ହେଡଲାଇନସ୍:

ସେବା ଉଦ୍ଦେଶ୍ୟ  ରହିତ ହେବା ସହ ଏଥିରେ ନିର୍ମଳ ଆତ୍ମୀୟ ଭାବ ପ୍ରକଟିତ ହେବା ଦରକାର – ରାଜ୍ୟପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତୀୟ ରେଡ଼କ୍ରସ୍, ଓଡ଼ିଶା ରାଜ୍ୟ ଶାଖାର ଜିଲ୍ଲା ଶାଖା ସଂପାଦକ ସମ୍ମିଳନୀ

07-06-18-rajyapaal.jpg - 89.17 kB

ଭୁବନେଶ୍ୱର: ଭାରତୀୟ ଦର୍ଶନ, ଚିନ୍ତନ ଓ ପରମ୍ପରାରେ ସେବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଅନ୍ୟର ଉପକାର କରି ମୁହଁରେ ହସ ଫୁଟାଇବାରେ ହିଁ ଜୀବନର ସଫଳତା ରହିଛି । ସେବା ଉଦ୍ଦେଶ୍ୟ  ରହିତ ହେବା ସହ ଏଥିରେ ନିର୍ମଳ ଆତ୍ମୀୟ ଭାବ ପ୍ରକଟିତ ହେବା ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଆଜି ରାଜଭବନର ଅଭିଷେକ କକ୍ଷରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଜିଲ୍ଲା ଶାଖା ସଂପାଦକ ସମ୍ମିଳନୀରେ ଅଧ୍ୟକ୍ଷତା କରି ରାଜ୍ୟପାଳ ତଥା ଭାରତୀୟ ରେଡ଼କ୍ରସ୍ସୋ ସାଇଟି, ଓଡ଼ିଶା ଶାଖାର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ କହିଲେ ଯେ ନିର୍ମଳ ଆବେଗ, ଶୁଦ୍ଧ ଭାବନା ଓ ଅଂଗୀକାର ସହ ସମାଜର ସେବା କରିବା ଦରକାର । ଭାରତୀୟ ରେଡ଼କ୍ରସ୍ ବିବିଧ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହ ସେବା ମନୋଭାବର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଲୋକମାନଙ୍କ ପାଖରେ ପହଁଚି, ଏକାତ୍ମ ଭାବନେଇ କାର୍ଯ୍ୟ କରିବାକୁ ରାଜ୍ୟପାଳ ରେଡ଼କ୍ରସ୍ର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାାନଙ୍କୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟପାଳ ବିଭିନ୍ନ ଜିଲ୍ଲାରେ ରେଡ଼କ୍ରସ୍ର କାର୍ଯ୍ୟାବଳୀ ସଂପର୍କରେ ପଚାରି ବୁଝିବା ସହ ବ୍ୟକ୍ତି ଓ ଗୋଷ୍ଠୀର ଆବଶ୍ୟକତା ଆଧାରରେ ଯୋଜନା କରିବାକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସଚେତନା ସୃଷ୍ଟି କରି ସେମାନଙ୍କୁ ଏହାର ସୁଫଳ ନେବାକୁ ପ୍ରବର୍ତ୍ତାଇବା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି ।

ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଂପାଦକ ଡ଼ଃ. ବିନାୟକ ପ୍ରସାଦ ପୃଷ୍ଟି ଓ ଅବୈତନିକ ଯୁଗ୍ମ ସଂପାଦକ ଡ଼. କଳ୍ପନା ଦାସ ରେଡ଼କ୍ରସ୍ର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଓ ସୂଚନା ଉପସ୍ଥାପନ କରିଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସି.ଜେ. ବେଣୁଗୋପାଳ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ଚିତ୍ତରଂଜନ ମହାନ୍ତିଙ୍କ ସମେତ ବିଭିନ୍ନ ଜିଲ୍ଲାର ସଂପାଦକମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ରେଡ଼କ୍ରସ୍ର ପ୍ରତିଷ୍ଠାତା  ସାର୍ ଜିନ ହେନେରି ଡ଼ୁନାଣ୍ଟଙ୍କ ଫଟୋଚିତ୍ରରେ ରାଜ୍ୟପାଳ ମାଲ୍ୟାର୍ପଣ କରିଥିଲେ । 

0
0
0
s2sdefault