ଭୁବନେଶ୍ୱର (ଶାସକ ପ୍ରଶାସକ)ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକ ଆଜି ନବୀନ ନିବାସ ଠାରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ତିନିଗୋଟି ପୁସ୍ତକ ବ୍ୟାସଦେବଙ୍କ କୃତ ଶ୍ରୀମଦଭଗବତ ଗୀତାର ଓଡିଆ ଅନୁବାଦ, ବିଭୋର ମାଟିର ବାସ୍ନା-କବିତା ସଂକଳନ ଏବଂ ଚମ୍ପାଫୁଲରମହକ- ଗଳ୍ପ ସଂକଳନକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖକ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସାରସ୍ୱତ ସାଧନା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ , ଶ୍ରୀ ମହାନ୍ତି ୨୦୦୦ରୁ ୨୦୧୮ ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ।