ବଧେଇ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଏସଆରଟିସି ବରଗଡ଼ ଓ ପଦ୍ମପୁର ଡିପୋ "ସକ୍ଷମ ୨୦୨୧'ରେ ସମ୍ମାନଜନକ ଶ୍ରେଷ୍ଠ ଡିପୋ ପୁରସ୍କାର ପାଇଥିବା ଯୋଗୁ ସନ୍ତୋଷବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ ପଦ୍ମପୁର ଓ ବରଗଡ଼ ଡିପୋ ତୈଳ ସଂରକ୍ଷଣ କ୍ଷେତ୍ରରେ ଉତ୍କର୍ଷ ପାଇଁ "ସକ୍ଷମ ୨୦୨୧'ରେ ସମ୍ମାନଜନକ ଶ୍ରେଷ୍ଠ ଡିପୋ ପୁରସ୍କାର ଲାଭ କରିଥିବାରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି)କୁ ଅଭିନନ୍ଦନ ଜଣାଇଛନ୍ତିା ବରଗଡ଼ ଓ ପଦ୍ମପୁର ଡିପୋର ଏ ଉପଲବ୍ଧି ଇନ୍ଧନ ସଂରକ୍ଷଣ କ୍ଷେତ୍ରରେ ପୋଷଣୀୟ ଭବିଷ୍ୟତ ନିମନ୍ତେ ଅବଦାନ ଦେବା ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିା