପାଇଁ ଓଡିଶା ବିଧାନସଭାରେ ସର୍ବସମ୍ମତ ସଙ୍କଳ୍ପ ପାରିତ ହୋଇଥିବାବେଳେ କେନ୍ଦ୍ର ସରକାର ନିୟମିତ ଭାବେ ଏହାକୁ ଅଗ୍ରାହ୍ୟ କରି ଆସୁଛନ୍ତି । ଯେପର୍ଯ୍ୟନ୍ତ ଓଡିଶାର ଚାଷୀଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ନମିଳିଛି ସେ ପର୍ଯ୍ୟନ୍ତ ବିଜେଡି ଓଡିଶାର ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବ ବୋଲି କୁହାଯାଇଛି । 

ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଠାରେ ବୃହତ୍‍ ଉଠାଜଳସେଚନ ପ୍ରକଳ୍ପର ଉଦ୍‍ଘାଟନ ଓ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଅନ୍ୟ ପଦକ୍ଷେପ ନେବାପରେ ମୁଖ୍ୟମନ୍ତ୍ରୀଙ୍କ କୃଷକ ଅଭିମୁଖୀ ଲୋକପ୍ରିୟତାରେ ବିଜେପି ବିଚଳିତ ହେବା ସହିତ ରାଜନୈତିକ ଦୃଷ୍ଟିକୋଣରୁ ୨୧ ଜାନୁୟାରୀରେ ପ୍ରଦର୍ଶନର ଆୟୋଜନ କରିଛି । ଓଡିଶାବାସୀ ବିଶେଷକରି ରାଜ୍ୟର ଚାଷୀମାନେ ବିଜେଡି ସହିତ ରହିଛନ୍ତି ଏବଂ ବିଜେପି ଚାଷ ଓ ଚାଷୀ ସ୍ୱାର୍ଥ ବିରୋଧି ବୋଲି ଭଲଭାବେ ଜାଣିଛନ୍ତି । 

ଯଦି ଆଗାମୀ ୭ଦିନ ମଧ୍ୟରେ ୩୧ଲକ୍ଷ ମେଟ୍ରିକ  ଟନ୍‍ ଚାଉଳ ବିଶେଷକରି ୨୦୨୦-୨୧ ମସିହା ପାଇଁ ଥିବା ଉଷୁନା ଚାଉଳ କେନ୍ଦ୍ର କିମ୍ବା ଏଫ୍‍ସିଆଇ ନଉଠାନ୍ତି ଓ ବାକି ପଡିଥିବା ୬୦୪୦ କୋଟି ଟଙ୍କାର ସବ୍‍ସିଡ୍‍ ଅର୍ଥ ନଦିଅନ୍ତି ତେବେ ଓଡିଶାର ଚାଷୀମାନେ ରାଜ୍ୟର ଗଳି କନ୍ଦିରେ ରାସ୍ତାକୁ ଓହ୍ଲାଇବେ ଏବଂ ସେହି ସମୟରେ ବିଜୁ ଜନତା ଦଳ ସେମାନଙ୍କୁ ସମର୍ଥନ କରିବା ସହିତ ରାଜ୍ୟର ଚାଷୀଙ୍କ ସପକ୍ଷରେ ଛିଡାହେବ । ତେଣୁ ଆମେ ଆଶା କରୁଛୁ ଯେ, ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦିବା ବନ୍ଦ କରିବା ସହ ଓଡିଶାରେ ସେମାନଙ୍କ ସ୍ୱର ଉଠାଇବା ବଦଳରେ ଓଡିଶାର ୩୧ଲକ୍ଷ ମେଟ୍ରିକ  ଟନ୍‍ ଚାଉଳ କିଭଳି କେନ୍ଦ୍ର ସରକାର ଉଠାଇବେ ଏବଂ ୬୦୪୦କୋଟି ଟଙ୍କାର ବାକିଆ ସବ୍‍ସିଡ୍‍ ଅର୍ଥ ଦେବେ ସେଥିନେଇ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିବା ଆବଶ୍ୟକ ବୋଲି ବିଜେଡି ଏହି ସାମ୍ବାଦିକ ସମ୍ମିଳନୀରେ କହିଛି ।

 

0
0
0
s2sdefault