ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କଲେ ପିସିସି ସଭାପତି ନିରଞ୍ଜନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ୱାସ୍ଥ୍ୟ କାମନା କରିବା ସହିତ ରାଜ୍ୟରେ ଆରମ୍ଭ କରାଯାଇଥିବା କରୋନା ଟିକା କରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଧନ୍ୟବାଦ ଦେଇଛନ୍ତି । ଏହି କରୋନା ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ବିଭାଗିୟ କର୍ମଚାରୀ ମାନଙ୍କୁ ମଧ୍ୟ ହୃଦୟୟରୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତିକି ରାଜ୍ୟର ସମସ୍ତ ବିପିଏଲ ତାଲିକାଭୁକ୍ତ ବ୍ୟକ୍ତିବିଶେଷ ଏବଂ ବୟସ୍କ ନାଗରିକଙ୍କ ପାଇଁ କରୋନା ଟିକା ବିନାମୂଲ୍ୟରେ ଦିଆଯାଉ । ଏହା ଫଳରେ ଏହି ବର୍ଗର ସମସ୍ତ ବ୍ୟକ୍ତିବିଶେଷ ବିଶେଷ ଭାବରେ ଉପକୃତ ହେବେ ।