ଉତ୍କଳ ଏକ୍ସପ୍ରେସର ବାର୍ଷିକ ଉତ୍ସବ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ହୋଟେଲ ହାଇୱେ ହଲ୍ଟରେ ଉତ୍କଳ ଏକ୍ସପ୍ରେସ ବାର୍ଷିକୋତ୍ସବ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରଗଡ ସାଂସଦ ଶ୍ରୀ ସୁରେଶ ପୂଝାରୀ, ମୁଖ୍ୟବକ୍ତା ଭାବେ ଭୀମସାରର ଭେସଜ ବିଶେଷଜ୍ଞ ଡ଼.ରାମଚଂଦାନୀ , ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଏସ.ସି.ସେଲ ସଭାପତି ଶ୍ରୀ ମୋତିଲାଲ ତନ୍ତୀ, ନରୀନେତ୍ରୀ ରୀନା ତନ୍ତୀ, ବରିଷ୍ଠ ସାମ୍ବାଦିକ ଶ୍ରୀ ରମାକାନ୍ତ ବିଶ୍ୱାଳ, ଉତ୍କଳ ଏକ୍ସପ୍ରେସ ପରିଚାଳନା ନିର୍ଦ୍ଦେଶକ ଭକ୍ତିରଞ୍ଜନ ପଲେଇ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଅତିଥି ବୃନ୍ଦ ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ଆଗରେ ଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ l ସହ ସଂପାଦକ ବିଜୟ କୁମାର ସାହୁ ସଭା ପରିଚାଳନା କରିବା ସହିତ ସଂପାଦକ ଜସ୍ମିନ ମିଶ୍ର ଓ ସମ୍ବଲପୁର ବ୍ୟୁରୋ ଚିଫ ଅଙ୍କିତ ସାହୁ ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଚ୍ଛ, ସ୍ମାରକୀ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ପରେ ସମ୍ମାନିତ ଅତିଥି ମାନେ ତାଙ୍କର ବକ୍ତବ୍ୟ ରଖି ପୂର୍ବରୁ ସାମ୍ବାଦିକ ମାନଙ୍କ ସମାଜ ପ୍ରତି ଯୋଗଦାନ ବିଷୟରେ ଆଲୋକପାତ କରିଥିଲେ ଏବଂ ସାମ୍ବାଦିକ ସମାଜ ର ଦର୍ପଣ ବୋଲି ସମ୍ବୋଧନ କରିଥିଲେ l ପରେ ସାମ୍ବାଦିକ ମାନଙ୍କୁ ଭଲ ଉପସ୍ଥାପନା, ଵେଷ୍ଟ ଭିୟୁଅର୍ସ, ଵେଷ୍ଟ ସବ୍ସକ୍ରାଇବାର ସାମ୍ବାଦିକ ଆଦି ପୁରସ୍କାର ଦିଆ ଯାଇଥିଲା l ଆୟୋଜକ ମନୋରଞ୍ଜନ ସାହୁ ସମ୍ବଲପୁର ଜୋନାଲ ହେଡ ସମସ୍ତ ଅତିଥି ଏବଂ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l