ହେଡଲାଇନସ୍:

 ଗଜପତି ଜିଲ୍ଲାରେ କୋଭିଡ୍-୧୯ ଟିକାକରଣର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତିକାଳୀନ ଏବଂ ଶିଶୁସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ସ୍ତରୀୟ କୋଭିଡ୍-୧୯ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । 

ଏହି ଅବସରରେ ପ୍ରଥମେ ଜାତୀୟ ସ୍ତରରେ ଏହି କୋଭିଡ୍-୧୯ ଟୀକାକରଣ କାର୍ଯ୍ୟକ୍ରମକୁ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ ଲାଇନ୍ ଭରଚୁଆଲ୍ ମୋଡ଼ରେ ଶୁଭାରମ୍ଭ କରିବା ପରେ ଏଠାରେ ସମସ୍ତ ବ୍ୟବସ୍ଥା ମଧ୍ୟରେ ଏହି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । 

ଜିଲ୍ଲାର ପ୍ରଥମ କୋଭିଡ୍-୧୯ ଟୀକା   ସ୍ୱାସ୍ଥ୍ୟ କର୍ମଚାରୀ ଏଲଟି:-ଶ୍ରୀ ପ୍ରମୋଦ ଚନ୍ଦ୍ର ସାହୁଙ୍କୁ ଉପସ୍ଥିତ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା: ପ୍ରଦୀପ କୁମାର ପାତ୍ର , ଡିପିଏମ: ସୌମ୍ୟରାଣୀ ଗୌଡ଼ ଏବଂ ଜିଲ୍ଲା ଟୀକାକରଣ ଅଧିକାରୀ ତଥା ଏଡିପିଏଚଓ(ପରିବାର କଲ୍ୟାଣ) ଡାଃ ଏମଏମ: ମୁନୀର ପ୍ରମୁଖଙ୍କ ଗହଣରେ ଷ୍ଟାଫ ନର୍ସ ସୁଚିତ୍ରା ପରିଡ଼ା ଟୀକା ଦେଇଥିଲେ । ପରେ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କୁ କୋଭିଡ୍ ଟୀକା ଦିଆଯାଇଥିଲା । 

  ଏହି କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଜିଲ୍ଲାର ମୋହନା , ରାୟଗଡ ଓ ଗୁରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଯଥା:-ଡାକ୍ତର , ନର୍ସ , କର୍ମଚାରୀ , ଆଶ୍ରା ମେଡିକାଲ କର୍ମଚାରୀ , ସଫେଇ କର୍ମଚାରୀ ପ୍ରଭୁତିଙ୍କୁ ଟୀକା ଦିଆଯାଇଥିଲା । ଆଜି ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ଏଭଳି ୪ଟି କେନ୍ଦ୍ରରେ ୪୦୦ ଜଣଙ୍କୁ ଟୀକା ଦିଆଯିବ । 

ଏହି ଟୀକାକରଣ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ ସମେତ ମୋହନା  , ରାୟଗଡ ଓ ଗୁରାଣ୍ଡି ଠାରେ ମଧ୍ୟ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପଞ୍ଜିକରଣ କକ୍ଷ , ପ୍ରତିଖ୍ୟାଳୟ ଓ ଟୀକାକରଣ କକ୍ଷ ପ୍ରଭୃତିର ବ୍ୟବସ୍ଥା ହୋଇଥିଲା । ମୁଖ୍ୟତଃ ଯେଉଁମାନେ ପୋର୍ଟାଲ ପଞ୍ଜିକୃତ ହୋଇ ମେସେଜ ପାଇଥିବେ  ସେହି ମାନେହିଁ ଏଠାକୁ ଆସି କୋଭିଡ୍ ଟୀକା ନେଉଛନ୍ତି । ଟିକା ନେବାବେଳେ ସିକୁରୀଟି ଗାର୍ଡ ଛାଡିବା ପରେ ଟୀକାକରଣ କକ୍ଷକୁ ଆସି ଟୀକା ନେଉଛନ୍ତି । ଟିକା ନେବାପରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି  ଏକ କକ୍ଷରେ ବିଶ୍ରାମ ପାଇଁ ପ୍ରାୟ  ୩୦ ମିନିଟ୍ ବସା ଯାଇଥିଲା । ତେବେ ଏଥିରେ ଯଦି କୌଣସି ପାର୍ଶ୍ଵ-ପ୍ରତିକ୍ରିୟା ଦେଖାଦିଏ , ତା ହେଲେ ସେଥି ନିମନ୍ତେ ମଧ୍ୟ ଉପଶମ ପାଇଁ ବ୍ୟବସ୍ଥା ରହିଛି ବୋଲି ସିଡିଏମଓ ଡାଃ ପ୍ରଦୀପ କୁମାର ପାତ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ।

   ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବେଳେ ଏଡିଏମଓ: ମେଡିକାଲ ଡାଃ ପ୍ରମୋଦ କୁମାର ପଣ୍ଡା , ଡି ଏମ୍ ଆର୍ ସି ଏଚ୍- ଶ୍ରୀ ଶୁଶାନ୍ତ ପ୍ରସାଦ ନାୟକ , ଏଡିପିଏଚ୍ ସିଓ- ଶ୍ରୀ ନେତ୍ରାନନ୍ଦ ଶତପଥୀ , ଡିଭିଏଲ୍ ଏମ୍- ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ , ଡିଡିଏମ୍- ଶ୍ରୀ ଅରବିନ୍ଦ ପାଣି ଏବଂ ଆଇସିଏ - ଶ୍ରୀ ଶୁରେଶ ଚନ୍ଦ୍ର ଜେନା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।     

0
0
0
s2sdefault