ହେଡଲାଇନସ୍:

ଏବେ ସ୍କୁଲ ଉପରେ ନଜର : ସକାଳୁ ସକାଳୁ ସ୍କୁଲରେ ପାଣ୍ଡିଆନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ): କେତେବେଲେ ପୁରୀ, ତା କେତେବେଳେ କଟକ | କେତେବେଳେ ତାରାତାରିଣୀ ତ କେତେବେଳେ ଲାଙ୍ଗରାଜ ମନ୍ଦିର ଆଦି ସ୍ଥାନକୁ ଅଚାନକ ଗସ୍ତ କରି ଶେଷ୍ଠ ଗୁଡିକର ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଭିତ୍ତିଭୂମି ବା ବିକାଶମୂଳକ କାର୍ଯ୍ୟ ଅନୁଧ୍ୟାନ କରି ସେଗୁଡିକ ତ୍ୱରାନ୍ୱିତ କରି ଆସୁଥିବା ବେଳେ ଆଜି ସକାଳୁ ସ୍କୁଲ ମୁହଁ ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ | ଏବେ ତାଙ୍କ ନଜରରେ ସ୍କୁଲ | ଲକ୍ଷ୍ୟ ହେଉଛି କେମିତି ସ୍କୁଲ ଓ ଶିକ୍ଷାଦାନ ବ୍ୟବସ୍ଥା  ଉନ୍ନତ ହୋଇ ପାରିବ | ପିଲାଙ୍କ ପାଠପଢା କେମିତି ଅଧିକ ଉନ୍ନତ ହୋଇପାରିବ ଓ ସ୍କୁଲ ଭିତ୍ତିଭୂମି କେମିତି ସୁଦୃଢ ହୋଇପାରିବ | ଆଉ ଏ ଉଦ୍ଦେଶ୍ୟ ନେଇ ଶ୍ରୀ ପାଣ୍ଡିଆନ ଆଜି ଅଭିଯାନର ଶ୍ରୀଗଣେଶ କରିଛନ୍ତି  ରାଜଧାନୀର ସ୍କୁଲରୁ |  

ଶ୍ରୀ ପାଣ୍ଡିଆନ ପହଂଚିଥିଲେ ବିଏମସି ଅଂଚଳରେ ଥିବା ୟୁନିଟ ୬ ହାଇସ୍କୁଲ , ୟୁନିଟ ୧ ହାଇସ୍କୂଲ ,  କ୍ୟାପିଟାଲ ହାଇସ୍କୁଲ, ୟୁନିଟ ୯ ଗାର୍ଲସ ହାଇସ୍କୁଲ  ଓ ଆଇଆରସି ଭିଲେଜ  ହାଇସ୍କୁଲରେ | ଅନୁଧ୍ୟାନ କରଥିଲେ ଭିତ୍ତିଭୂମି | ସ୍କୁଲର ଶିକ୍ଷକ ଶକ୍ଷୟିତ୍ରୀ, ସ୍କୁଲ ମ୍ୟାନେଜମେଣ୍ଟ କମିଟି ସଦସ୍ୟଙ୍କ ସହ କରିଥଲେ ଆଲୋଚନା | ଆଖିରେ ଦେଖିଥିଲେ ସ୍କୁଲରେ ଥିବା ପରୀକ୍ଷାଗାର, ସ୍ମାର୍ଟ କ୍ଲାସରୁମ, ଲାଇବ୍ରେରୀ, ରିଡିଂ ରୁମ, ଖେଳ ବା କ୍ରୀଡା ସୁବୋଧ ସୁଯୋଗ ଓ ଆଲୋଚନା କରିଥିଲେ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ସମ୍ପର୍କରେ  | ପରୀକ୍ଷାଫଳକୁ ଆହୁରି ଉନ୍ନତ କରିବା ପାଇଁ କଣ କଣ ଦରକାର ସେ ବିଷୟ ପଚାରି ବୁଝିଥିଲେ | ମୋ ସ୍କୁଲ କାର୍ଯ୍ୟକ୍ରମ କେତେ ସକ୍ରିୟ ଓ ଏହା ଅନ୍ତର୍ଗତ କଣ କରାଯାଉଛି ତାହା ବି ପଚାରି ବୁଝିଥିଲେ | ଅନେକ ସ୍କୁଲରେ ମୋ ସ୍କୁଲ ଅଭିଯାନ ଭଲ ପ୍ରଭାବ ପକାଇଥିବା ଶ୍ରୀ ପାଣ୍ଡିଆନ ଜାଣିବାକୁ ପାଇଥିଲେ | ସ୍କୁଲର ଶିକ୍ଷାଦାନ ବ୍ୟବସ୍ଥା ଓ ବାତାବରଣକୁ କଣ କଲେ ଛାତ୍ର ଛାତ୍ରୀଙ୍କ ଅନୁକୂଳ, ପ୍ରେରଣାଦାୟୀ ଓ ବିଜ୍ଞାନସମ୍ମତ ହୋଇପାରିବ ଓ ସ୍କୁଲର ସାମଗ୍ରିକ ବିକାଶ ହୋଇପାରିବ ସେ ସମ୍ପକରେ ଶ୍ରୀ ପାଣ୍ଡିଆନ ସ୍କୁଲର ଶିକ୍ଷକ ଶକ୍ଷୟିତ୍ରୀ, ସ୍କୁଲ ମ୍ୟାନେଜମେଣ୍ଟ କମିଟି ସଦସ୍ୟଙ୍କ ଠାରୁ ପଚାରି ବୁଝିଥିଲେ | 

0
0
0
s2sdefault