ହେଡଲାଇନସ୍:

ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଯୋଗାଣ ମନ୍ତ୍ରୀଙ୍କ ନର୍ଦ୍ଦେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଆଜି ସୁଦ୍ଧା ମୋଟ ୩୫ ଲକ୍ଷ ୬ ହଜାର ୧୮୩ ମେଟ୍ରିକ  ଟନ୍ ଧାନ ସଂଗ୍ରହ

  • ଗତବର୍ଷ ଆଜି ଦିନ ତୁଳନାରେ ୨୨ ପ୍ରତିଶତ ଅଧିକ ଧାନସଂଗ୍ରହ

Odisha Minister Ranendra Pratap Swain tests positive for Covid-19

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟ ଚାଲୁ ରହିଥିବା ବେଳେ ଆଜି ସୁଦ୍ଧା ମୋଟ ୩୫ ଲକ୍ଷ ୬ ହଜାର ୧୮୩ ମେଟି୍ରକ୍ ଟନ୍ ଧାନ ସଂଗ୍ରହ କରାଯାଇଛିା ଏହା ଗତବର୍ଷ ଆଜି ଦିନ ସୁଦ୍ଧା ସଂଗ୍ରହ କରାଯାଇଥିବା ଖରିଫ ଧାନ ତୁଳନାରେ ୨୨ ପ୍ରତିଶତ ଅଧିକା ଗତବର୍ଷ ଆଜିର ତାରିଖରେ ମୋଟ ୨୮ ଲକ୍ଷ ୮୧ ହଜାର ୪୭୫ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲାା ନାମ ପଂଜୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ପ୍ୟାକ୍ସ/ଲ୍ୟାମ୍ପସ୍/ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକରେ ସେମାନଙ୍କ ଧାନ ବିକ୍ରି  କରିପାରିବେ, ସେଥି ନିମନ୍ତେ ବିଭାଗୀୟ ଅଧିକାରୀମାନେ ସମସ୍ତ ପଦକ୍ଷେପ ନେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତିା

ବିଭାଗ ଦ୍ୱାରା ନାମ ପଂଜୀକରଣ କରିଥିବା ଚାଷୀମାନଙ୍କଠାରୁ ପି-ପାସ୍ ଓ ଆଗୁଆ ଟୋକେନ୍ ପ୍ରଦାନ ମାଧ୍ୟମରେ ଖରିଫ ଧାନ ସଂଗ୍ରହ କରାଯାଉଛିା ଏହା ସହିତ କୋଭିଡ୍-୧୯ ସ୍ଥିତିରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱକୁ ଅନୁପାଳନ କରି ଧାନ ସଂଗ୍ରହ କରାଯାଉଛିା ଚଳିତ ଖରିଫରେ ଆଜି ପର୍ଯ୍ୟନ୍ତ ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ୬,୬୫,୦୪୮ ମେଟ୍ରିକ  ଟନ ଧାନ ସଂଗୃହୀତ ହୋଇଛି ଯାହାକି ଗତବର୍ଷ ଆଜି ତାରିଖରେ ସଂଗୃହୀତ ଧାନ ତୁଳନାରେ ୧୩ ପ୍ରତିଶତ ଅଧିକା ବଲାଙ୍ଗୀର ଜିଲ୍ଲାରେ ୨,୮୪,୪୯୩ ମେଟ୍ରିକ  ଟନ ଧାନ ସଂଗ୍ରହ କରାଯାଇଛିା ଏହା ଗତବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକା ସେହିପରି କଳାହାଣ୍ଡିରେ ୪,୧୨,୬୪୯ ମେଟ୍ରିକ  ଟନ, କୋରାପୁଟରେ ୨,୧୧,୨୧୭ ମେଟ୍ରିକ  ଟନ, ଗଞ୍ଜାମରେ ୧,୧୪,୩୨୫ ମେଟ୍ରିକ  ଟନ, ନବରଙ୍ଗପୁରରେ ୧,୩୫,୬୧୮ ମେଟ୍ରିକ  ଟନ, ନୂଆପଡ଼ାରେ ୧,୨୦,୯୦୭ ମେଟ୍ରିକ  ଟନ, ସମ୍ବଲପୁରରେ ୩,୩୭,୨୩୩ ମେଟ୍ରିକ  ଟନ, ସୁବର୍ଣ୍ଣପୁରରେ ୨,୮୧,୪୩୫ ମେଟ୍ରିକ  ଟନ, ସୁନ୍ଦରଗଡ଼ରେ ୧,୦୨,୬୫୭ ମେଟ୍ରିକ ଟନ ଏବଂ ମାଲକାନଗିରିରେ ୧,୦୩,୦୮୨ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛିା ଗତବର୍ଷ ଆଜି ଦିନ ତୁଳନାରେ କଳାହାଣ୍ଡିରେ ୧୬ ପ୍ରତିଶତ, କୋରାପୁଟରେ ୧୭ ପ୍ରତିଶତ, ନବରଙ୍ଗପୁରରେ ୪୭ ପ୍ରତିଶତ, ନୂଆପଡ଼ାରେ ୩୩ ପ୍ରତିଶତ, ସମ୍ବଲପୁରରେ ୩୪ ପ୍ରତିଶତ, ସୁବର୍ଣ୍ଣପୁରରେ ୧୯ ପ୍ରତିଶତ, ସୁନ୍ଦରଗଡ଼ରେ ୨୭ ପ୍ରତିଶତ ଓ ମାଲକାନଗିରିରେ ୧୭ ପ୍ରତିଶତ ଅଧିକ ଖରିଫ ଧାନ ସଂଗ୍ରହ କରାଯାଇଛିା

0
0
0
s2sdefault