ସମ୍ବଲପୁର/ରମାକାନ୍ତ ବିଶ୍ବାଳ :ବର୍ତ୍ତମାନ ସାରା ରାଜ୍ୟରେ ଚାଷି କୂଳ ନିଜ ଉତ୍ପାଦିତ ଧାନ ବିକ୍ରି କରିନପାରି ଚିନ୍ତା ରେ ଥିବାବେଳେ ରାଜ୍ୟ ସରକାର ଚାଷି ଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ବିରୋଧୀ ଦଳନେତା ପ୍ରଦିପ୍ତ ନାଏକ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ଓ ମିଲରପ୍ରିତୀ ଯୋଗୁଁ ସାରା ରାଜ୍ୟ ରେ ଚାଷି ଧାନ ବିକ୍ରି ହୋଇନପାରି ପଡିରହିଛି । ଏହାର ପ୍ରତିବାଦ ରେ ଆଗାମୀ ୨୧ ତାରିଖ ଦିନ ସମ୍ବଲପୁର ଠାରେ ଥିବା ଆରଡିସି କାଯ୍ୟାଳୟ କୁ ଘରାଉ କରିବ ବିଜେପି । ଏଥିରେ ସାମିଲ ହେବେ ପଶ୍ଚିମ ଓଡିଶାର ୫ ଗୋଟି ସଂସଦୀୟ କ୍ଷେତ୍ରରେ ହଜାର ହଜାର ବିଜେପି କାର୍ଯ୍ୟକର୍ତ୍ତା । ସମ୍ବଲପୁର ଠାରେ ପଶ୍ଚିମ ଓଡିଶାର ସବୁ ବିଜେପି ସଂସଦିୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାମାନଙ୍କୁ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିରୋଧୀ ଦଳନେତା ପ୍ରଦିପ୍ତ ନାଏକ । ଚାଷୀ ଙ୍କ ଟୋକନ ସମସ୍ୟା, କଟନି ଛଟନି , ସମେତ ବିଭିନ୍ନ ମଣ୍ଡି ରେ ଥିବା ସମସ୍ୟା ସମାଧାନ ନେଇ ଆର ଡି ସି କାର୍ଯ୍ୟଳୟ ଘେରାଉ କରିବ ବିଜେପି ।ଏଥିରେ ପଶ୍ଚିମ ଓଡିଶା ୩୭ ବିଧାନସଭା ମଣ୍ଡଳୀ ର ବିଜେପି ନେତା ଓ ଚାଷୀ ସାମିଲ ହେବେ ବୋଲି କହିଛନ୍ତି ବିରୋଧୀ ଦଳନେତା ପ୍ରଦିପ୍ତ ନାଏକ |
ରାଜ୍ୟ
ଚାଷି ସମସ୍ୟା ସମାଧାନ ଦାବିରେ ୨୧ରେ ପଶ୍ଚିମ ଓଡିଶା ବିଜେପି ଘେରିବ ଆରଡିସି କାର୍ଯ୍ୟାଳୟ
- Hits: 266