ହେଡଲାଇନସ୍:

ସାବଧାନ : ବଜାରରେ ମିଳୁଛି ନକଲି ସର୍ଫ ଏକସେଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନକଲି ସର୍ଫ ଗୋଦାମ ଉପରେ ଚଡାଉ ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ରାଜ୍ୟର କଟକ ଜିଲ୍ଲା ପରେ ସମ୍ବଲପୁର ଜିଲ୍ଲା ରେ ମଧ୍ୟ ଧରାପଡିଛି ନକଳି ସାମଗ୍ରୀ ଗୋଦାମ । ସମ୍ବଲପୁର ସହରର ବରେଇପାଲି ମୁଙ୍ଗାପଡା ଠାରେ ଥିବା ଏକ ଗୋଦାମ ରୁ ଅଇଁଠାପାଲି ପୋଲିସ ଚଡାଉକରି ଜବତ କରିଛି ସହ ସହ ବସ୍ତା ନକଲି ସର୍ଫ । ବହୁଦିନ ହେବ ସମ୍ବଲପୁର ସହରରେ ହିନୁସ୍ଥାନ ଲିବରର କଂପାନି ର ନକଲି ସର୍ଫ ଏକ୍ସେଲକୁ ବ୍ରାଣ୍ଡିଂ ପ୍ଯାକେଜିଂ କରି ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଏନେଇ କଂପାନୀ ପକ୍ଷରୁ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ ହେବାପରେ  ପୋଲିସ ପକ୍ଷରୁ ଏହି ଚଡାଉ କରାଯାଇଛି । ପୋଲିସ ବରେଇପାଲି ମୁଙ୍ଗାପଡା ର ଏହି  ନକଲି ଡିଟର୍ଜେଣ୍ଟ ଗୋଦାମ ଉପରେ ଚଢାଉ ପାଖାପାଖି  ୨୩୯ ବସ୍ତା ରେ ଥିବା ୨୫୦୦୦ ପ୍ଯାକେଟ ନକଲି ସର୍ଫ ଜବତ କରିଛି | ଏହି ଘଟଣାରେ ପୋଲିସ ଗୋଦାମ ମାଲିକ  ଆଶିଷ ଅଗ୍ରଓ୍ବାଲଙ୍କ ଗିରଫ କରିଛି | ସମ୍ବଲପୁର ଜିଲ୍ଲା ଅତିରିକ୍ତ ଏସପି ଅମରେସ ପଣ୍ଡା ଙ୍କ ସମେତ ବିଭିନ୍ନ ଥାନା ର ଅଧିକାରୀ ଏହି ଚଡାଉ ରେ ସାମିଲ ଥିଲେ । ପୋଲିସ ଏହି ନକଲି ସର୍ଫ ଚଲାଇଥିବା ଘଟଣାର ଆଉ କାହାର ହାତ ରହିଛି ଏନେଇ ପୋଲିସ ଅଧିକ ତଦନ୍ତ ଯାରିରଖିଛି ।

0
0
0
s2sdefault