ହେଡଲାଇନସ୍:

ଚୁକ୍ତି ଭିତ୍ତିକ ଠିକା କର୍ମଚାରୀମାନଙ୍କ ପକ୍ଷରୁ ଦାବି ପୂରଣ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା କର୍ମଚାରୀ ମହାମଞ୍ଚର ଆବାହକ ତଥା ରାଜ୍ୟ କର୍ମଚାରୀମାନଙ୍କ ନେତା ପ୍ରଭାତ ମହାନ୍ତିଙ୍କ ଆହ୍ୱାନ କ୍ରମେ ସମଗ୍ର ଓଡ଼ିଶାରେ ଚୁକ୍ତି ଭିତ୍ତିକ ଓ ଆଉଟସୋର୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ସେମାନଙ୍କ ଚାକିରୀକୁ ସ୍ଥାୟୀ କରାଯିବା-, ଠିକା, ଚୁକ୍ତି ଭିତ୍ତିକ ଓ ଆଉଟସୋର୍ସିଂ ପ୍ରଥା ଉଚ୍ଛେଦ କରାଯିବା-, ସମସ୍ତ କର୍ମଚାରୀମାନଙ୍କୁ ସରକାରୀ ନୀତି ନିୟମ ଅନୁସାରେ ଉପଲବ୍ଧ ସୁବିଧା ସୁଯୋଗ ପ୍ରଦାନ କରାଯିବା-, ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଖାଲି ଥିବା ପଦବୀଗୁଡ଼ିକୁ ଅବିଳମ୍ବେ ପୂରଣ କରାଯିବା ଆଦି ବିଭିନ୍ନ ଦାବିଗୁଡ଼ିକ ନେଇ ଜୁନ ପହିଲାରୁ କଳା ବେଜ ପରିଧାନ ପୂର୍ବକ ଆନେ୍ଦାଳନ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଚୁକ୍ତିଭିତ୍ତିକ ଠିକା କର୍ମଚାରୀ ସଙ୍ଘ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ସେମାନଙ୍କ ଦାବିଗୁଡ଼ିକୁ ଅବିଳମ୍ବେ ପୂରଣ କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ରାଜ୍ୟ ସରକାର ଦାବିଗୁଡ଼ିକୁ ପୂରଣ ନ କରନ୍ତି ତେବେ ଜୁଲାଇ ୨୫ରୁ ଭୂବନେଶ୍ୱରଠାରେ ଗଣଧାରଣାରେ ବସିବେ ବୋଲି ସଙ୍ଘର ମୟୂରଭଞ୍ଜ ଶାଖା ସଭାପତି ସୋମନାଥ ମହାନ୍ତି ସୂଚନା ଦେଇଛନ୍ତି । 

              ଗୁରୁବାର ସଙ୍ଘ ପକ୍ଷରୁ ବାରିପଦାସ୍ଥିତ ରୋଟାରୀ ଭବନ ପରିସରରେ ଏକ ବୈଠକ ବସିବା ସମସ୍ତେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ଏହାପରେ ସୋମନାଥ ମହାନ୍ତିଙ୍କ ନେତୃତ୍ୱରେ ସମ୍ପାଦକ ବେଣୁ ମହାପାତ୍ର, ଉପସଭାପତି ହେମନ୍ତ ଦତ୍ତ, ସହସମ୍ପାଦକ ଝୁନୁ ପାତ୍ର ପ୍ରମୁଖ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ ।

 

0
0
0
s2sdefault